ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ବିଦେଶ

ରୁଷ ପ୍ରତିବନ୍ଧକ ବିଲ୍’ରେ ଟ୍ରମ୍ପଙ୍କ ଦସ୍ତଖତ: ଭାରତ ଓ ଚୀନ୍‌ ଉପରେ ଲାଗିବ ୧୦୦% ଟାରିଫ୍‌

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଓ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରିଛନ୍ତି। ରୁଷଠାରୁ ତେଲ ଏବଂ ଗ୍ୟାସ୍ ଆମଦାନୀ କରୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ (Tariff) ଲଗାଇବା କ୍ଷମତା ପ୍ରଦାନ କରୁଥିବା ‘ରୁଷ ପ୍ରତିବନ୍ଧକ ବିଲ୍’ରେ ଟ୍ରମ୍ପ ଦସ୍ତଖତ କରି ଏହାକୁ ଆଇନରେ ପରିଣତ କରିଛନ୍ତି।

ଆମେରିକା କଂଗ୍ରେସର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ୨୬୨-୧୫୯ ଭୋଟ୍‌ରେ ଏହି ବିଲ୍ ପାରିତ ହେବାର ଦୁଇ ଦିନ ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି। ‘ଲିଣ୍ଡସେ ଓ ଗ୍ରାହମ୍ ସ୍ୟାଙ୍କସନିଂ ରୁଷିଆ ଆଣ୍ଡ୍ ଇରାନ୍ ଆକ୍ଟ ଅଫ୍ ୨୦୨୬’ ନାମକ ଏହି ବିଲ୍‌ଟି ସ୍ୱର୍ଗତ ସେନେଟର ଲିଣ୍ଡସେ ଗ୍ରାହମ୍‌ଙ୍କ ସ୍ମୃତିରେ ନାମିତ କରାଯାଇଛି।

ରୁଷର ସାମରିକ ଶକ୍ତି ଓ ଅର୍ଥନୀତିକୁ ଦୁର୍ବଳ କରିବା ଏହି ଆଇନର ମୂଳ ଉଦ୍ଦେଶ୍ୟ। ଏହି ନୂତନ ଆଇନ ବଳରେ ରୁଷୀୟ ସାମଗ୍ରୀ ଉପରେ ୫୦୦% ପର୍ଯ୍ୟନ୍ତ ଏବଂ ରୁଷଠାରୁ ଇନ୍ଧନ କିଣୁଥିବା ଭାରତ, ଚୀନ୍, ୟୁଏଇ, ତୁର୍କୀ ଓ ସିଙ୍ଗାପୁର ଭଳି ୧୦ଟି ପ୍ରମୁଖ ଦେଶର ଆମଦାନୀ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଆମେରିକା ରାଷ୍ଟ୍ରପତିଙ୍କୁ କ୍ଷମତା ଦିଆଯାଇଛି।

ଭାରତ ଉପରେ ଏହାର ପ୍ରଭାବ:ଯଦି ଟ୍ରମ୍ପ ଭାରତ ଉପରେ ଏହି ୧୦୦% ଟାରିଫ୍ ଲାଗୁ କରନ୍ତି, ତେବେ ଏହା ଆମେରିକା ଦ୍ୱାରା ପୂର୍ବରୁ ଆରୋପିତ ୧୦% ଆମଦାନୀ ଶୁଳ୍କ ଉପରେ ଅତିରିକ୍ତ ଭାବେ ଯୋଡ଼ିହେବ। ତେବେ ଆମେରିକା ସରକାର ଆନୁଷ୍ଠାନିକ ଭାବେ ନୂତନ ଶୁଳ୍କ ହାର ଘୋଷଣା କରିବା ପରେ ହିଁ ଭାରତୀୟ ରପ୍ତାନି ଉପରେ ଏହାର ପ୍ରକୃତ ପ୍ରଭାବ ସ୍ପଷ୍ଟ ହେବ।

ଭାରତର କଡ଼ା ଜବାବ: ଏହି ବିଲ୍ ପାରିତ ହେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଦେଶର ୧୪୦ କୋଟି ଜନସାଧାରଣଙ୍କ ଇନ୍ଧନ ସୁରକ୍ଷା (Energy Security) ସୁନିଶ୍ଚିତ କରିବା ଭାରତର ପ୍ରାଥମିକତା। ନିଜର ଆର୍ଥିକ ଓ ବାଣିଜ୍ୟିକ ସ୍ୱାର୍ଥ ରକ୍ଷା ପାଇଁ ଭାରତ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରିବ। ଅନ୍ତର୍ଜାତୀୟ ବଜାରର ସ୍ଥିତି ଅନୁଯାୟୀ ବିଭିନ୍ନ ଉତ୍ସରୁ ତେଲ କ୍ରୟ ପ୍ରକ୍ରିୟା ଜାରି ରହିବ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)