ଗୁରୁବାର, 22 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ | 07:23 AM ଆମେରିକା ନାଗରିକତା ପାଇଁ ବଢ଼ିଲା ଅଡ଼ୁଆ: ୮ ଲକ୍ଷରୁ ଅଧିକ ଆବେଦନ ପେଣ୍ଡିଂ, ଭାରତୀୟଙ୍କ ଚିନ୍ତା ବଢ଼ିଲା | 07:12 AM ଭାରତରୁ ଇଣ୍ଡୋନେସିଆ ଫେରିବେ ବିରଳ ଓରାଙ୍ଗୁଟାନ୍: ଖୁବ୍ ଶୀଘ୍ର ନନ୍ଦନକାନନରୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ ୫ ଶିଶୁ | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ | 07:23 AM ଆମେରିକା ନାଗରିକତା ପାଇଁ ବଢ଼ିଲା ଅଡ଼ୁଆ: ୮ ଲକ୍ଷରୁ ଅଧିକ ଆବେଦନ ପେଣ୍ଡିଂ, ଭାରତୀୟଙ୍କ ଚିନ୍ତା ବଢ଼ିଲା | 07:12 AM ଭାରତରୁ ଇଣ୍ଡୋନେସିଆ ଫେରିବେ ବିରଳ ଓରାଙ୍ଗୁଟାନ୍: ଖୁବ୍ ଶୀଘ୍ର ନନ୍ଦନକାନନରୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ ୫ ଶିଶୁ | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ | 07:23 AM ଆମେରିକା ନାଗରିକତା ପାଇଁ ବଢ଼ିଲା ଅଡ଼ୁଆ: ୮ ଲକ୍ଷରୁ ଅଧିକ ଆବେଦନ ପେଣ୍ଡିଂ, ଭାରତୀୟଙ୍କ ଚିନ୍ତା ବଢ଼ିଲା | 07:12 AM ଭାରତରୁ ଇଣ୍ଡୋନେସିଆ ଫେରିବେ ବିରଳ ଓରାଙ୍ଗୁଟାନ୍: ଖୁବ୍ ଶୀଘ୍ର ନନ୍ଦନକାନନରୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ ୫ ଶିଶୁ
ଓଡ଼ିଶା

ଭୁବନେଶ୍ୱର ଓ କଟକରେ ଜମିଲା ଭସାଣି ଉତ୍ସବ: କମିଶନରେଟ୍ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା

ଭୁବନେଶ୍ୱର: ସାରାଜ୍ୟରେ ଚଳିତ ଶାରଦୀୟ ଦୁର୍ଗାପୂଜା ଉତ୍ସବର ଉଜ୍ଜାପନ ଅବସରରେ ଆଜି ଭୁବନେଶ୍ୱର ଏବଂ କଟକରେ ମା’ଙ୍କ ମୂର୍ତ୍ତି ଭସାଣି କାର୍ଯ୍ୟକ୍ରମ ଅତ୍ୟନ୍ତ ଧୁମଧାମ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହେଉଛି। ପ୍ରଶାସନ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭୁବନେଶ୍ୱରରେ ଆଜି ଦିନ ୨ଟାରୁ ରାତି ୧ଟା ପର୍ଯ୍ୟନ୍ତ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧୦୦ ଜଣ ଅଧିକାରୀ ମୁତୟନ ହୋଇଛନ୍ତି। ଡିସିପିଙ୍କ କଡ଼ା ନିର୍ଦ୍ଦେଶ କ୍ରମେ ଶୋଭାଯାତ୍ରାରେ ଡିଜେ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି, ଏବଂ ନିୟମ ଉଲ୍ଲଘھନ କଲେ ଗାଡ଼ି ଜବତ ସହ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଳାସୁଣୀ (କୁଆଖାଈ ନଦୀ), ହଂସପାଳ, ବସୁଆଘାଇ, ଟଙ୍କପାଣି ରୋଡ୍ ଏବଂ ଲିଙ୍ଗିପୁର (ଦୟା ନଦୀ) ସମେତ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ନାୟାପଲ୍ଲୀ, ସହିଦ ନଗର ଏବଂ ଉତ୍ତର ଭୁବନେଶ୍ୱରର ବିଭିନ୍ନ ପୂଜା କମିଟିଗୁଡ଼ିକ ପାଇଁ ସ୍ୱତନ୍ତ୍ର ରୁଟ୍ ଏବଂ ଟ୍ରାଫିକ୍ ଡାଇଭର୍ସନ ବ୍ୟବସ୍ଥା କରାଯାଇଛି।

ଐତିହାସିକ କଟକ ସହରରେ ୧୫୦ ରୁ ଅଧିକ ପୂଜା ମଣ୍ଡପର ମୂର୍ତ୍ତି କାଠଯୋଡ଼ି ନଦୀ କୂଳସ୍ଥ ଦେବୀଗଡ଼ ଏବଂ ଗୋପାଳପୁରରେ ବିସର୍ଜିତ ହେବ। କଟକ ମହାନଗର ନିଗମ ପକ୍ଷରୁ ଦେବୀଗଡ଼ରେ ତିନୋଟି ୮ ଫୁଟ୍ ଗଭୀର ଅସ୍ଥାୟୀ ପୋଖରୀ ଏବଂ ଗୋପାଳପୁରରେ ସ୍ୱତନ୍ତ୍ର ପୋଖରୀ ଖନନ କରାଯାଇଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଖରୀଗୁଡ଼ିକରେ ପଲିଥିନ୍ ଲଗାଯାଇଥିବାବେଳେ ମୂର୍ତ୍ତି ଉଠାଇବା ପାଇଁ ହାଇଡ୍ରା ମେସିନ୍ ଓ ଜେସିବି ନିୟୋଜିତ ହୋଇଛନ୍ତି।

କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କଲେଜ୍ ସ୍କୋୟାର୍‌ରୁ ଦେବୀଗଡ଼ ପର୍ଯ୍ୟନ୍ତ ପାରମ୍ପରିକ ରୁଟ୍‌ରେ ୧,୩୦୦ ରୁ ଅଧିକ ସିସିଟିଭି କ୍ୟାମେରା ମାଧ୍ୟମରେ କମିଶନରେଟ୍ ପୋଲିସ ନଜର ରଖିଛି।

Nirnay TV

ସମ୍ବନ୍ଧିତ ଖବର

ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ

ଭାରତରୁ ଇଣ୍ଡୋନେସିଆ ଫେରିବେ ବିରଳ ଓରାଙ୍ଗୁଟାନ୍: ଖୁବ୍ ଶୀଘ୍ର ନନ୍ଦନକାନନରୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ ୫ ଶିଶୁ

ଇଞ୍ଜିନିୟର ବାବୁଙ୍କୁ ଭିଜିଲାନ୍ସ ଝଟ୍‌କା: ୭ଟି ଠିକଣାରେ ଏକକାଳୀନ ଚଢ଼ଉ, କୋଠାବାଡ଼ି ଓ ଫାର୍ମ ହାଉସ୍ ଠାବ

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)