ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଅପରାଧ

ବିହାରର ମନ୍ଦାର ପର୍ବତରେ ମହିଳାଙ୍କୁ ଦୁର୍ବ୍ୟବହାର ମାମଲା: ୬ ଜଣ ଅଜ୍ଞାତ ଯୁବକଙ୍କ ବିରୋଧରେ ମାମଲା ରୁଜୁ

ପାଟନା: ବିହାରର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମନ୍ଦାର ପର୍ବତରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଜଣେ ଯୁବତୀଙ୍କୁ କିଛି ଯୁବକ ଅଶ୍ଳୀଳ ବ୍ୟବହାର ଓ ମାଡ଼ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାରେ ପୋଲିସ ୬ ଜଣ ଅଜ୍ଞାତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଭାଇରାଲ ହୋଇଥିବା ଭିଡିଓଟି ସେପ୍ଟେମ୍ବର ୩ ତାରିଖର ବୋଲି ଜଣାପଡ଼ିଛି। ଗତ ସେପ୍ଟେମ୍ବର ୨୨ ତାରିଖରେ ପୋଲିସର ସୋସିଆଲ ମିଡ଼ିଆ ସେଲ୍‌ ଜରିଆରେ ଏହି ଭିଡିଓ ପୋଲିସ ହାତକୁ ଆସିଥିଲା। ଏହାପରେ ବାଙ୍କା ଜିଲ୍ଲାର ବୌନସି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଉକ୍ତ ସ୍ଥାନଟି ମନ୍ଦାର ପର୍ବତ ବୋଲି ସ୍ପଷ୍ଟ କରିଥିଲା।

ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଯୁବକ ମହିଳାଜଣଙ୍କୁ ଘେରି ରହି ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିବା ସହ ଚପଲରେ ପିଟୁଛନ୍ତି। ଏନେଇ ପୋଲିସ ଭାରତୀୟନ୍ୟାୟ ସଂହିତା ଏବଂ ଆଇଟି ଆକ୍ଟର ବିଭିନ୍ନ କଠୋରଧାରାରେ ମାମଲା ରୁଜୁ କରିଛି। ସ୍ଥାନୀୟ ଦୋକାନୀ ଓ ବାସିନ୍ଦାମାନଙ୍କୁ ପଚରାଉଚରା କରାଯିବା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି।

ବିହାରର ଜମୁଇ ଏବଂ ସମସ୍ତିପୁର ଅଞ୍ଚଳରେ ଏଭଳି କିଛି ଅଘଟଣ ପରେ ଏହି ନୂତନ ଘଟଣା ରାଜ୍ୟରେ ଆଇନଶୃଙ୍ଖଳା ଏବଂ ମହିଳା ସୁରକ୍ଷାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)