ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

‘ଏକାମ୍ର ରେସିଡେନ୍ସି’ ଆବାସିକ ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ: ଅକ୍ଟୋବର ୩୧ ଯାଏଁ ସୁଯୋଗ, ‘ୟୁନିକ୍ ଆକାଉଣ୍ଟ ନମ୍ବର’ ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଆବାସିକ ପ୍ରକଳ୍ପ ‘ଏକାମ୍ର ରେସିଡେନ୍ସି’ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଡିଏ ପକ୍ଷରୁ ଏଥର ‘ୟୁନିକ୍ ଆକାଉଣ୍ଟ ନମ୍ବର’ ବ୍ୟବସ୍ଥା କରାଯାଇଛି।

ନିର୍ଦ୍ଦେଶାବଳୀ ଅନୁଯାୟୀ, ଆବେଦନକାରୀମାନେ ପ୍ରଥମେ ବିଡିଏର ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ପଞ୍ଜୀକରଣ କରି ୟୁନିକ୍ ଆକାଉଣ୍ଟ ନମ୍ବର ପାଇଁ ଆବେଦନ କରିବେ।

ସେଠାରେ ସେମାନଙ୍କୁ ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡିବ। ୟୁନିକ୍ ଆକାଉଣ୍ଟ ନମ୍ବର ମିଳିବା ପରେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ବୁକିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ।

ସ୍ୱଚ୍ଛତା ବଜାୟ ରଖିବା ପାଇଁ ଗୋଟିଏ ପରିବାରରୁ କେବଳ ଜଣେମାତ୍ର ସଦସ୍ୟ ଆବେଦନ କରିପାରିବେ ବୋଲି ନିୟମ ରହିଛି। ୟୁନିକ୍ ଆକାଉଣ୍ଟ ନମ୍ବର ମାଧ୍ୟମରେ ଏକାଧିକ ଆବେଦନକୁ ସହଜରେ ଚିହ୍ନଟ କରାଯାଇପାରିବ।

ଆପାର୍ଟମେଣ୍ଟ ଗୁଡ଼ିକ ସ୍ୱଚ୍ଛ ପ୍ରକ୍ରିୟାରେ ଲଟେରି ମାଧ୍ୟମରେ ଆବଣ୍ଟନ କରାଯିବ। ଅଧିକରୁ ଅଧିକ ପ୍ରକୃତ ଆବଶ୍ୟକତା ଥିବା ଲୋକଙ୍କୁ ଘର ପାଇବାର ସୁଯୋଗ ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)