ଗୁରୁବାର, 22 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ | 08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ | 08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ
ବିଦେଶ

ଆମେରିକା ନାଗରିକତା ପାଇଁ ବଢ଼ିଲା ଅଡ଼ୁଆ: ୮ ଲକ୍ଷରୁ ଅଧିକ ଆବେଦନ ପେଣ୍ଡିଂ, ଭାରତୀୟଙ୍କ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ: ଆମେରିକାର ସ୍ଥାୟୀ ବାସିନ୍ଦା ଅର୍ଥାତ୍ ଗ୍ରୀନ୍-କାର୍ଡ଼ ଧାରୀ ଭାରତୀୟମାନଙ୍କ ପାଇଁ ଏକ ବଡ଼ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆମେରିକାରେ ନାଗରିକତା ଅନୁମୋଦନ ପ୍ରକ୍ରିୟାରେ କ୍ରମାଗତ ମନ୍ଥରତା ଦେଖାଯାଇଥିବାବେଳେ ଅଗଷ୍ଟ ମାସ ସୁଦ୍ଧା ପେଣ୍ଡିଂ ଆବେଦନଗୁଡ଼ିକର ସଂଖ୍ୟା ୮,୧୩,୪୫୩ ରେ ପହଞ୍ଚିଛି।

ଆମେରିକୀୟ ନାଗରିକତା ଏବଂ ପ୍ରବାସୀ ସେବାର ତଥ୍ୟ ଅନୁଯାୟୀ, ଜୁନ୍ ମାସରେ ୧୮,୪୩୯ ଥିବା ଅନୁମୋଦନ ଜୁଲାଇରେ ୧୬,୫୧୪ ଏବଂ ଅଗଷ୍ଟରେ ହ୍ରାସ ପାଇ ୧୫,୩୪୯ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ପେଣ୍ଡିଂ ବ୍ୟାକଲଗ୍ କ୍ରମାଗତ ଭାବେ ବଢ଼ିଚାଲିଛି । ଜୁନ୍‌ରେ ୭,୪୪,୪୧୨ ଥିବାବେଳେ ଜୁଲାଇରେ ୭,୭୮,୪୮୯ ଏବଂ ଅଗଷ୍ଟରେ ଏହା ୮,୧୩,୪୫୩ ଛୁଇଁଛି। ସମୁଦାୟ ପେଣ୍ଡିଂ ଆବେଦନରୁ ପ୍ରାୟ ୫,୧୩,୪୬୨ ଜଣ ୬ ମାସରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି। ବର୍ତ୍ତମାନ ହାରାହାରି ପ୍ରକ୍ରିୟାକରଣ ସମୟ ୧୨.୭ ମାସ ରହିଛି।

ଡେପାର୍ଟମେଣ୍ଟ ଅଫ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି ତଥ୍ୟ ଅନୁଯାୟୀ, ଫିସ୍କାଲ୍ ଇୟର୍ ୨୦୨୪ ରେ ଆମେରିକୀୟ ନାଗରିକତା ହାସଲ କରିଥିବା ଲୋକଙ୍କ ମଧ୍ୟରେ ଭାରତ ଦ୍ୱିତୀୟ ସର୍ବବୃହତ ଦେଶ ଥିଲା। ପ୍ରାୟ ୪୯,୭୦୦ ଭାରତୀୟ ବଂଶୋଦ୍ଭବ ସେହି ବର୍ଷ ନାଗରିକତା ପାଇଥିଲେ। କିନ୍ତୁ ବର୍ତ୍ତମାନର ଏହି ମନ୍ଥରତା ଯୋଗୁଁ ଭାରତୀୟ ପେଷାଦାର ଏବଂ ଗ୍ରୀନ୍-କାର୍ଡ଼ଧାରୀମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି।

ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟା ପ୍ରମିଳା ଜୟପାଲ ଏହି ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆମେରିକା ପ୍ରଶାସନ ଦ୍ୱାରା ଆଇନଗତ ପ୍ରବାସୀ ଚ୍ୟାନେଲଗୁଡ଼ିକୁ କଡ଼ାକଡ଼ି କରାଯାଉଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ନାଗରିକତା ମିଳିବା ଦ୍ୱାରା ଭାରତୀୟମାନଙ୍କ ଭ୍ରମଣ, ଆତ୍ମୀୟଙ୍କ ସ୍ପନ୍‌ସର୍‌ସିପ୍ ଏବଂ ଭୋଟିଂ ଅଧିକାର ଭଳି ଅନେକ ଅନିଶ୍ଚିତତା ଦୂର ହୋଇଥାଏ, କିନ୍ତୁ ବର୍ତ୍ତମାନର ବିଳମ୍ବ ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)