ମଙ୍ଗଳବାର, 14 ଜୁଲାଇ 2026
English
ଲାଇଭ୍ ଅପଡେଟ୍ସ
02:45 PM ଗୋଟିଏ ଅସାଧାରଣ କ୍ୟାଚ୍‌ରେ ବିଶ୍ୱକପ୍ ହିରୋ ହୋଇଥିଲେ ୧୨୭ କେଜିର କ୍ରିକେଟର୍ | 02:45 PM ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଦ୍ୱାର ଖୋଲା; ଘରୋଇ କ୍ରିକେଟ୍‌ରେ ରନ୍ ହେବ ମୁଖ୍ୟ ସର୍ତ୍ତ | 02:45 PM ଦେଶର ୩୭୨ ଜିଲ୍ଲାରେ ଦୁର୍ବଳ ବର୍ଷା ରିପୋର୍ଟ; ଖରିଫ ଚାଷକୁ ନେଇ ଚିନ୍ତା | 02:45 PM ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ: ସମୟ ରୈନାଙ୍କୁ ₹୩ ଲକ୍ଷ ଜରିମାନା | 02:45 PM ଗୋଟିଏ ଅସାଧାରଣ କ୍ୟାଚ୍‌ରେ ବିଶ୍ୱକପ୍ ହିରୋ ହୋଇଥିଲେ ୧୨୭ କେଜିର କ୍ରିକେଟର୍ | 02:45 PM ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଦ୍ୱାର ଖୋଲା; ଘରୋଇ କ୍ରିକେଟ୍‌ରେ ରନ୍ ହେବ ମୁଖ୍ୟ ସର୍ତ୍ତ | 02:45 PM ଦେଶର ୩୭୨ ଜିଲ୍ଲାରେ ଦୁର୍ବଳ ବର୍ଷା ରିପୋର୍ଟ; ଖରିଫ ଚାଷକୁ ନେଇ ଚିନ୍ତା | 02:45 PM ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ: ସମୟ ରୈନାଙ୍କୁ ₹୩ ଲକ୍ଷ ଜରିମାନା | 02:45 PM ଗୋଟିଏ ଅସାଧାରଣ କ୍ୟାଚ୍‌ରେ ବିଶ୍ୱକପ୍ ହିରୋ ହୋଇଥିଲେ ୧୨୭ କେଜିର କ୍ରିକେଟର୍ | 02:45 PM ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଦ୍ୱାର ଖୋଲା; ଘରୋଇ କ୍ରିକେଟ୍‌ରେ ରନ୍ ହେବ ମୁଖ୍ୟ ସର୍ତ୍ତ | 02:45 PM ଦେଶର ୩୭୨ ଜିଲ୍ଲାରେ ଦୁର୍ବଳ ବର୍ଷା ରିପୋର୍ଟ; ଖରିଫ ଚାଷକୁ ନେଇ ଚିନ୍ତା | 02:45 PM ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ: ସମୟ ରୈନାଙ୍କୁ ₹୩ ଲକ୍ଷ ଜରିମାନା
ରାଜନୀତି

ଝାରସୁଗୁଡ଼ାରେ BJDକୁ ଝଟକା: ଦଳ ଛାଡ଼ିଲେ ୧୦ କାଉନସିଲର୍

ନ୍ୟୁଜ୍‌ ଡେସ୍କ: ଝାରସୁଗୁଡ଼ାରେ BJDକୁ ଝଟକା: ଦଳ ଛାଡ଼ିଲେ ୧୦ କାଉନସିଲର୍। ଉପଲବ୍ଧ ରିପୋର୍ଟ, ସମ୍ପୃକ୍ତ ପକ୍ଷର ସୂଚନା ଓ ପ୍ରସଙ୍ଗର ଆବଶ୍ୟକ ପୃଷ୍ଠଭୂମିକୁ ଆଧାର କରି ଏହି ଖବର ପ୍ରସ୍ତୁତ କରାଯାଇଛି।

