ଶୁକ୍ରବାର, 23 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 02:50 AM ଏସଆଇଆର ବିରୋଧରେ ଆଜି ଦେଶବ୍ୟାପୀ ଗର୍ଜିବ ଛାତ୍ର-ଚାଷୀ ଏବଂ ଶ୍ରମିକ ସଙ୍ଗଠନ: ଦିଲ୍ଲୀରେ ପ୍ରବଳ ଉତ୍ତେଜନା, କଡ଼ା ସୁରକ୍ଷା | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 02:50 AM ଏସଆଇଆର ବିରୋଧରେ ଆଜି ଦେଶବ୍ୟାପୀ ଗର୍ଜିବ ଛାତ୍ର-ଚାଷୀ ଏବଂ ଶ୍ରମିକ ସଙ୍ଗଠନ: ଦିଲ୍ଲୀରେ ପ୍ରବଳ ଉତ୍ତେଜନା, କଡ଼ା ସୁରକ୍ଷା | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 02:50 AM ଏସଆଇଆର ବିରୋଧରେ ଆଜି ଦେଶବ୍ୟାପୀ ଗର୍ଜିବ ଛାତ୍ର-ଚାଷୀ ଏବଂ ଶ୍ରମିକ ସଙ୍ଗଠନ: ଦିଲ୍ଲୀରେ ପ୍ରବଳ ଉତ୍ତେଜନା, କଡ଼ା ସୁରକ୍ଷା
ବିଦେଶ

ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଚୀନ ନିୟନ୍ତ୍ରିତ ତିବ୍ଦତ ଅଞ୍ଚଳରେ ଏକ ଏକ ବିରାଟ ଓ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି ଏବଂ ଆନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକର ସୂଚନା ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ମେଜରରେ ୭.୦ ରହିଥିଲା। ଏହି ପ୍ରଳୟଙ୍କରୀ ଭୂକମ୍ପ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଚୀନର ସରକାରୀ ଗଣମାଧ୍ୟମ ଏବଂ ସିହୁଆ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ବର୍ତ୍ତମାନସୁଦ୍ଧା ୧୬ ଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ ୫୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ତିବ୍ଦତର ନାଗକୁ ସହରର ବାଛେନ୍ କାଉଣ୍ଟି ଅଞ୍ଚଳରେ ଏହାର ପ୍ରଭାବ ସବୁଠାରୁ ଅଧିକ ପଡ଼ିଛି। ଭୂକମ୍ପର ପ୍ରଭାବରେ ଅତି କମରେ ୩୩୯ଟି ବାସଗୃହ ଏବଂ ୨୦ଟି ଗୋଶାଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।

ଭାରତୀୟ ସମୟ ଅନୁଯାୟୀ ଗୁରୁବାର ରାତି ପ୍ରାୟ ୮:୦୩ ମିନିଟ୍ ସମୟରେ ଏହି ଭୂକମ୍ପ ଆସିଥିଲା। ଏହାର କେନ୍ଦ୍ରସ୍ଥଳ ରାଜଧାନୀ ଲ୍ହାସାଠାରୁ ପ୍ରାୟ ୪୦୦ କିମି ଦୂରରେ ଉତ୍ତର ତିବ୍ଦତର ନାଗକୁ ଅଞ୍ଚଳରେ ମାଟିରୁ ପ୍ରାୟ ୧୭୩ କିମି ଗଭୀରତାରେ ରହିଥିଲା। ଗତ ୫ ବର୍ଷ ଭିତରେ ଏହା ଏହି ଅଞ୍ଚଳରେ ସବୁଠାରୁ ବଡ଼ ଭୂକମ୍ପ ବୋଲି କୁହାଯାଉଛି।

ପ୍ରଶାସନ ପକ୍ଷରୁ ତିବ୍ଦତର ଶିଜାଙ୍ଗ ଅଞ୍ଚଳରେ ଲେବଲ୍-୩ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଶହ ଶହ ପୋଲିସ କର୍ମଚାରୀ, ସେନା ଏବଂ ଡାକ୍ତରୀ ଦଳକୁ ମୁତୟନ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ତମ୍ବୁ, କମ୍ବଳ, ଶୀତଦିନିଆ ପୋଷାକ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି।ବିଶେଷଜ୍ଞମାନଙ୍କ ମତରେ, ଭାରତୀୟ ଏବଂ ୟୁରୋପୀୟ ଟେକ୍ଟୋନିକ୍ ପ୍ଲେଟ୍‌ଗୁଡ଼ିକର ସଂଘର୍ଷ ସ୍ଥାନରେ ତିବ୍ଦତୀୟ ମାଳଭୂମି ଅବସ୍ଥିତ ହୋଇଥିବାରୁ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ଭୂକମ୍ପ ପ୍ରବଣ ଅଞ୍ଚଳ ଅଟେ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)