ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଧର୍ମ ଓ ସଂସ୍କୃତି

ଆଜି ଦେବଶିଳ୍ପୀ ବିଶ୍ୱକର୍ମା ପୂଜା: ସୃଜନ, ନିର୍ମାଣ ଓ କାରିଗରୀ କଳାର ମହାପର୍ବ

Viswakarma Puja: ଆଜି ସେପ୍ଟେମ୍ବର ୧୭ ତାରିଖରେ ସାରା ଦେଶରେ ଅତ୍ୟନ୍ତ ଆଡ଼ମ୍ବର ସହ ପାଳିତ ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଭଗବାନ ବିଶ୍ୱକର୍ମା ହେଉଛନ୍ତି ନିର୍ମାଣ, ଶିଳ୍ପ ଓ ସୃଜନଶୀଳତାର ଦେବତା।

ପ୍ରତିବର୍ଷ ଏହି ଦିନରେ ବିଶେଷ କରି କାରଖାନା, ଶିଳ୍ପାନୁଷ୍ଠାନ, ୱାର୍କଶପ୍, ନିର୍ମାଣସ୍ଥଳ ଏବଂ ବିଭିନ୍ନ କାରିଗରଙ୍କ ଘରେ ଯନ୍ତ୍ରପାତି ଓ ମେସିନ୍‌ଗୁଡ଼ିକୁ ସଫାସୁତୁରା କରି ବିଶ୍ୱକର୍ମାଙ୍କ ଆରାଧନା କରାଯାଏ।

ପୁରାଣ ଅନୁଯାୟୀ, ଦେବରାଜ ଇନ୍ଦ୍ରଙ୍କ ସ୍ୱର୍ଗପୁରୀ ‘ଅମରାବତୀ’ଠାରୁ ଆରମ୍ଭ କରି ହସ୍ତିନାପୁର, ଇନ୍ଦ୍ରପ୍ରସ୍ଥ, ସ୍ୱର୍ଣ୍ଣଲଙ୍କା ଏବଂ ଦ୍ୱାରକା ନଗରୀର ନିର୍ମାଣ କେବଳ ବିଶ୍ୱକର୍ମାଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥିଲା।

ଏହାବ୍ୟତୀତ ଦେବତାମାନଙ୍କ ଦିବ୍ୟ ଅସ୍ତ୍ରଶସ୍ତ୍ର ଯଥା— ଇନ୍ଦ୍ରଙ୍କ ବଜ୍ର, ଶିବଙ୍କ ତ୍ରିଶୂଳ, ବିଷ୍ଣୁଙ୍କ ସୁଦର୍ଶନ ଚକ୍ର, କର୍ଣ୍ଣଙ୍କ କୁଣ୍ଡଳ ଏବଂ ପ୍ରସିଦ୍ଧ ପୁଷ୍ପକ ବିମାନ ମଧ୍ୟ ତାଙ୍କର ସୃଷ୍ଟି।

ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ନିମ୍ବଦାରୁ ବିଗ୍ରହ ବିଶ୍ୱକର୍ମା ହିଁ ଶିଳ୍ପୀ ରୂପ ଧାରଣ କରି ନିର୍ମାଣ କରିଥିଲେ ବୋଲି ପୌରାଣିକ ବିଶ୍ୱାସ ରହିଛି । ସେହିପରି ଶ୍ରୀମନ୍ଦିରରୁ ମା’ ମହାଲକ୍ଷ୍ମୀ ବାହାରିଯିବା ସମୟରେ ତାଙ୍କ ପାଇଁ ନୂତନ ପ୍ରାସାଦ ନିର୍ମାଣ ଏବଂ ଭକ୍ତ ସୁଦାମାଙ୍କ ପାଇଁ ଶ୍ରୀକୃଷ୍ଣଙ୍କ ଉପହାର ସ୍ୱରୂପ ଉଆସ ନିର୍ମାଣ ବିଶ୍ୱକର୍ମାଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା।

ଏହି ପୂଜାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି କାରିଗରୀ କଳା, ମାନବ ଶ୍ରମ, ଯନ୍ତ୍ରପାତି ଏବଂ ନିର୍ମାଣ କୌଶଳ ପ୍ରତି ସମ୍ମାନ ପ୍ରଦର୍ଶନ କରିବା। ନିଜର ବ୍ୟବସାୟ ଓ କାର୍ଯ୍ୟକ୍ଷେତ୍ରରେ ସମୃଦ୍ଧି ଏବଂ ସଫଳତା ପାଇଁ ଶିଳ୍ପୀ ଓ ଶ୍ରମିକ ସମାଜ ଆଜି ଦେବଶିଳ୍ପୀଙ୍କ ଆଶୀର୍ବାଦ କାମନା କରୁଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)