ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
କ୍ରୀଡ଼ା

ଏସିଆନ୍ ଗେମ୍ସ ୨୦୨୬: ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲା ମହିଳା କ୍ରିକେଟ୍ ଟିମ୍, ଶ୍ରୀଲଙ୍କାକୁ ୧୪୭ ରନ୍‌ରେ ହରାଇ ଇତିହାସ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍ ମୁକାବିଲାରେ ଅଧିନାୟକ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ଏକାନ୍ତ ଏକପାଖିଆ ଭାବେ ୧୪୭ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ପ୍ରଥମେ ବାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୨୧୬ ରନ୍‌ର ପାହାଡ଼ାଠା ସ୍କ୍ରୋର୍ କରିଥିଲା।

ସ୍ମୃତି ମନ୍ଧାନାଙ୍କ ଐତିହାସିକ ବ୍ୟାଟିଂ: ଓପନର୍ ସ୍ମୃତି ମନ୍ଧାନା ଆଜି ଏକ ଅବିସ୍ମରଣୀୟ ଇନିଂସ ଖେଳିଛନ୍ତି। ମନ୍ଧାନା ମାତ୍ର ୪୫ ବଲ୍‌ରୁ ୭ଟି ଛକା ଓ ୫ଟି ଚୌକା ସହ ୭୯ ରନ୍ ର ଜଳାଜଳ ଇନିଂସ ଖେଳିଥିଲେ। ଏହି ମ୍ୟାଚ୍ ସମୟରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିଜର ୧୧,୦୦୦ ରନ୍ ପୂର୍ଣ୍ଣ କରିଛନ୍ତି ଏବଂ ଏହି ମାଇଲଖୁଣ୍ଟ ଛୁଇଁବାରେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର୍ ହୋଇଛନ୍ତି।

ଶେଫାଳୀ ଓ ଡ଼ିଚାଙ୍କ ଝଡ଼ପୂର୍ଣ୍ଣ ବ୍ୟାଟିଂ: ଶେଫାଳୀ ବର୍ମା ମାତ୍ର ୨୯ ବଲ୍‌ରୁ ୪୮ ରନ୍ (୩ଟି ଛକା, ୩ଟି ଚୌକା) କରି ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସେହିପରି ଡ଼ିଚା ଘୋଷ ମାତ୍ର ୨୨ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ଅପରାଜିତ ୪୯ ରନ୍ କରି ସ୍କୋର୍‌କୁ ୨୦୦ ପାର୍ କରାଇଥିଲେ। ଶେଷ ଓଭରରେ କେବଳ ୨୫ ରନ୍ ଆସିଥିଲା।

ଶ୍ରୀଲଙ୍କା ବ୍ୟାଟିଂର ବିପର୍ଯ୍ୟୟ: ୨୧୭ ରନ୍‌ର ବିଶାଳ ଲକ୍ଷ୍ୟର ପିଛା କରିଥିବା ଶ୍ରୀଲଙ୍କା ଦଳ ଆରମ୍ଭରୁହିଁ ଭାରତୀୟ ବୋଲରଙ୍କ ଆକ୍ରମଣ ଆଗରେ ତିଷ୍ଠି ପାରି ନଥିଲା।ଅଧିନାୟକ ଚମାରୀ ଅଟାପାଟ୍ଟୁ (୨୧ ରନ୍) ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର୍ କରିବାରେ ବିଫଳ ହୋଇଥିଲେ।

ବ୍ୟାଟିଂରେ କମାଲ କରିବା ପରେ ଶେଫାଳୀ ବର୍ମା ବୋଲିଂରେ ମଧ୍ୟ କମର ଭାଙ୍ଗିଥିଲେ ଏବଂ ପାୱାରପ୍ଲେ ମଧ୍ୟରେ ୨ଟି ୱିକେଟ୍ ନେଇଥିଲେ। ଘାତକ ସ୍ପିନର୍ ଦୀପ୍ତି ଶର୍ମା ମଧ୍ୟ ଶ୍ରୀଲଙ୍କାର ପ୍ରମୁଖ ୱିକେଟ୍‌ଗୁଡ଼ିକୁ ଅକ୍ତିଆର କରିଥିଲେ। ଫଳରେ ସମ୍ପୂର୍ଣ୍ଣ ଶ୍ରୀଲଙ୍କା ଦଳ ଭାରତୀୟ ବୋଲିଂ ଆଗରେ ଧରାଶାୟୀ ହୋଇଯାଇଥିଲା।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)