ମଙ୍ଗଳବାର, 27 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 07:13 AM କୋଟିଆ ବିବାଦରେ ନବୀନଙ୍କୁ ସିଏମ୍ ମୋହନ ମାଝୀଙ୍କ ଚିଠି: “ରାଜନୀତି ଛାଡ଼ି ଗଠନମୂଳକ ପରାମର୍ଶ ଦିଅନ୍ତୁ” | 06:03 AM କୋଟିଆ ସୀମା ବିବାଦ: ଆନ୍ଧ୍ରପ୍ରଦେଶ ବିରୋଧରେ ସୁପ୍ରିମ୍ କୋର୍ଟ ଗଲେ ଓଡ଼ିଶା ସରକାର, ଆଜି ବସିବ ୧୬ ଜଣିଆ କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ | 07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 07:13 AM କୋଟିଆ ବିବାଦରେ ନବୀନଙ୍କୁ ସିଏମ୍ ମୋହନ ମାଝୀଙ୍କ ଚିଠି: “ରାଜନୀତି ଛାଡ଼ି ଗଠନମୂଳକ ପରାମର୍ଶ ଦିଅନ୍ତୁ” | 06:03 AM କୋଟିଆ ସୀମା ବିବାଦ: ଆନ୍ଧ୍ରପ୍ରଦେଶ ବିରୋଧରେ ସୁପ୍ରିମ୍ କୋର୍ଟ ଗଲେ ଓଡ଼ିଶା ସରକାର, ଆଜି ବସିବ ୧୬ ଜଣିଆ କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ | 07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 07:13 AM କୋଟିଆ ବିବାଦରେ ନବୀନଙ୍କୁ ସିଏମ୍ ମୋହନ ମାଝୀଙ୍କ ଚିଠି: “ରାଜନୀତି ଛାଡ଼ି ଗଠନମୂଳକ ପରାମର୍ଶ ଦିଅନ୍ତୁ” | 06:03 AM କୋଟିଆ ସୀମା ବିବାଦ: ଆନ୍ଧ୍ରପ୍ରଦେଶ ବିରୋଧରେ ସୁପ୍ରିମ୍ କୋର୍ଟ ଗଲେ ଓଡ଼ିଶା ସରକାର, ଆଜି ବସିବ ୧୬ ଜଣିଆ କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ଓଡ଼ିଶା

କୋଟିଆ ବିବାଦରେ ନବୀନଙ୍କୁ ସିଏମ୍ ମୋହନ ମାଝୀଙ୍କ ଚିଠି: “ରାଜନୀତି ଛାଡ଼ି ଗଠନମୂଳକ ପରାମର୍ଶ ଦିଅନ୍ତୁ”

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ଗ୍ରାମପଞ୍ଚାୟତକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି।

ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଏବଂ ସୀମା ସୁରକ୍ଷା ପାଇଁ ତାଙ୍କ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ସେ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଦିନଠାରୁ କୋଟିଆ ଅଞ୍ଚଳ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି।

ନବୀନ ପଟ୍ଟନାୟକ ପଠାଇଥିବା ଚିଠିର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସମ୍ବେଦନଶୀଳ ସୀମା ବିବାଦକୁ ଆଇନଗତ ଓ ଗଠନମୂଳକ ବାଟରେ ସମାଧାନ କରିବା ବଦଳରେ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଥିବାରୁ ସେ ଦୁଃଖପ୍ରକାଶ କରିଛନ୍ତି। ସେ ନବୀନଙ୍କୁ କୌଣସି ଗଠନମୂଳକ ପ୍ରସ୍ତାବ ଦେବାକୁ ଆହ୍ୱାନ ଜଣାଇଛନ୍ତି।

ସରକାର କୋଟିଆରେ ଜନସେବା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରୁଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର କୋଟିଆ କମିଟି ଏବଂ ବରିଷ୍ଠ ଅଧିକାରୀମାନେ ନିୟମିତ ସେହି ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଉପଯୁକ୍ତ ସାମ୍ବିଧାନିକ ଓ ଆଇନଗତ ମଞ୍ଚରେ ଓଡ଼ିଶାର କୋଟିଆ ଅଞ୍ଚଳର ସୁରକ୍ଷା ପାଇଁ ଆଇନଗତ ଲଢ଼େଇ ଜାରି ରହିବ। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସମସ୍ତ ପକ୍ଷ ସଂଯମତା ଅବଲମ୍ବନ କରିବା ସହ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବାକୁ ସେ ନିବେଦନ କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)