ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଅଞ୍ଚଳରେ ସ୍ପିଡ୍ ବାଇକ୍ରେ ଆସି ଲୋକଙ୍କ ହାତରୁ ମୋବାଇଲ୍ ଫୋନ୍ ଝାମ୍ପି ନେଉଥିବା ଏକ ଗ୍ୟାଙ୍ଗକୁ ପୋଲିସ୍ ଧରିଛି। ଜଟିଆ ଗ୍ୟାଙ୍ଗ ନାମରେ ପରିଚିତ ଏହି ଦଳର ସଦସ୍ୟଙ୍କଠାରୁ ଅନେକ ଚୋରି ମୋବାଇଲ୍ ଓ ବାଇକ୍ ଜବତ ହୋଇଛି।
ଅଭିଯୋଗ ଆଧାରରେ ସିସିଟିଭି ଫୁଟେଜ୍ ଓ ମୋବାଇଲ୍ ଟ୍ରାକିଂ ସହାୟତାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ପୋଲିସ୍ ଗ୍ୟାଙ୍ଗର ଅନ୍ୟ ସହଯୋଗୀ ଓ ଚୋରି ସାମଗ୍ରୀ କିଣୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଜାରି ରଖିଛି।