ଶୁକ୍ରବାର, 23 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା?
ଭାରତ

ଏସଆଇଆର ବିରୋଧରେ ଆଜି ଦେଶବ୍ୟାପୀ ଗର୍ଜିବ ଛାତ୍ର-ଚାଷୀ ଏବଂ ଶ୍ରମିକ ସଙ୍ଗଠନ: ଦିଲ୍ଲୀରେ ପ୍ରବଳ ଉତ୍ତେଜନା, କଡ଼ା ସୁରକ୍ଷା

ନୂଆଦିଲ୍ଲୀ: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ବିରୋଧ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ‘ପିପଲ୍ ଏଗେନଷ୍ଟ ଏସଆଇଆର’ ମଞ୍ଚ ପକ୍ଷରୁ ଦେଶବ୍ୟାପୀ ବଡ଼ଧରଣର ଆନ୍ଦୋଳନ କରାଯାଉଛି। ଗତ ସପ୍ତାହରେ ଏହି ମଞ୍ଚ ଗଠନ ହେବା ପରେ ଏହା ପ୍ରଥମ ପ୍ରଦର୍ଶନ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଦିଲ୍ଲୀରେ ପ୍ରଦର୍ଶନ ଏବଂ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଯୋଗଦାନ:ଏହି ଆନ୍ଦୋଳନରେ ବିଭିନ୍ନ ରାଜନୈତିକ ଦଳର ନେତା, ଗଣସଙ୍ଗଠନ, ଚାଷୀ, ଶ୍ରମିକ, ମହିଳା, ଯୁବ ସଙ୍ଗଠନ ଏବଂ ଛାତ୍ର ସଂଘଗୁଡ଼ିକ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀରେ ହେବାକୁଥିବା ଏହି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନରେ ସିଜେପି ମୁଖ୍ୟ ଅଭିଜିତ ଦିପକେ, ଆଇନଜ୍ଞ ପ୍ରଶାନ୍ତ ଭୂଷଣ, ଚାଷୀ ନେତା ରାକେଶ ଟିକାୟତ, ଅଭିନେତା ପ୍ରକାଶ ରାଜ, ଲେଖକ ତୁଷାର ଗାନ୍ଧୀ ଏବଂ ଛାତ୍ର ନେତାମାନେ ଯୋଗଦେଇଛନ୍ତି। ହାତରେ ତ୍ରିରଙ୍ଗା ପତାକା ଧରି ଗଣତନ୍ତ୍ର ସୁରକ୍ଷା ପାଇଁ ରାଜଧାନୀରେ ଶୋଭାଯାତ୍ରା କରାଯାଉଛି।

ଆନ୍ଦୋଳନ ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ଅନୁମତି ଦିଆଯାଇ ନଥିବାବେଳେ ରାଜଧାନୀରେ ଟେନସନ ଜାରି ରହିଛି। ନୂଆଦିଲ୍ଲୀ ଅଞ୍ଚଳରେ ପୂର୍ବରୁ ଲାଗୁ ହୋଇଥିବା ବିଏନଏସର ଧାରା ୧୬୩ ବଳବତ୍ତର ରହିଛି। ଏହା ଅଧୀନରେ ୫ କିମ୍ବା ତତୋଧିକ ବ୍ୟକ୍ତିଙ୍କ ଏକତ୍ରୀକରଣ ଏବଂ ଶୋଭାଯାତ୍ରା ଉପରେ କଟକଣା ରହିଛି। ଆନ୍ଦୋଳନକାରୀମାନେ ଅନୁମତିର ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରଖିଥିବାବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଏବଂ ସୁରକ୍ଷାବଳ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)