ସୋମବାର, 26 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
07:03 AM ଆରମ୍ଭ ହେଲା ମହା କାର୍ତ୍ତିକ ବ୍ରତ: ୨୫୦୦ ହବିଷ୍ୟାଳୀଙ୍କ ସଙ୍କଳ୍ପ, ରାଇ-ଦାମୋଦର ପୂଜା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ | 06:32 AM ବ୍ରାଜିଲ୍ ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ: ଫ୍ଲାଭିଓ ବୋଲସୋନାରୋଙ୍କୁ ହରାଇ ୪ର୍ଥ ଥର ପାଇଁ କ୍ଷମତାକୁ ଫେରିଲେ ଲୁଲା ଦା ସିଲ୍‌ଭା | 06:04 AM କୋର୍ଟରେ ହାଜର ପୂର୍ବରୁ ସୁଲତାନପୁର ରାସ୍ତାରେ ଅଘଟଣ, ଦୁର୍ଘଟଣାଗ୍ରସ୍ତ ହେଲା ରାହୁଲ ଗାନ୍ଧୀଙ୍କ କାରକେଡ୍ | 05:51 AM GRAP-1 ଲାଗୁ ସତ୍ତ୍ୱେ ବିଗୁଡ଼ୁଛି ସ୍ଥିତି: ଦିଲ୍ଲୀର ଅନେକ ଅଞ୍ଚଳରେ AQI ୨୫୦ ପାର୍, ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ | 07:03 AM ଆରମ୍ଭ ହେଲା ମହା କାର୍ତ୍ତିକ ବ୍ରତ: ୨୫୦୦ ହବିଷ୍ୟାଳୀଙ୍କ ସଙ୍କଳ୍ପ, ରାଇ-ଦାମୋଦର ପୂଜା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ | 06:32 AM ବ୍ରାଜିଲ୍ ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ: ଫ୍ଲାଭିଓ ବୋଲସୋନାରୋଙ୍କୁ ହରାଇ ୪ର୍ଥ ଥର ପାଇଁ କ୍ଷମତାକୁ ଫେରିଲେ ଲୁଲା ଦା ସିଲ୍‌ଭା | 06:04 AM କୋର୍ଟରେ ହାଜର ପୂର୍ବରୁ ସୁଲତାନପୁର ରାସ୍ତାରେ ଅଘଟଣ, ଦୁର୍ଘଟଣାଗ୍ରସ୍ତ ହେଲା ରାହୁଲ ଗାନ୍ଧୀଙ୍କ କାରକେଡ୍ | 05:51 AM GRAP-1 ଲାଗୁ ସତ୍ତ୍ୱେ ବିଗୁଡ଼ୁଛି ସ୍ଥିତି: ଦିଲ୍ଲୀର ଅନେକ ଅଞ୍ଚଳରେ AQI ୨୫୦ ପାର୍, ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ | 07:03 AM ଆରମ୍ଭ ହେଲା ମହା କାର୍ତ୍ତିକ ବ୍ରତ: ୨୫୦୦ ହବିଷ୍ୟାଳୀଙ୍କ ସଙ୍କଳ୍ପ, ରାଇ-ଦାମୋଦର ପୂଜା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ | 06:32 AM ବ୍ରାଜିଲ୍ ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ: ଫ୍ଲାଭିଓ ବୋଲସୋନାରୋଙ୍କୁ ହରାଇ ୪ର୍ଥ ଥର ପାଇଁ କ୍ଷମତାକୁ ଫେରିଲେ ଲୁଲା ଦା ସିଲ୍‌ଭା | 06:04 AM କୋର୍ଟରେ ହାଜର ପୂର୍ବରୁ ସୁଲତାନପୁର ରାସ୍ତାରେ ଅଘଟଣ, ଦୁର୍ଘଟଣାଗ୍ରସ୍ତ ହେଲା ରାହୁଲ ଗାନ୍ଧୀଙ୍କ କାରକେଡ୍ | 05:51 AM GRAP-1 ଲାଗୁ ସତ୍ତ୍ୱେ ବିଗୁଡ଼ୁଛି ସ୍ଥିତି: ଦିଲ୍ଲୀର ଅନେକ ଅଞ୍ଚଳରେ AQI ୨୫୦ ପାର୍, ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ
ଭାରତ

GRAP-1 ଲାଗୁ ସତ୍ତ୍ୱେ ବିଗୁଡ଼ୁଛି ସ୍ଥିତି: ଦିଲ୍ଲୀର ଅନେକ ଅଞ୍ଚଳରେ AQI ୨୫୦ ପାର୍, ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ପୋଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ତଥ୍ୟ ଅନୁଯାୟୀ, ସୋମବାର ସକାଳ ୮ଟାରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୧୮୭ ରେକର୍ଡ କରାଯାଇଛି, ଯାହା ରାଜଧାନୀକୁ ‘ମଧ୍ୟମ’ ଶ୍ରେଣୀରେ ରଖିଛି। ଯଦିଓ ବାୟୁ ପ୍ରଦୂଷଣରେ ସାମାନ୍ୟ ସୁଧାର ଆସିଛି, ତଥାପି ଅନେକ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଚିନ୍ତାଜନକ ରହିଛି।

କମ୍ ପ୍ରଦୂଷିତ ଅଞ୍ଚଳ: ବୁରାଡ଼ି (୧୨୮), ବଦରପୁର (୧୨୫), ନାଙ୍ଗଲୋଇ (୧୫୦), JNU (୧୫୭) ଏବଂ ମନ୍ଦିର ମାର୍ଗ (୧୬୫)।

ଅଧିକ ପ୍ରଦୂଷିତ ଅଞ୍ଚଳ: ଜାହାଙ୍ଗୀରପୁରୀ (୨୫୧), ଆର.କେ. ପୁରମ୍ (୨୩୩), CRRI ମଥୁରା ରୋଡ୍ (୨୩୧), ପଞ୍ଜାବୀ ବାଗ୍ (୨୨୯), ନରେଲା (୨୨୭), ବିବେକ ବିହାର (୨୪୦) ଏବଂ ଦ୍ୱାରକା ସେକ୍ଟର ୮ (୨୦୭)।

ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ ପକ୍ଷରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍‌ର ପ୍ରଥମ ପର୍ଯ୍ୟାୟ ଲାଗୁ କରାଯାଇଛି। ଏହା ଅଧୀନରେ ହୋଟେଲ, ରେଷ୍ଟୁରାଣ୍ଟ ଓ ତନ୍ଦୁରରେ କୋଇଲା/କାଠ ଜାଳିବା ଏବଂ ଡିଜେଲ ଜେନେରେଟର ବ୍ୟବହାର ଉପରେ କଟକଣା ଲଗାଯାଇଛି।

ସେହିପରି ଅନ୍ୟପଟେ, ଦିଲ୍ଲୀର କାଲିନ୍ଦୀ କୁଞ୍ଜ ନିକଟ ଯମୁନା ନଦୀରେ ପୁଣି ଥରେ ମୋଟା ସଫେଦ ବିଷାକ୍ତ ଫେଣ ଭାସୁଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିକଟରେ ୯,୦୦୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ସହ ଯମୁନା ସଫେଇର ପ୍ରଶଂସା କରିଥିବା ବେଳେ ଏହି ଚିତ୍ର ପୁଣି ଥରେ ପରିବେଶ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)