ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
କ୍ରୀଡ଼ା

ଏସିଆନ୍ ଗେମ୍ସ ୨୨୦୨୬: ଜାପାନକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍; ଶେଫାଳୀ ବର୍ମା ଓ ଶ୍ରୀ ଚରଣୀଙ୍କ ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଏସିଆନ୍ ଗେମ୍ସ ୨୦୨୬ ର କ୍ୱାଟରଫାଇନାଲରେ ଆୟୋଜକ ଜାପାନକୁ ୮ ୱିକେଟ୍‌ରେ ସହଜରେ ପରାସ୍ତ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଜୟ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି, ଯେଉଁଠାରେ ଆସନ୍ତା ରବିବାର ଦିନ ଭାରତର ମୁକାବିଲା ବାଂଲାଦେଶ ସହ ହେବ। ସେହିଦିନ ପ୍ରଥମ ସେମିଫାଇନାଲରେ ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ।

ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀ ଚରଣୀଙ୍କ ସାଂଘାତିକ ବୋଲିଂ (୪ ୱିକେଟ୍/୧୦ ରନ୍) ଏବଂ ଶେଫାଳୀ ବର୍ମାଙ୍କ (୨ ୱିକେଟ୍/୧୩ ରନ୍) ବୋଲିଂ ପ୍ରଦର୍ଶନ ଯୋଗୁଁ ଜାପାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଜାପାନ ପକ୍ଷରୁ ଆୟାକା କାଟୋ-ଷ୍ଟାଫୋର୍ଡ ସର୍ବାଧିକ ୨୫ ରନ୍ ସଂଗ୍ରହ କରିଥିଲେ।

ଜବାବରେ ଲକ୍ଷ୍ୟ ପିଛା କରୁଥିବା ଭାରତୀୟ ଟିମ୍‌କୁ ଶେଫାଳୀ ବର୍ମା ବିସ୍ଫୋରକ ଆରମ୍ଭ ଦେଇଥିଲେ। ପ୍ରଥମ ଓଭରରେ ୪ଟି ଚୌକା ମାରି ସେ ଜାପାନୀ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଜି. କମଳିନୀ ଏବଂ ଭାରତୀ ଫୁଲମାଲୀ ଶୀଘ୍ର ଆଉଟ୍ ହୋଇଥିଲେ ମଧ୍ୟ ଶେଫାଳୀ ମାତ୍ର ୧୫ଟି ବଲ୍‌ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ଅପରାଜିତ ୪୦ ରନ୍‌ର ଆକ୍ରମଣାତ୍ମକ ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ।

ଭାରତୀୟ ପ୍ଲେଇଂ ଏକାଦଶ: ସ୍ମୃତି ମାନ୍ଧାନା, ଶେଫାଳୀ ବର୍ମା, ହରମନପ୍ରୀତ କୌର (ଅଧିନାୟିକା), ଜି. କମଳିନୀ, ଭାରତୀ ଫୁଲମାଲୀ, ରିଚା ଘୋଷ (ୱିକେଟରକ୍ଷକ), ଦୀପ୍ତି ଶର୍ମା, ଶ୍ରୀ ଚରଣୀ, ଶ୍ରେୟଙ୍କା ପାଟିଲ, କ୍ରାନ୍ତି ଗୌଡ଼, ନନ୍ଦିନୀ ଶର୍ମା।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)