ଗୁରୁବାର, 29 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
04:43 AM ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ! ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଆମେରିକାର ବଡ଼ ଆଲର୍ଟ | 04:37 AM ବାଲଟ୍ ପେପର୍‌ ଭୋଟ୍‌ରେ ବି କଂଗ୍ରେସକୁ ‘ଜିରୋ’: ‘ବାଲଟ୍ ବକ୍ସ ଇସ୍ତଫା ଦିଅ’ କହି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ଅମିତ ଶାହ | 04:29 AM ଜୟପୁର ସେଣ୍ଟରରେ OCS ମୁଖ୍ୟ ପରୀକ୍ଷା ଘୁଞ୍ଚାଇବାକୁ OPSC ଅଧ୍ୟକ୍ଷଙ୍କୁ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କ ଦାବି | 04:22 AM ଦୁର୍ବଳ ହେଲା ବାତ୍ୟା ‘ଅର୍ଣ୍ଣବ’, ମାଲକାନଗିରି ନିକଟରେ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ଆଲର୍ଟ, ଆସୁଛି ଆଉ ଏକ ଲଘୁଚାପ | 04:43 AM ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ! ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଆମେରିକାର ବଡ଼ ଆଲର୍ଟ | 04:37 AM ବାଲଟ୍ ପେପର୍‌ ଭୋଟ୍‌ରେ ବି କଂଗ୍ରେସକୁ ‘ଜିରୋ’: ‘ବାଲଟ୍ ବକ୍ସ ଇସ୍ତଫା ଦିଅ’ କହି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ଅମିତ ଶାହ | 04:29 AM ଜୟପୁର ସେଣ୍ଟରରେ OCS ମୁଖ୍ୟ ପରୀକ୍ଷା ଘୁଞ୍ଚାଇବାକୁ OPSC ଅଧ୍ୟକ୍ଷଙ୍କୁ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କ ଦାବି | 04:22 AM ଦୁର୍ବଳ ହେଲା ବାତ୍ୟା ‘ଅର୍ଣ୍ଣବ’, ମାଲକାନଗିରି ନିକଟରେ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ଆଲର୍ଟ, ଆସୁଛି ଆଉ ଏକ ଲଘୁଚାପ | 04:43 AM ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ! ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଆମେରିକାର ବଡ଼ ଆଲର୍ଟ | 04:37 AM ବାଲଟ୍ ପେପର୍‌ ଭୋଟ୍‌ରେ ବି କଂଗ୍ରେସକୁ ‘ଜିରୋ’: ‘ବାଲଟ୍ ବକ୍ସ ଇସ୍ତଫା ଦିଅ’ କହି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ଅମିତ ଶାହ | 04:29 AM ଜୟପୁର ସେଣ୍ଟରରେ OCS ମୁଖ୍ୟ ପରୀକ୍ଷା ଘୁଞ୍ଚାଇବାକୁ OPSC ଅଧ୍ୟକ୍ଷଙ୍କୁ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କ ଦାବି | 04:22 AM ଦୁର୍ବଳ ହେଲା ବାତ୍ୟା ‘ଅର୍ଣ୍ଣବ’, ମାଲକାନଗିରି ନିକଟରେ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ଆଲର୍ଟ, ଆସୁଛି ଆଉ ଏକ ଲଘୁଚାପ
ବିଦେଶ

ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ! ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଆମେରିକାର ବଡ଼ ଆଲର୍ଟ

ନୂଆଦିଲ୍ଲୀ: ଆମେରିକାରେ ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଶେଷ ହେବା ପରେ ଇରାନ ବିରୋଧରେ ପୁଣି ଥରେ ନୂତନ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇପାରେ। ଏଥିସହିତ ଇରାନ ପକ୍ଷରୁ ହୋଇପାରୁଥିବା ପ୍ରତିଶୋଧମୂଳକ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆମେରିକା ପକ୍ଷରୁ ମଧ୍ୟପ୍ରାଚ୍ୟର ଏକାଧିକ ସହଯୋଗୀ ସରକାର ଏବଂ ଆଞ୍ଚଳିକ ପାର୍ଟନରମାନଙ୍କୁ ସୂଚିତ କରାଯାଇଛି। ଦୁଇଜଣ କୂଟନୀତିଜ୍ଞଙ୍କ ସୂତ୍ରରୁ ଏପରି ସମ୍ବେଦନଶୀଳ ତଥ୍ୟ ସାମ୍ନାକୁ ଆସିଥିବା ନେଇ ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ କରିଛି।

