ସୋମବାର, 26 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି | 11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି | 11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି
ଓଡ଼ିଶା

ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ସରକାର। କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଦୁର୍ବିପାକ ପରିଚାଳନା କମିଟି ବୈଠକରେ ଓଡ଼ିଶାର ମୁଖ୍ୟ ସଚିବ ଅନୁ ଗାର୍ଗ ରାଜ୍ୟର ସମ୍ପୂର୍ଣ୍ଣ ସଜାଗତା ଓ ସୁରକ୍ଷା ପଦକ୍ଷେପ ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇଛନ୍ତି।

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେଠାରେ ସ୍ଥିତି ନିୟନ୍ତ୍ରଣ ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ସୁରକ୍ଷା ଏବଂ ନିରବଚ୍ଛିନ୍ନ ଚିକିତ୍ସା ସେବା ପାଇଁ ବାତ୍ୟା ଆସିବା ପୂର୍ବରୁ ୩,୦୦୦ ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଓ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ସମୁଦ୍ର ମଧ୍ୟକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଉପକୂଳକୁ ଫେରିଆସିଥିବା ବେଳେ କୋଷ୍ଟଗାର୍ଡ ସମୁଦ୍ର ପଥରେ କଡ଼ା ନଜର ରଖିଛି। ସମ୍ଭାବ୍ୟ କ୍ଷୟକ୍ଷତି ପରେ ତୁରନ୍ତ ପୁନରୁଦ୍ଧାର ପାଇଁ ବିଦ୍ୟୁତ୍ ଏବଂ ଜଳସମ୍ପଦ ବିଭାଗକୁ ୨୪ ଘଣ୍ଟିଆ ଆଲର୍ଟରେ ରଖାଯାଇଛି।

ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ଯେ, ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବା ପରେ ଛତିଶଗଡ଼ର ବସ୍ତର ଅଞ୍ଚଳ ଆଡ଼କୁ ଗତି କରିବ, ଯାହାଦ୍ୱାରା ସେଠାରେ ପ୍ରବଳ ବର୍ଷା ହୋଇପାରେ। ବନ୍ୟା ଜଳ ଓ ଡ୍ୟାମ୍‌ରୁ ଜଳ ନିଷ୍କାସନ ଉପରେ କଡ଼ା ନଜର ରଖିବା ପାଇଁ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସମନ୍ୱୟ ଟିମ୍ ଗଠନ କରାଯାଇଛି, ଯାହାଦ୍ୱାରା ଜଳ ଛାଡ଼ିବା ପୂର୍ବରୁ ଆଗୁଆ ସୂଚନା ମିଳିପାରିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ବାତ୍ୟା ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

Nirnay TV

ସମ୍ବନ୍ଧିତ ଖବର

OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି

ଆସୁଛି ଅର୍ଣ୍ଣବ୍, ସାଟେଲାଇଟ୍ ଚିତ୍ରରେ ସ୍ପଷ୍ଟ ଦିଶିଲା ବାତ୍ୟାର ‘ଆଖି’, ୨୮ ପୂର୍ବାହ୍ନରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ଆରମ୍ଭ ହେଲା ମହା କାର୍ତ୍ତିକ ବ୍ରତ: ୨୫୦୦ ହବିଷ୍ୟାଳୀଙ୍କ ସଙ୍କଳ୍ପ, ରାଇ-ଦାମୋଦର ପୂଜା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)