ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ଓଡ଼ିଶା

ନବରାତ୍ରୀର ସମାପ୍ତି: ରାଜ୍ୟର ପ୍ରମୁଖ ଦେବୀପୀଠଗୁଡ଼ିକରେ ଚାଲିଛି ମହାଦଶମୀର ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ସାରା ଓଡ଼ିଶାରେ ଏବେ ଅପୂର୍ବ ଆଧ୍ୟାତ୍ମକ ପରିବେଶ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ନବମୀ ପାଳନ ହେଉଥିବା ବେଳେ ପ୍ରସିଦ୍ଧ ଶକ୍ତିପୀଠ ଗୁଡ଼ିକରେ ଆଜି ମହାଦଶମୀ ତଥା ଷୋଡ଼ଶ ଉପଚାର ପୂଜା ବିଧି ଅନୁଷ୍ଠିତ ହେଉଛି। ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହୁଳହୁଳି ଧ୍ୱନିରେ ସମଗ୍ର ରାଜ୍ୟର ଦେବୀପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି।

କାକଟପୁରର ମା’ ମଙ୍ଗଳା, ବାଙ୍କୀର ମା’ ଚର୍ଚ୍ଚିକା, ଯାଜପୁରର ମା’ ବିରଜା, ବାଣପୁରର ମା’ ଭଗବତୀ, ମହାନଦୀ ଶଯ୍ୟାରେ ଥିବା ମା’ ଭଟ୍ଟାରିକା, ଖିଞ୍ଚିଗଡ଼ର ମା’ କିଚକେଶ୍ୱରୀ, ସମ୍ବଲପୁରର ମା’ ସମଲେଶ୍ୱରୀ, ଝଙ୍କଡ଼ର ମା’ ଶାରଳା ତଥା ବ୍ରହ୍ମପୁରର ତାରାତାରିଣୀ ଓ ଉଗ୍ରତାରା ପୀଠରେ ମା’ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। କଟକର ପ୍ରସିଦ୍ଧ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀ ପୀଠରେ ମଧ୍ୟ ମହାଦଶମୀର ପବିତ୍ର ନୀତିକାନ୍ତି ଜାରି ରହିଛି।

ଧାମ ପୁରୀରେ ଶାରଦୀୟ ଦୁର୍ଗାପୂଜା ଏକ ସ୍ୱତନ୍ତ୍ର ପରମ୍ପରା ଅନୁଯାୟୀ ପାଳିତ ହେଉଛି। ଶ୍ରୀମନ୍ଦିରରୁ ଓଲାଗିପାଟ ଓ ପ୍ରସାଦ ଆସିବା ପରେ ପୀଠରେ ଦେବୀପୂଜା ଆରମ୍ଭ ହୋଇଥିଲା। ଏଠାରେ ସାହି ଆଖଡ଼ା ଓ ଯାଗାମାନଙ୍କରେ ପ୍ରସିଦ୍ଧ ଗୋସାଣୀ ଯାତ୍ରା ଅନୁଷ୍ଠିତ ହେଉଛି।

ଦ୍ୱାଦଶ ଶତାବ୍ଦୀରେ ଗଙ୍ଗ ରାଜାମାନଙ୍କ ସମୟରୁ ଆରମ୍ଭ ହୋଇଥିବା ଏହି ପରମ୍ପରାରେ ଶ୍ରୀମନ୍ଦିରର ଅଗ୍ନିକୋଣରେ ଥିବା ମା’ କାକୁଡ଼ିଖାଇଙ୍କୁ ଗୋସାଣୀ ସମୂହର ମା’ ଆଖ୍ୟା ଦିଆଯାଇଥିବା ବେଳେ ପ୍ରାୟ ୧୨ ହାତ ଉଚ୍ଚତା ବିଶିଷ୍ଟ ବାରବାଟୀ ଗୋସାଣୀଙ୍କୁ ବଡ଼ ଭଉଣୀ ଏବଂ ଜହ୍ନିଖାଇଙ୍କୁ ମଧ୍ୟ ଅନ୍ୟ ଉଭଣୀର ମାନ୍ୟତା ଦିଆଯାଇଛି। ସବୁଠାରୁ ବଡ଼ କଥା ହେଲା, ଅନ୍ୟ ସ୍ଥାନମାନଙ୍କରେ କେବଳ ମା’ ଦୁର୍ଗା ପୂଜା ପାଉଥିବା ବେଳେ ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବଙ୍କ ଉପାସନା କରାଯାଉଛି, ଯାହାକୁ ‘ଗୁପ୍ତ ଗୁଣ୍ଡିଚା’ ବା ‘ଶାକ୍ତ ଗୁଣ୍ଡିଚା’ ମଧ୍ୟ କୁହାଯାଏ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)