ତେବେ ଇରାନ ଉପରେ ନୂଆ କରି ପ୍ରତ୍ୟକ୍ଷ ସାମରିକ ଆକ୍ରମଣ କରାଯିବ କି ନାହିଁ, ସେ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ କୌଣସି ଅନ୍ତିମ ନିଷ୍ପତ୍ତି ନେଇନାହାନ୍ତି। ମାତ୍ର ନିର୍ବାଚନ ପରେ ନୂତନ ସାମରିକ ବିକଳ୍ପ ଆପଣାଇବା ପାଇଁ ସେ ସଙ୍କେତ ଦେଉଛନ୍ତି। ଅପରପକ୍ଷରେ ୱାଶିଂଟନ୍‌ର ଏହି ଚେତାବନୀ ପରେ ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ସୁରକ୍ଷା ଓ ଶାନ୍ତିକୁ ନେଇ ପୁଣି ଗଭୀର ଚିନ୍ତା ପ୍ରକାଶ ପାଇଛି। ଏହି ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ କିଛି ଦିନ ଧରି ଚାଲିପାରେ ବୋଲି ଆମେରିକା ନିଜ ସହଯୋଗୀଙ୍କୁ ଜଣାଇଥିବା ବେଳେ, ଇରାନ ଏବଂ ଏହାର ସମର୍ଥିତ ସଂଗଠନଗୁଡ଼ିକ ତୈଳ ପ୍ରକଳ୍ପ ଓ ଭିତ୍ତିଭୂମି ଉପରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଏହି ବିବାଦ ଭିତରେ ଇରାନ ବୈଦେଶିକ ମନ୍ତ୍ରୀ ଆବ୍ବାସ ଆରାଗଚି ‘X’ ରେ ପୋଷ୍ଟ କରି କହିଛନ୍ତି ଯେ, ତେହେରାନ୍ କୂଟନୀତିକୁ ପୂର୍ଣ୍ଣ ସୁଯୋଗ ଦେଉଛି ଏବଂ ମଧ୍ୟସ୍ଥତା କରୁଥିବା ଦେଶଗୁଡ଼ିକ ସହ ମିଶି ଏକ ୭-ଦିନିଆ ପ୍ଲାନ୍ ଉପରେ କାର୍ଯ୍ୟ କରୁଛି। ଅନ୍ୟପଟେ ସଂଯୁକ୍ତ ଅରବ ଏମିରେଟ୍ସର ବୈଦେଶିକ ମନ୍ତ୍ରଣାଳୟ ଉଭୟ ପକ୍ଷକୁ ଧୈର୍ଯ୍ୟ ଓ ରାଜନୈତିକ ସମାଧାନର ବାଟ ଆପଣାଇବାକୁ ଆହ୍ୱାନ ଦେଇଛି।

ସାମରିକ ପ୍ରସ୍ତୁତି ସ୍ୱରୂପ ପେଣ୍ଟାଗନ୍ ଦ୍ୱାରା USS ଥିଓଡୋର ରୁଜଭେଲ୍ଟ ଏବଂ ପ୍ରାୟ ୯,୦୦୦ ମେରାଇନ୍ ସୈନ୍ୟଙ୍କୁ ପର୍ସିଆନ୍ ଗଲ୍ଫ ଅଞ୍ଚଳକୁ ପଠାଯାଇଛି, ଯାହାଫଳରେ ଅଞ୍ଚଳରେ ଆମେରିକାର ନୌସେନା ବଳ ଯଥେଷ୍ଟ ବୃଦ୍ଧି ପାଇଛି। ଆମେରିକାରେ ନିର୍ବାଚନୀ ପ୍ରଚାର ସମୟରେ ତୈଳ ଦର ବୃଦ୍ଧି ଏବଂ ଯୁଦ୍ଧ ବାବଦରେ ୪୭.୧ ବିଲିୟନ୍ ଡଲାର ଖର୍ଚ୍ଚକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଟ୍ରମ୍ପ ଏହି ଯୁଦ୍ଧ ଶୀଘ୍ର ଶେଷ ହେବ କିମ୍ବା ନୂଆ ଆକ୍ରମଣ ହେବ ବୋଲି ଭିନ୍ନ ଭିନ୍ନ ସଙ୍କେତ ଦେଉଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)