କେନ୍ଦ୍ରାପଡ଼ା: ବନ୍ୟାଜଳ ଦେଖୁଥିବା ସମୟରେ ଜଣେ ମହିଳା ଦାନପୁର ପୋଲରୁ ଲୁଣା ନଦୀକୁ ଖସି ନିଖୋଜ ହୋଇଛନ୍ତି। ନଦୀର ପ୍ରଖର ସ୍ରୋତ ତାଙ୍କୁ ଭସାଇ ନେଇଥିବା ସୂଚନା ମିଳିଛି।
ନିଖୋଜ ମହିଳା କେଶରପୁର ଗାଁର ମନୋରମା ଦାସ। ସେ ମଧୁମେହ ପରୀକ୍ଷା ପାଇଁ ବାହାରିଥିଲେ ଏବଂ ଦ୍ୱିତୀୟ ରକ୍ତ ପରୀକ୍ଷା ପୂର୍ବରୁ ସମୟ ଥିବାରୁ ପୋଲ ଉପରୁ ବଢ଼ି ପାଣି ଦେଖୁଥିଲେ।
ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି ଆରମ୍ଭ କରିଛି। ଶେଷ ଖବର ସୁଦ୍ଧା ମହିଳାଙ୍କ ପତ୍ତା ମିଳିନଥିବା ରିପୋର୍ଟ କୁହୁଛି।
ସୂତ୍ର: ମୂଳ ରିପୋର୍ଟ