ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଭାରତ

କନ୍‌ନଟ୍ ପ୍ଲେସ୍‌ରେ ‘ଲେହରା ଦୋ ତିରଙ୍ଗା’ ପ୍ରତିବାଦ: କଡ଼ା ସୁରକ୍ଷା ଓ ଟ୍ରାଫିକ୍ କଟକଣା ଜାରି, ସେଣ୍ଟ୍ରାଲ ପାର୍କ ବନ୍ଦ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି କର୍ମୀ ଅଭିଜୀତ ଦିପକେଙ୍କ ନେତୃତ୍ଵରେ ହେବାକୁ ଥିବା ‘ଲେହରା ଦୋ ତିରଙ୍ଗା’ ପ୍ରତିବାଦକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀର କନ୍‌ନଟ୍ ପ୍ଲେସ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଅପରାହ୍ନ ୩:୦୦ ଟାରୁ କନ୍‌ନଟ୍ ପ୍ଲେସ୍ ଏବଂ ସଂଲଗ୍ନ ରାସ୍ତାଗୁଡ଼ିକରେ ଟ୍ରାଫିକ୍ ଚଳାଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଦିଲ୍ଲୀ ଟ୍ରାଫିକ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଦିଲ୍ଲୀ ଟ୍ରାଫିକ୍ ପୋଲିସ ପକ୍ଷରୁ ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ପୂର୍ବରୁ ଯୋଜନା କରିବାକୁ, ଅଧିକ ସମୟ ହାତରେ ରଖି ବାହାରିବାକୁ ଏବଂ ସମ୍ଭବ ହେଲେ ସାର୍ବଜନୀନ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ଡାଇଭର୍ସନ୍ ମଧ୍ୟ କରାଯାଇପାରେ।

ଅନ୍ୟପକ୍ଷରେ, ପ୍ରଶାସନିକ କାରଣରୁ କନ୍‌ନଟ୍ ପ୍ଲେସ୍ ସ୍ଥିତ ସେଣ୍ଟ୍ରାଲ ପାର୍କ୍ ଅକ୍ଟୋବର ୧୬ ଏବଂ ୧୭ ତାରିଖ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ବୋଲି ନୂଆଦିଲ୍ଲୀ ପୌର ପରିଷଦ ପକ୍ଷରୁ ଘୋଷଣା କରାଯାଇଛି।

କନ୍‌ନଟ୍ ପ୍ଲେସ୍ ଏବଂ ଆଖପାଖ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ ପୂର୍ବରୁ ପ୍ରତିଷେଧକ ଆଦେଶ ଜାରି କରାଯାଇଛି। ନିୟମ ଉଲ୍ଲଙ୍ଘନ ନକରିବାକୁ ପୋଲିସ ପ୍ରତିବାଦୀମାନଙ୍କୁ ଅନୁରୋଧ କରିଛି।

ତେବେ ଜାତୀୟ ପତାକା ଉତ୍ତୋଳନ ଏବଂ ଜାତୀୟ ସଙ୍ଗୀତ ଗାନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଉପଯୁକ୍ତ ସ୍ଥାନରେ ବ୍ୟବସ୍ଥା କରିବା ବିଷୟରେ ପୋଲିସ ବିଚାର କରିପାରେ ବୋଲି ଜଣାପଡ଼ିଛି। ଏହି ସମଗ୍ର ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କୁ ମଧ୍ୟ ପୋଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ନେଇ ଆଶ୍ୱାସନା ଦିଆଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)