ଶୁକ୍ରବାର, 23 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 02:50 AM ଏସଆଇଆର ବିରୋଧରେ ଆଜି ଦେଶବ୍ୟାପୀ ଗର୍ଜିବ ଛାତ୍ର-ଚାଷୀ ଏବଂ ଶ୍ରମିକ ସଙ୍ଗଠନ: ଦିଲ୍ଲୀରେ ପ୍ରବଳ ଉତ୍ତେଜନା, କଡ଼ା ସୁରକ୍ଷା | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 02:50 AM ଏସଆଇଆର ବିରୋଧରେ ଆଜି ଦେଶବ୍ୟାପୀ ଗର୍ଜିବ ଛାତ୍ର-ଚାଷୀ ଏବଂ ଶ୍ରମିକ ସଙ୍ଗଠନ: ଦିଲ୍ଲୀରେ ପ୍ରବଳ ଉତ୍ତେଜନା, କଡ଼ା ସୁରକ୍ଷା | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 02:50 AM ଏସଆଇଆର ବିରୋଧରେ ଆଜି ଦେଶବ୍ୟାପୀ ଗର୍ଜିବ ଛାତ୍ର-ଚାଷୀ ଏବଂ ଶ୍ରମିକ ସଙ୍ଗଠନ: ଦିଲ୍ଲୀରେ ପ୍ରବଳ ଉତ୍ତେଜନା, କଡ଼ା ସୁରକ୍ଷା
ଓଡ଼ିଶା

୨୬ରୁ ବର୍ଷା, ୨୮ରେ ଲ୍ୟାଣ୍ଡଫଲ୍ ସମ୍ଭାବନା: ବଙ୍ଗୋପସାଗରରେ ବଢ଼ୁଛି ସମ୍ଭାବ୍ୟ ବାତ୍ୟାର ଭୟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁଥିବା ସାମୁଦ୍ରିକ ପ୍ରଣାଳୀ ଏକ ବଡ଼ଧରଣର ବାତ୍ୟାର ରୂପ ନେଇପାରେ ବୋଲି ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଆକଳନ କରିଛନ୍ତି। ଆସନ୍ତା ଅକ୍ଟୋବର ୨୭ ରାତି କିମ୍ବା ୨୮ ତାରିଖ ସକାଳ ସୁଦ୍ଧା ଏହା ଏକ ‘ଅତି ଭୀଷଣ ବାତ୍ୟା’ ଭାବେ ଉପକୂଳ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୫ ସକାଳ ସୁଦ୍ଧା ଅବପାତ ଏବଂ ପରବର୍ତ୍ତୀ ସମୟରେ ଅଧିକ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

ୟୁରୋପୀୟ ମଡେଲ୍ ଏବଂ ଜିଏଫଏସ୍ ର ଆକଳନ ଅନୁଯାୟୀ, ୨୮ ତାରିଖ ସକାଳେ ଏହା ଆନ୍ଧ୍ରପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା (ଗୋପାଳପୁର ନିକଟସ୍ଥ) ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୬ ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ ଏବଂ ୨୭ ତାରିଖ ରାତିରୁ ୨୯ ତାରିଖ ମଧ୍ୟରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ପ୍ରଭାବିତ ହେବାକୁଥିବା ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ପୁରୀ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ, ମାଲକାନଗିରି ଓ କୋରାପୁଟ। ଏହି ସମୟରେ ଉପକୂଳରେ ଘଣ୍ଟାପ୍ରତି ୭୫ ରୁ ୧୦୦ କିମି ବେଗରେ ପବନ ବହିପାରେ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇନାହିଁ। ସରକାର ସମସ୍ତ ମଡେଲ୍‌ର ପୂର୍ବାନୁମାନ ଉପରେ କଡ଼ା ନଜର ରଖିଛନ୍ତି ଏବଂ ଆଇଏମଡି ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଯେହେତୁ ଏହା ଏକ ପ୍ରାକ୍ ଆକଳନ, ତେଣୁ କେହି ମଧ୍ୟ ଆତଙ୍କିତ ନହେବାକୁ ସରକାର ପକ୍ଷରୁ ଅନୁରୋଧ କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)