ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଭାରତ

ଦିଲ୍ଲୀରେ ବଡ଼ ନିଷ୍ପତ୍ତି: ପ୍ରତିବାଦ ସ୍ଥଳ ତାଲିକାରୁ ହଟିଲା ଜନ୍ତର ମନ୍ତର, ରାମଲୀଳା ମଇଦାନ ସହ ୩ଟି ନୂଆ ସ୍ଥାନ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ଚାଲିଥିବା ସମୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦିଲ୍ଲୀର ପ୍ରସିଦ୍ଧ ‘ଜନ୍ତର ମନ୍ତର’କୁ ପ୍ରତିବାଦ ଓ ଧାରଣା ସ୍ଥଳ ତାଲିକାରୁ ବାଦ୍ ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର କମିଟିର ସୁପାରିଶ ଆଧାରରେ ଧରଣା-ପ୍ରଦର୍ଶନ ପାଇଁ ଦିଲ୍ଲୀରେ ନୂତନ ସ୍ଥାନ ଚିହ୍ନଟ କରାଯାଇଛି।

ନୂଆ ପ୍ରତିବାଦ ସ୍ଥଳ: ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂଆ ନିୟମାନୁସାରେ ବର୍ତ୍ତମାନଠାରୁ:

ରାମଲୀଳା ମଇଦାନ

ବୁରାଡ଼ି ମଇଦାନ

ସିବିଡି ମଇଦାନ, ପୂର୍ବ ଦିଲ୍ଲୀ

ଏହି ତିନୋଟି ସ୍ଥାନକୁ ଆନ୍ଦୋଳନ ଓ ପ୍ରତିବାଦ ପାଇଁ ନିର୍ଦ୍ଧାରିତ କରାଯାଇଛି। ଜନ୍ତର ମନ୍ତରକୁ ପ୍ରତିବାଦ ସ୍ଥଳ ଭାବେ ଦିଆଯାଇଥିବା ପୂର୍ବ ବିଜ୍ଞପ୍ତିକୁ ରଦ୍ଦ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ପ୍ରାୟ ୩୩ ବର୍ଷ ଧରି ଜନ୍ତର ମନ୍ତର ପ୍ରତିବାଦର ମୁଖ୍ୟ କେନ୍ଦ୍ର ବିବେଚିତ ହୋଇଆସୁଥିଲା। ଏହାପୂର୍ବରୁ ଇଣ୍ଡିଆ ଗେଟ୍‌ର ‘ବୋଟ୍ କ୍ଲବ୍’ ପ୍ରତିବାଦ ସ୍ଥଳ ଥିଲା।

ଷ୍ଟାଣ୍ଡିଂ ଅର୍ଡରରେ ପରିବର୍ତ୍ତନ: ଦିଲ୍ଲୀ ପୋଲିସର ଏହି ନୂତନ ନିର୍ଦ୍ଦେଶନାମା ୨୮ ଏପ୍ରିଲ ୨୦୨୨ ର ପୁରୁଣା ଷ୍ଟାଣ୍ଡିଂ ଅର୍ଡରକୁ ପରିବର୍ତ୍ତନ କରିଛି। ପ୍ରତିବାଦ ପାଇଁ ନିର୍ଦ୍ଧାରିତ ସ୍ଥାନ ଏବଂ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ସ୍ପଷ୍ଟ କରିବା ଏହି ନୂଆ ନିୟମର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଆନ୍ଦୋଳନ ପାଇଁ ଅନୁମତି, ଲୋକଙ୍କ ସଂଖ୍ୟା ଏବଂ ଅନ୍ୟାନ୍ୟ ସର୍ତ୍ତାବଳୀ ନେଇ ବିସ୍ତୃତ ନିୟମାବଳୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ।

ଗୃହ ମନ୍ତ୍ରଣାଳୟ ଗଠନ କରିଥିବା କମିଟି ବିଭିନ୍ନ ସ୍ଥାନ ଯାଞ୍ଚ କରିବା ପରେ ଜନ୍ତର ମନ୍ତର ବଦଳରେ ଅନ୍ୟ ସ୍ଥାନଗୁଡ଼ିକୁ ଚିହ୍ନଟ କରିବାକୁ ସୁପାରିଶ କରିଥିଲା।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)