ସୋମବାର, 26 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି | 11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି | 11:54 AM OUSSSC କାର୍ଯ୍ୟାଳୟ ଆଗରେ ଚାକିରି ଆଶାୟୀଙ୍କ ବିକ୍ଷୋଭ: SEBC ଆରକ୍ଷଣରେ ଅନିୟମିତତା ଅଭିଯୋଗ, ୭,୨୬୮ ପଦବୀ ବିଜ୍ଞପ୍ତି ରଦ୍ଦ ଦାବି | 11:37 AM ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ | 11:25 AM ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର: ଓଡ଼ିଶାର ପ୍ରସ୍ତୁତି ନେଇ ତଥ୍ୟ ଦେଲେ ମୁଖ୍ୟ ସଚିବ, ୩ ହଜାରରୁ ଅଧିକ ଗର୍ଭବତୀ ମହିଳା ସ୍ଥାନାନ୍ତର | 09:54 AM ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି
ଭାରତ

ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି: ୨୦୧୮ ମାନହାନି ମାମଲାରେ ସୁଲତାନପୁର MP/MLA କୋର୍ଟରୁ ନିର୍ଦ୍ଦୋଷରେ ଖଲାସ

ସୁଲତାନପୁର: କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ମିଳିଛି। ଉତ୍ତର ପ୍ରଦେଶର ସୁଲତାନପୁରସ୍ଥିତ ସ୍ୱତନ୍ତ୍ର MP/MLA କୋର୍ଟ ୨୦୧୮ ମସିହାର ଏକ ଅପରାଧିକ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

କୋର୍ଟ ନିଜ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟରେ କୌଣସି ଅପରାଧିକ ମାନହାନିର ତଥ୍ୟ କିମ୍ବା ପ୍ରମାଣ ମିଳିନାହିଁ। ବିଚାରପତି ଶୁଭମ ବର୍ମା ଏହି ରାୟ ପ୍ରକାଶ କରିବା ସମୟରେ ରାହୁଲ ଗାନ୍ଧୀ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ରାୟ ପ୍ରକାଶ ପାଇବା ପରେ କଂଗ୍ରେସ କର୍ମୀମାନେ “ସତ୍ୟମେବ ଜୟତେ” ନାରା ଦେଇ କୋର୍ଟ ବାହାରେ ଉତ୍ସବ ପାଳନ କରିଥିଲେ।

୨୦୧୮ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ସମୟରେ ବେଙ୍ଗାଲୁରୁଠାରେ ବିଜେପିର ତତ୍କାଳୀନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ପର୍କରେ ରାହୁଲ ଦେଇଥିବା ଟିପ୍ପଣୀକୁ ନେଇ ବିଜେପି ନେତା ବିଜୟ ମିଶ୍ର ୨୦୧୮ ଅଗଷ୍ଟ ୪ ରେ ଏହି ମାମଲା ଦାୟର କରିଥିଲେ।

ରାହୁଲ ଗାନ୍ଧୀଙ୍କ ଆଇନଜୀବୀ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ଏହି ବକ୍ତବ୍ୟ କାାହାରିକୁ ଅପମାନିତ କରିବା ଉଦ୍ଦେଶ୍ୟରେ ଦିଆଯାଇ ନଥିଲା, ବରଂ ଏହାକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଥିଲା ।

ଏହି ଦୀର୍ଘ ୮ ବର୍ଷର ଆଇନଗତ ଲଢ଼େଇରେ ରାହୁଲ ଗାନ୍ଧୀ ୨୦୨୪ ଫେବୃଆରୀରେ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ପାଇଥିଲେ। ଆଜି ଅକ୍ଟୋବର ୨୬ ରେ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ସମସ୍ତ ଅଭିଯୋଗକୁ ଖାରଜ କରି ତାଙ୍କୁ ମୁକ୍ତ କରିଛନ୍ତି।ଏହି ବିଜୟ ପରେ କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି ଯେ, “ଶେଷରେ ସତ୍ୟର ହିଁ ଜୟ ହୋଇଛି”।

Nirnay TV

ସମ୍ବନ୍ଧିତ ଖବର

ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଫୌଜି’କୁ ନେଇ ବଡ଼ ବିବାଦ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚରିତ୍ରର ବିକୃତି ଅଭିଯୋଗ, ଟିଜର୍ ପ୍ରତ୍ୟାହାର ପାଇଁ ଦାବି

କୋର୍ଟରେ ହାଜର ପୂର୍ବରୁ ସୁଲତାନପୁର ରାସ୍ତାରେ ଅଘଟଣ, ଦୁର୍ଘଟଣାଗ୍ରସ୍ତ ହେଲା ରାହୁଲ ଗାନ୍ଧୀଙ୍କ କାରକେଡ୍

GRAP-1 ଲାଗୁ ସତ୍ତ୍ୱେ ବିଗୁଡ଼ୁଛି ସ୍ଥିତି: ଦିଲ୍ଲୀର ଅନେକ ଅଞ୍ଚଳରେ AQI ୨୫୦ ପାର୍, ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)