ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଓଡ଼ିଶାର ୩୫୯ଟି କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟଗ୍ରହଣ ଜାରି: ସନ୍ଧ୍ୟା ସୁଦ୍ଧା ଆସିବ ଫଳାଫଳ

ଭୁବନେଶ୍ୱର: ଆଜି ଓଡ଼ିଶାର ୩୫୯ଟି ଉଚ୍ଚ ଶିକ୍ଷାନୁଷ୍ଠାନ (୩୪୬ଟି କଲେଜ ଏବଂ ୧୩ଟି ବିଶ୍ୱବିଦ୍ୟାଳୟ) ରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟଗ୍ରହଣ ଜାରି ରହିଛି। ସକାଳ ୮ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଥିବା ଏହି ଭୋଟଗ୍ରହଣ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଭୋଟ ଗଣତି କରାଯାଇ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ।

୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା: ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଯାଞ୍ଚ ପରେ ମୋଟ ୬,୮୯୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଏଥିମଧ୍ୟରୁ କଲେଜଗୁଡ଼ିକରେ ୬,୫୩୩ ଜଣ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୩୫୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଚଳିତ ନିର୍ବାଚନରେ ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୪୫.୨ ପ୍ରତିଶତ ମହିଳା ପ୍ରାର୍ଥୀ ରହିଛନ୍ତି। ସମ୍ପାଦକ, ସଭାପତି, ସହ-ସଭାପତି ଏବଂ ଯୁଗ୍ମ ସମ୍ପାଦକ ଭଳି ପ୍ରମୁଖ ପଦବୀ ପାଇଁ ହଜାର ହଜାର ଛାତ୍ରଛାତ୍ରୀ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି।

ହିଂସା, ‘ସାଇନ୍-ଡାଇ’ ଏବଂ କ୍ୟାମ୍ପସ ଉତ୍ତେଜନା: ନିର୍ବାଚନ ପୂର୍ବଦିନ (ବୁଧବାର) ‘ହ୍ୱାଇ ଆଇ ମେକ୍ ଷ୍ଟାଣ୍ଡ୍’ ବୈଠକକୁ କେନ୍ଦ୍ର କରି ୧୦ରୁ ଅଧିକ କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା।

ଉତ୍କଳ ବିଶ୍ୱବିଦ୍ୟାଳୟ: ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ସଂଘର୍ଷ ଏବଂ ଭଙ୍ଗାରୁଜା ଚାଲିଥିଲା।

ସାଇନ୍-ଡାଇ ଓ ବାତିଲ: ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଯୋଗୁଁ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଢେଙ୍କାନାଳର ଓଡ଼ାପଡ଼ା କଲେଜ ଏବଂ ଝାରସୁଗୁଡ଼ାର ଏଲ୍‌ଏନ୍ କଲେଜକୁ ‘ସାଇନ୍ ଡାଇ’ ଘୋଷଣା କରାଯାଇଛି। ଓଡ଼ାପଡ଼ା କଲେଜରେ ନିର୍ବାଚନ ବାତିଲ କରାଯାଇଛି।

ଅନ୍ୟାନ୍ୟ ଜିଲ୍ଲା: ଗଞ୍ଜାମର ଋଷିକୂଲ୍ୟା କଲେଜ, ବାରିପଦାର ବାବା ବାଲିଆ କଲେଜ, ଯାଜପୁରର ଏନ୍‌ସି କଲେଜ, ମୟୂରଭଞ୍ଜର ଉଦଳା କଲେଜ ଏବଂ ନୂଆପଡ଼ାର ସେଣ୍ଟ୍ରାଲ କଲେଜରେ ମଧ୍ୟ ପୋଲିସ ଏବଂ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ରିପୋର୍ଟ ମିଳିଛି।

ପ୍ରସାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କ୍ୟାମ୍ପସଗୁଡ଼ିକରେ ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)