ବୁଧବାର, 28 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍ | 08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍ | 08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍
ଓଡ଼ିଶା

କୋଟିଆ ସୀମା ବିବାଦ: ଆନ୍ଧ୍ରପ୍ରଦେଶ ବିରୋଧରେ ସୁପ୍ରିମ୍ କୋର୍ଟ ଗଲେ ଓଡ଼ିଶା ସରକାର, ଆଜି ବସିବ ୧୬ ଜଣିଆ କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ ବିଜ୍ଞପ୍ତି ଜାରି କରିବା ପରେ ପୁଣି ଥରେ କୋଟିଆ ସୀମା ବିବାଦ ତୀବ୍ର ହୋଇଛି। ଆନ୍ଧ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଓଡ଼ିଶା ସରକାର ସୁପ୍ରିମ୍ କୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି (ମଙ୍ଗଳବାର) ରାଜ୍ୟ ସରକାରଙ୍କ ୧୬ ଜଣିଆ ‘କୋଟିଆ କମିଟି’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କୋଟିଆ ଅଞ୍ଚଳର ସାମ୍ପ୍ରତିକ ପରିସ୍ଥିତି, ଆଇନଗତ ପଦକ୍ଷେପ ଏବଂ ଚାଲୁରହିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରାଯିବ।

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ୧୯୬୮ ମସିହାରେ ଓଡ଼ିଶା ଦାୟର କରିଥିବା ମାମଲାରେ ସୁପ୍ରିମ୍ କୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଆନ୍ଧ୍ର ସରକାର ନିର୍ବାଚନ କରାଇ ଏହି ନିର୍ଦ୍ଦେଶର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି।

ଗୋଟିଏ ଗ୍ରାମପଞ୍ଚାୟତରେ ଦୁଇଜଣ ସରପଞ୍ଚ ଓ ଦୁଇଜଣ ପଞ୍ଚାୟତ ସମିତି ସଭ୍ୟ କିପରି ରହିପାରିବେ, ସେ ନେଇ ଓଡ଼ିଶା ସରକାର ନିଜ ଆବେଦନରେ ସାମ୍ବିଧାନିକ ପ୍ରଶ୍ନ ଉଠାଇଛନ୍ତି। ୨୦୨୨ ଓଡ଼ିଶା ପଞ୍ଚାୟତ ନିର୍ବାଚନରେ କୋଟିଆର ଜନପ୍ରତିନିଧିମାନେ ନିର୍ବାଚିତ ହୋଇସାରିଛନ୍ତି।

ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ଯେ, ୨୦୨୦-୨୧ ରେ ମଧ୍ୟ ଆନ୍ଧ୍ର ନିର୍ବାଚନ କରିବା ପରେ ଓଡ଼ିଶା ଅଦାଲତ ଅବମାନନା ମାମଲା କରିଥିଲା, ଏବଂ ବର୍ତ୍ତମାନ ପୁନର୍ବାର ସେହିଭଳି ଆଇନଗତ ଆବେଦନ କରାଯାଇଛି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମେ ୨୦୨୫ ରେ କୋଟିଆର ୧୮ଟି ଗାଁର ସ୍ୱତନ୍ତ୍ର ବିକାଶ ପାଇଁ ଏହି ୧୬ ଜଣିଆ କମିଟି ଗଠନ କରିଥିଲେ।

ଅନ୍ୟପଟେ, କଂଗ୍ରେସ ବିଧାୟକ ଦଳ ନେତା ଥା ପୋଟଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆନ୍ଧ୍ର ସରକାରଙ୍କ ସହ ତୁରନ୍ତ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ଏବଂ କୋଟିଆରେ ଓଡ଼ିଶାର ସରକାରୀ ସେବା ସୁଦୃଢ଼ କରିବାକୁ ଦାବି କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)