ଗୁରୁବାର, 22 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ | 08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ | 08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ
ଭାରତ

ଜେଲ୍‌ରୁ ମୁକ୍ତି ପରେ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ସମନ୍: ଆଜି ହେବ ଜେରା

ନୂଆଦିଲ୍ଲୀ: ତିହାଡ଼ ଜେଲ୍‌ରୁ ମୁକ୍ତି ପାଇବାର ଦିନକ ପରେ କକ୍ରୋଚ୍ ଜନତା ପାର୍ଟି (CJP) ର ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଏବଂ ଅଜିଙ୍କ୍ୟ ସିନ୍ଧେଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ସମନ୍ ଜାରି କରାଯାଇଛି। ଜନ୍ତର ମନ୍ତର ପ୍ରତିବାଦ ମାମଲାରେ ପଚରାଉଚରା ପାଇଁ ଆଜି ଦିନ ୧୨ଟା ସମୟରେ ରାଜୌରୀ ଗାର୍ଡ଼ ସ୍ଥିତ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେବାକୁ ସେମାନଙ୍କୁ କୁହାଯାଇଛି।

ଗତ ଅକ୍ଟୋବର ୧୩ ତାରିଖରେ ନିଷିଦ୍ଧ ଜନ୍ତର ମନ୍ତର ଅଞ୍ଚଳରେ ପ୍ରତିବାଦ ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ସ୍ଲୋଗାନ୍ ଦେବା ଅଭିଯୋଗରେ ଏହି ନେତାମାନଙ୍କୁ ଅଟକ ରଖାଯାଇଥିଲା। ଏକ ସପ୍ତାହ ଜେଲ୍‌ରେ ରହିବା ପରେ, ସ୍ୱତନ୍ତ୍ର ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ (SEM) ଋତୁ ରାଜ୍‌ଙ୍କ କୋର୍ଟରେ ୫୦,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ଏବଂ ଜାମିନଦାର ବଣ୍ଡ୍ ଦାଖଲ କରିବା ପରେ ବୁଧବାର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ମୁକ୍ତ ହୋଇଥିଲେ।

କୋର୍ଟରେ ଦାଖଲ କରିଥିବା ଲିଖିତ ପ୍ରତିଶ୍ରୁତିରେ ଉଭୟ ନେତା ଶାନ୍ତି ବଜାୟ ରଖିବା ଏବଂ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଜନ୍ତର ମନ୍ତରରେ କୌଣସି ପ୍ରତିବାଦ ନକରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାରେ ପରବର୍ତ୍ତୀ ତଦନ୍ତ ଓ ଜେରା ପ୍ରକ୍ରିୟା ଜାରି ରହିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)