ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ବିଦେଶ

ଆଫଗାନିସ୍ତାନ ଉପରେ ପାକିସ୍ତାନର ପୁଣି ଏୟାରଷ୍ଟ୍ରାଇକ୍: କୁନାର ଓ ପକ୍ତିକାରେ ବୋମାବର୍ଷା, ଭାଙ୍ଗି ମାଟିରେ ମିଶିଲା ଘର

ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଲାଗିରହିଥିବା ତିକ୍ତତା ଏବେ ଉଗ୍ର ରୂପ ନେଇଛି। ପାକିସ୍ତାନୀ ବାୟୁସେନାର ଲଢୁଆ ବିମାନଗୁଡ଼ିକ ଆଫଗାନିସ୍ତାନର ପୂର୍ବ ଭାଗରେ ଥିବା କୁନାର ଓ ପକ୍ତିକା ପ୍ରଦେଶ ଉପରେ ପୁଣି ଥରେ ଭୟଙ୍କର ଏୟାରଷ୍ଟ୍ରାଇକ୍ କରିଛନ୍ତି। ଆଜି ଭୋର ପ୍ରାୟ ୩:୩୦ ସମୟରେ ପାକିସ୍ତାନୀ ଯୁଦ୍ଧବିମାନଗୁଡ଼ିକ ଆକାଶମାର୍ଗରେ ମଣ୍ଡରାଉଥିବାର ଦେଖିବାକୁ ମିଳିଥିଲା, ଯାହା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଆତଙ୍କ ସୃଷ୍ଟି ହୋଇଛି।:

କୁନାର ପ୍ରଦେଶର ନର୍ଗଲ ଜିଲ୍ଲାସ୍ଥିତ ପତଙ୍ଗ ଅଞ୍ଚଳରେ ପାକିସ୍ତାନୀ ସେନା ବିଶେଷ ଭାବେ ନୁର ମହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଲକ୍ଷ୍ୟ କରି ବୋମାବର୍ଷା କରିଥିଲା।ଅତ୍ୟାଧିକ ବୋମାମାଡ଼ ଯୋଗୁଁ ନୁର ମହମ୍ମଦଙ୍କ ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯିବା ସହ ଆଖପାଖର ଅନେକ ଘର ମଧ୍ୟ ଆଂଶିକ ଭାବେ ଛତ୍ରଭଙ୍ଗ ହୋଇଛି। ଭଗ୍ନାବଶେଷ ତଳୁ ବୋମାର ବିସ୍ଫୋରକ ଅବଶେଷ ମିଳିଛି। ସ୍ଥାନୀୟ ଲୋକେ ଓ ରିଲିଫ୍ ଟିମ୍ ମଲବା ହଟାଇ ନିଖୋଜ କିମ୍ବା ଆହାତଙ୍କୁ ଖୋଜାଖୋଜି କରୁଛନ୍ତି।

୧୮୯୩ ମସିହାରେ ବ୍ରିଟିଶ ଶାସନ କାଳରେ ନିର୍ଦ୍ଧାରିତ ୨,୬୪୦ କିଲୋମିଟର ଦୀର୍ଘ ସୀମାରେଖାକୁ ଆଫଗାନିସ୍ତାନ ସରକାର ଅନ୍ତର୍ଜାତୀୟ ସୀମା ଭାବେ ସ୍ୱୀକୃତି ଦିଅନ୍ତି ନାହିଁ। ଏହି ସୀମା ଯୋଗୁଁ ପଶ୍ତୁନ୍ ଓ ବଲୋଚ୍ ଜନଜାତି ବିଭାଜିତ ହୋଇଛନ୍ତି ବୋଲି ଆଫଗାନିସ୍ତାନର ଅଭିଯୋଗ।

ପାକିସ୍ତାନର ଅଭିଯୋଗ ଯେ ‘ତେହରିକ୍-ଏ-ତାଲିବାନ୍ ପାକିସ୍ତାନ’ (TTP) ର ଆତଙ୍କବାଦୀଙ୍କୁ ଆଫଗାନିସ୍ତାନ ଆଶ୍ରୟ ଦେଉଛି। ଅପରପକ୍ଷରେ, ଆଫଗାନିସ୍ତାନ ଏହି ଅଭିଯୋଗକୁ ଖଣ୍ଡନ କରି ପାକିସ୍ତାନ ନିଜ ବିଫଳତା ଲୁଚାଉଥିବା କହିଛି।

ଏହି ସୀମାନ୍ତ ବିବାଦ, ଆଫଗାନ ଶରଣାର୍ଥୀଙ୍କୁ ପାକିସ୍ତାନରୁ ବାହାର କରିବା ଏବଂ ବାଣିଜ୍ୟିକ କଟକଣା ଯୋଗୁଁ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)