ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଓଡ଼ିଶାରେ ‘ଆଙ୍ଗନ୍ କା ଉତ୍ସବ’ ଅଭିଯାନର ଶୁଭାରମ୍ଭ: ଅଙ୍ଗନୱାଡ଼ି କର୍ମୀଙ୍କ ପୋଷାକ ଭତ୍ତା ବୃଦ୍ଧି କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ରାଜ୍ୟର ଶିଶୁ, ମହିଳା ଏବଂ କିଶୋରୀମାନଙ୍କ ମଧ୍ୟରେ ପୁଷ୍ଟିସାଧନ, ସ୍ୱାସ୍ଥ୍ୟ ସଚେତନତା ଏବଂ ପ୍ରାଥମିକ ଶିଶୁ ବିକାଶ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ତିନିଦିନିଆ ‘ଆଙ୍ଗନ୍ କା ଉତ୍ସବ’ (Angan Ka Utsav) ଅଭିଯାନର ଶୁଭାରମ୍ଭ କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଅଭିଯାନକୁ ଭର୍ଚୁଆଲ୍ ମୋଡ଼ରେ ଉଦଘାଟନ କରିଛନ୍ତି।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କର ପୋଷାକ ଭତ୍ତା ୧,୩୯୦ ଟଙ୍କାରୁ ବୃଦ୍ଧି କରି ୧,୫୦୦ ଟଙ୍କା କରାଯାଇଥିବା ଘୋଷଣା କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ୬୦୦ ଟଙ୍କା ଏବଂ ରାଜ୍ୟ ସରକାର ୯୦୦ ଟଙ୍କା ପ୍ରଦାନ କରିବେ। ଏହି ୨୨.୩୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ଦ୍ୱାରା ରାଜ୍ୟର ପ୍ରାୟ ୧.୪୮ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସିଧାସଳଖ ଉପକୃତ ହେବେ।

ଏହାସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିଦ୍ୟୁତ୍ ବିଲ୍ ପରିଚାଳନାକୁ ସହଜ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ DIPTI (Direct Invoice Payment & Tracking Interface) ପୋର୍ଟାଲ୍ ମଧ୍ୟ ଲଞ୍ଚ କରିଛନ୍ତି। ଏହାଦ୍ୱାରା ଅଙ୍ଗନୱାଡ଼ି କର୍ମୀମାନେ ଆର୍ଥିକ ଓ ପ୍ରଶାସନିକ ଚାପରୁ ମୁକ୍ତି ପାଇବେ ଏବଂ କେନ୍ଦ୍ରଗୁଡ଼ିକରେ ବିନା ବାଧାରେ ବିଦ୍ୟୁତ୍ ସେବା ଜାରି ରହିବ।

ଚଳିତ ମାସ ସେପ୍ଟେମ୍ବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୭୪,୨୨୪ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଅଭିଯାନ ପାଳନ କରାଯିବ। ପ୍ରଥମ ଦିନ (୨୭ ସେପ୍ଟେମ୍ବର)ରେ ପୁଷ୍ଟି ଏବଂ ଖାଦ୍ୟ ପ୍ରତିଯୋଗିତା (ପରିବାର ଦ୍ୱାରା ପ୍ରସ୍ତୁତ ‘ପୋଷାକ ପିଠା’ ପ୍ରଦର୍ଶନ ଏବଂ ବାପାମାନଙ୍କ ପାଇଁ ରୋଷେଇ ପ୍ରତିଯୋଗିତା)। ଦ୍ୱିତୀୟ ଦିନ (୨୮ ସେପ୍ଟେମ୍ବର)ରେ ଶିଶୁକୈନ୍ଦ୍ରିକ ମନୋରଞ୍ଜନ କାର୍ଯ୍ୟକ୍ରମ, ଖେଳକୁଦ, ଗଳ୍ପ ପଠନ ଏବଂ ‘ଆମ କୁନିପିଲା’ ଓ ‘ମୋ ବିକାଶ ପତ୍ର’ ପୁସ୍ତକ ପ୍ରଦର୍ଶନ। ପିଲାମାନଙ୍କୁ ଲସି, ଫଳ ଏବଂ ମିଲେଟ୍ କୁକିଜ୍ ଦିଆଯିବ।

ସେହିପରି ତୃତୀୟ ଦିନ (୨୯ ସେପ୍ଟେମ୍ବର)ରେ POSHAN, SUBHADRA, MAMATA, PM-AWAS ଏବଂ ADVIKA ଭଳି ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା ଏବଂ ଅଙ୍ଗନୱାଡ଼ି ତଥା ଆଶା କର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ‘ତିରଙ୍ଗା ଥାଳି’ର ବ୍ୟବସ୍ଥା।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ. ମୃଣାଳିନୀ ଦର୍‌ୱାଲ, ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ଏବଂ TPCODL CEO ଗଜାନନ ଏସ୍. କାଲେ ପ୍ରମୁଖ ଉପସ୍ଥିତ ଥିଲେ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)