ବୁଧବାର, 4 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା | 06:58 AM ବାଲିଯାତ୍ରା ୨୦୨୬କୁ ମିଳିବ ଇକୋ-ଫ୍ରେଣ୍ଡଲି ରୂପ: ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଚାଲିବ ଐତିହାସିକ ଉତ୍ସବ | 06:12 AM ୫ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବାଲେଶ୍ୱରର କୁଲଡ଼ିହା ବନ୍ୟପ୍ରାଣୀ ଅଭୟାରଣ୍ୟ | 06:07 AM ଆମେରିକା ମିଡ୍-ଟର୍ମ ନିର୍ବାଚନରେ ଟ୍ରମ୍ପଙ୍କୁ ବଡ଼ ଝଟକା: ହାଉସ୍ ଓ ସେନେଟ୍‌ରେ ଡେମୋକ୍ରାଟ୍‌ଙ୍କ ଐତିହାସିକ ବିଜୟ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା | 06:58 AM ବାଲିଯାତ୍ରା ୨୦୨୬କୁ ମିଳିବ ଇକୋ-ଫ୍ରେଣ୍ଡଲି ରୂପ: ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଚାଲିବ ଐତିହାସିକ ଉତ୍ସବ | 06:12 AM ୫ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବାଲେଶ୍ୱରର କୁଲଡ଼ିହା ବନ୍ୟପ୍ରାଣୀ ଅଭୟାରଣ୍ୟ | 06:07 AM ଆମେରିକା ମିଡ୍-ଟର୍ମ ନିର୍ବାଚନରେ ଟ୍ରମ୍ପଙ୍କୁ ବଡ଼ ଝଟକା: ହାଉସ୍ ଓ ସେନେଟ୍‌ରେ ଡେମୋକ୍ରାଟ୍‌ଙ୍କ ଐତିହାସିକ ବିଜୟ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା | 06:58 AM ବାଲିଯାତ୍ରା ୨୦୨୬କୁ ମିଳିବ ଇକୋ-ଫ୍ରେଣ୍ଡଲି ରୂପ: ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଚାଲିବ ଐତିହାସିକ ଉତ୍ସବ | 06:12 AM ୫ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବାଲେଶ୍ୱରର କୁଲଡ଼ିହା ବନ୍ୟପ୍ରାଣୀ ଅଭୟାରଣ୍ୟ | 06:07 AM ଆମେରିକା ମିଡ୍-ଟର୍ମ ନିର୍ବାଚନରେ ଟ୍ରମ୍ପଙ୍କୁ ବଡ଼ ଝଟକା: ହାଉସ୍ ଓ ସେନେଟ୍‌ରେ ଡେମୋକ୍ରାଟ୍‌ଙ୍କ ଐତିହାସିକ ବିଜୟ
ଓଡ଼ିଶା

NH-60 ଖଡ଼ଗପୁର-ବାଲେଶ୍ୱର ୬ ଲେନ୍ କାମରେ ବିଳମ୍ବ: ନିତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ ପ୍ରତାପ ସଡ଼ଙ୍ଗୀ!

ନୂଆଦିଲ୍ଲୀ: ଜାତୀୟ ରାଜପଥ-୬୦ର ଖଡ଼ଗପୁର-ବାଲେଶ୍ୱର ସେକ୍ସନକୁ ୬ ଲେନ୍ ରେ ପରିଣତ କରିବା କାର୍ଯ୍ୟରେ ବିଳମ୍ବକୁ ନେଇ କେନ୍ଦ୍ର ରୋଡ୍ ଟ୍ରାନ୍ସପୋର୍ଟ ଓ ହାଇୱେ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ସଡଙ୍ଗୀ। ସୁପାରିଶକୃତ ଟ୍ରାଫିକ୍ ବେଞ୍ଚମାର୍କ ଛାଡ଼ କରାଯାଇଥିବା ସତ୍ତ୍ୱେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତିରେ ଅହେତୁକ ବିଳମ୍ବ ହେଉଥିବାରୁ ସେ ଚିନ୍ତା ପ୍ରକାଶ କରିଛନ୍ତି।

ଗତ ନଭେମ୍ବର ୨ ତାରିଖରେ ଲେଖିଥିବା ଏକ ଚିଠିରେ ସଡଙ୍ଗୀ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସମ୍ପୃକ୍ତ ପ୍ରାଧିକରଣକୁ ତୁରନ୍ତ DPR ପ୍ରସ୍ତୁତ ଓ ମଞ୍ଜୁର କରି ୬ ଲେନ୍‌ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।

ସାଂସଦ ମନେ ପକାଇ ଦେଇଛନ୍ତି ଯେ, ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏହି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇ ୬ ଲେନ୍ ନିର୍ମାଣ ପାଇଁ ଆବଶ୍ୟକ ଟ୍ରାଫିକ୍ ପରିମାଣ ବେଞ୍ଚମାର୍କ ନିୟମକୁ କୋହଳ କରିଥିଲେ ଏବଂ DPR ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ପ୍ରକଳ୍ପ ପାଇଁ ସାରାଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ଏବଂ ପ୍ରଶାସନିକ ସବୁଜ ସଙ୍କେତ ସତ୍ତ୍ୱେ ଯଥେଷ୍ଟ ସମୟ ବିତିଯାଇଥିଲେ ବି DPR ଏବଂ କାର୍ଯ୍ୟାନ୍ୱୟନ ଦିଗରେ କୌଣସି ବିଶେଷ ପ୍ରଗତି ହୋଇନାହିଁ।

ଖଡ଼ଗପୁର-ବାଲେଶ୍ୱର NH-60 ଉତ୍ତର ଓଡ଼ିଶା ସହିତ ପଶ୍ଚିମବଙ୍ଗକୁ ଯୋଡ଼ୁଥିବା ଏକ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ କରିଡର। ଏହା ଦୈନନ୍ଦିନ ଯାତ୍ରୀ, କୃଷିଜାତ ଦ୍ରବ୍ୟ, ଶିଳ୍ପସାମଗ୍ରୀ ଏବଂ ବ୍ୟବସାୟିକ ପରିବହନ ପାଇଁ ମୁଖ୍ୟ ରାସ୍ତା ଅଟେ।

ସାଂସଦ ସାରଙ୍ଗୀ ଦର୍ଶାଇଛନ୍ତି ଯେ, ଏହି ରାଜପଥକୁ ୬ ଲେନ୍‌ରେ ପରିଣତ କରାଗଲେ କ୍ରମାଗତ ବୃଦ୍ଧି ପାଉଥିବା ଟ୍ରାଫିକ୍ ସମସ୍ୟା ଦୂର ହେବ, ଜାମ କମିବ ଏବଂ ସଡ଼କ ସୁରକ୍ଷାରେ ବ୍ୟାପକ ସୁଧାର ଆସିବ। ଏହାସହ ଆଞ୍ଚଳିକ ବ୍ୟବସାୟ, ଶିଳ୍ପ କାର୍ଯ୍ୟକଳାପ ଏବଂ ଅର୍ଥନୈତିକ ବିକାଶକୁ ବଡ଼ ଖୋରାକ ମିଳିବ। ସାଧାରଣ ଜନତାଙ୍କ ସ୍ୱାର୍ଥ ଓ ଆଞ୍ଚଳିକ ପ୍ରଗତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ ବିନା ବିଳମ୍ବରେ ଶେଷ କରିବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)