ଦୀପାଳି-ଅଳକାଙ୍କ ପତିଆରା ଲଢ଼େଇ ମଧ୍ୟରେ ଦଳ ଛାଡ଼ିଛନ୍ତି ବିଜୁ ଜନତା ଦଳର ୧୦ ଜଣ କାଉନସିଲର । ଝାରସୁଗୁଡ଼ା: ଦୁଇ ନେତ୍ରୀଙ୍କ ମଧ୍ୟରେ ଫାଟ ବିଜେଡି ପାଇଁ ଭାରି ପଡ଼ିବାରେ ଲାଗିଛି । ବେଲପାହାଡ଼ ପୌରପରିଷଦର ୧୦ କାଉନସିଲର ସାମୁହିକ ଇସ୍ତଫା ଦେଇଛନ୍ତି ।ଝାରଗୁସୁଡାରେ ଅପମାନ ପରେ ଗତ ସପ୍ତାହରେ ନବୀନ ନିବାସରେ ଅଳକାଙ୍କ ଶକ୍ତି ପ୍ରଦର୍ଶନ । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଦଳରୁ ଦୁଇ ବରିଷ୍ଠ ନେତାଙ୍କୁ ନିଲମ୍ବନ କରିଥିଲା ବିଜେଡି ।ସେହିପରି ପଢ଼ନ୍ତୁ: ନବୀନଙ୍କ ପାଖରେ ଅଳକା ଫେରାଦ ପରେ ଦୀପାଳିଙ୍କ ସମର୍ଥକଙ୍କୁ ନିଲମ୍ବନ ଚର୍ଚ୍ଚା ଆଉ ନିଲମ୍ବନ ପରେ ଝାରସୁଗୁଡ଼ା ବିଜେଡିରେ ଅସନ୍ତୋଷର ନିଆଁ କୁହୁଳିଛି ।

ଆଉ କିଛି ଘଣ୍ଟା ପରେ ଦୀପାଳିଙ୍କ ଅନୁଗତଙ୍କ ବିରୋଧରେ ଆକ୍ସନ୍ ନେଇଥିଲା ବିଜେଡି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲାର ଦୁଇ ଜଣ ପ୍ରମୁଖ ନେତାଙ୍କୁ ନିଲମ୍ବନ କରାଯାଇଥିଲା । ଆଉ ଦଳରୁ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି । ନିଲମ୍ବିତଙ୍କ ମଧ୍ୟରୁ ବେଲପାହାଡ଼ ପୌରପରିଷଦର ହିତେଶ ଠକ୍କର ଅନ୍ୟତମ ।ଏବେ ହିତେଶଙ୍କ ନିଲମ୍ବନକୁ ବିରୋଧ କରିଛନ୍ତି ବେଲପାହାଡ଼ ପୌରପରିଷଦର ୧୦ ଜଣ ବିଜେଡି କାଉନସିଲର । ବିଜେଡିର ୧୦ ଜଣ କାଉନସିଲରଙ୍କ ସହ ସେମାନଙ୍କୁ ସମର୍ଥନ କରି ୨୦୦ରୁ ଅଧିକ ଦଳୀୟ କର୍ମୀ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି ।ସେହିପରି ପଢ଼ନ୍ତୁ: ରାଜନୈତିକ ପ୍ରତିବାଦରେ ସ୍କୁଲ ପିଲାଙ୍କୁ ବ୍ୟବହାର କରି ଫସିଲା ବିଜେଡି ଗତ ସପ୍ତାହରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ, ଅଳକା ମହାନ୍ତି ସମର୍ଥକଙ୍କ ଧରି ଭେଟିଥିଲେ ।

ଆଉ ଏବେ ନିଲମ୍ବନ ପ୍ରତିବାଦରେ ସାମୁହିକ ଇସ୍ତଫା ନେତ୍ରୀଙ୍କ କଳିକୁ ଶାଣିତ କରିଛି ।ଝାରସୁଗୁ଼ଡ଼ା ସହ ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅଳକା, ନବୀନଙ୍କୁ ଭେଟିବାର କେଇ ଘଣ୍ଟାରେ ବିଜେଡି ଦଳରୁ ୨ ଜଣଙ୍କୁ ନିଲମ୍ବିତ କରିଥିଲା । ଦୀପାଳି-ଅଳକାଙ୍କ କଳି ଆଗକୁ କେଉଁ ମୋଡ଼ ନେଉଛି ଏବେ ତାହା ଉପରେ ସମସ୍ତଙ୍କ ନଜର । ଆଉ ନିଲମ୍ବନ, ସାମୁହିକ ଇସ୍ତଫା ପରେ ବିଜେଡି ପ୍ୟାଚ୍ ପକାଇବାକୁ ପଦକ୍ଷେପ ନେବ ନା ଦଳରେ ଫାଟ ଆହୁରି ବଢ଼ିବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

ପାଠକମାନେ ସୋସିଆଲ୍ ମିଡିଆର ଛୋଟ ପୋଷ୍ଟ କିମ୍ବା ଅପ୍ରମାଣିତ ଦାବି ଉପରେ ନିଷ୍କର୍ଷ ନକରି, ସମ୍ପୃକ୍ତ ସଂସ୍ଥାର ଔପଚାରିକ ସୂଚନା ଓ ପରବର୍ତ୍ତୀ ଅଦ୍ୟତନକୁ ପ୍ରାଥମିକତା ଦିଅନ୍ତୁ। ନୂଆ ପ୍ରମାଣିତ ତଥ୍ୟ ଆସିଲେ ଏହି ରିପୋର୍ଟକୁ ଆବଶ୍ୟକ ଅନୁସାରେ ଅଦ୍ୟତନ କରାଯିବ।

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)