ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଭାରତ

ତୃଣମୂଳ କଂଗ୍ରେସ ନାମ ଓ ଚିହ୍ନ ଫ୍ରିଜ୍ କଲେ ନିର୍ବାଚନ ଆୟୋଗ; ମମତା ଓ ଋତବ୍ରତ ଦଳକୁ ମିଳିବ ନୂଆ ନାଁ ଓ ପ୍ରତୀକ

ନୂଆଦିଲ୍ଲୀ/କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଏବଂ ରେଜିନଗର ବିଧାନସଭା ଉପନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ (ECI) ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ଦଳୀୟ କ୍ଷମତା ଓ ପଦବୀକୁ ନେଇ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ କାରଣରୁ ନିର୍ବାଚନ ଆୟୋଗ ‘ସର୍ବଭାରତୀୟ ତୃଣମୂଳ କଂଗ୍ରେସ’ (AITC) ର ନାମ ଏବଂ ଦଳୀୟ ପ୍ରତୀକ ‘ଯୋଡ଼ା ଫୁଲ ଓ ଘାସ’ (Flowers and Grass) ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି।

ଅକ୍ଟୋବର ୬ ରେ ହେବାକୁ ଥିବା ଉପନିର୍ବାଚନରେ କୌଣସି ବି ପକ୍ଷ ଏହି ନାମ କିମ୍ବା ଚିହ୍ନ ବ୍ୟବହାର କରିପାରିବେ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଏବଂ ବିଧାନସଭାର ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ ଓ ଅରୂପ ରୟଙ୍କ ଅନ୍ୟ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ।

ଉଭୟ ଦଳକୁ ସମାନ ସୁଯୋଗ ପ୍ରଦାନ କରିବା ଏବଂ ଅଧିକାର ସୁରକ୍ଷିତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଆୟୋଗ ପ୍ରକାଶ କରିଛନ୍ତି। ସେପ୍ଟେମ୍ବର ୧୮ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ଉଭୟ ଗୋଷ୍ଠୀକୁ ତିନୋଟି ଲେଖାଏଁ ପସନ୍ଦର ଅସ୍ଥାୟୀ ନାମ ଓ ମୁକ୍ତ ପ୍ରତୀକ (Free Symbols) ଦାଖଲ କରିବାକୁ କୁହାଯାଇଛି।

ଏହି ବିବାଦର ମୂଳ କାରଣ ହେଉଛି ଦଳର ସାଂଗଠନିକ କ୍ଷମତା। ଋତବ୍ରତ-ଅରୂପ ରୟ ଗୋଷ୍ଠୀର ଦାବି ଅନୁଯାୟୀ, ଗତ ଫେବୃଆରୀ ୧୧, ୨୦୨୫ ରେ ଜାତୀୟ କାର୍ଯ୍ୟକାରିଣୀର କାର୍ଯ୍ୟକାଳ ଶେଷ ହୋଇସାରିଛି। ତେଣୁ ଜୁନ୍ ୨୨ ରେ ଆହୂତ ସ୍ୱତନ୍ତ୍ର ଅଧିବେଶନରେ ଅରୂପ ରୟଙ୍କୁ କାର୍ଯ୍ୟକାରିଣୀର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି।

ଅପରପକ୍ଷରେ, ମମତା ବାନାର୍ଜୀ ଗୋଷ୍ଠୀର ସାଂସଦ ଦେରେକ୍ ଓ’ବ୍ରାଏନ୍ ଦର୍ଶାଇଛନ୍ତି ଯେ ସମ୍ବିଧାନ ସଂଶୋଧନ ଦ୍ୱାରା କାର୍ଯ୍ୟକାରିଣୀର କାର୍ଯ୍ୟକାଳ ୫ ବର୍ଷକୁ ବୃଦ୍ଧି କରାଯାଇଛି, ଯାହା ୨୦୨୭ ପର୍ଯ୍ୟନ୍ତ ବୈଧ। ଇଲେକ୍ସନ୍ ସିମ୍ବଲ୍ସ ଅର୍ଡର, ୧୯୬୮ ର ସେକ୍ସନ ୧୫ ଅଧୀନରେ ନିର୍ବାଚନ ଆୟୋଗ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ, ଯାହା ସମୟସାପେକ୍ଷ ହୋଇଥିବାରୁ ଏହି ଅନ୍ତରୀଣ କଟକଣା ଜାରି କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)