ବୁଧବାର, 4 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା | 08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା | 08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା
ଓଡ଼ିଶା

୫ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବାଲେଶ୍ୱରର କୁଲଡ଼ିହା ବନ୍ୟପ୍ରାଣୀ ଅଭୟାରଣ୍ୟ

ବାଲେଶ୍ୱର: ଦୀର୍ଘ ୫ ମାସର ବ୍ୟବଧାନ ପରେ ପୁଣି ଥରେ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ କୋଳାହଳରେ କମ୍ପିଉଠିଛି କୁଲଡ଼ିହା ଜଙ୍ଗଲ। ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ କୁଲଡ଼ିହା ବନ୍ୟପ୍ରାଣୀ ଅଭୟାରଣ୍ୟ ବୁଧବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଆନୁଷ୍ଠାନିକ ଭାବେ ଖୋଲିଦିଆଯାଇଛି। ଏହା ସହିତ ସହ ଉତ୍ତର ଓଡ଼ିଶାର ଏହି ପ୍ରମୁଖ ଜୈବବିବିଧତା ଅଞ୍ଚଳରେ ନୂତନ ବନ୍ୟପ୍ରାଣୀ ପର୍ଯ୍ୟଟନ ଋତୁର ଶୁଭାରମ୍ଭ ହୋଇଛି।

ସକାଳ ୯ଟାରେ ଅଭୟାରଣ୍ୟର ମୁଖ୍ୟ ଫାଟକ ଖୋଲାଯିବା ସହ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରାଯାଇଥିଲା। ପ୍ରକୃତିପ୍ରେମୀ ଓ ବନ୍ୟପ୍ରାଣୀ ପ୍ରେମୀମାନେ ନିଜ ନିଜ ଗାଡ଼ି ସହ ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ଆରମ୍ଭ କରିଛନ୍ତି। ଅଭୟାରଣ୍ୟ ଖୋଲିବା ପୂର୍ବରୁ ପର୍ଯ୍ୟଟକଙ୍କ ସୁବିଧା ଓ ନିରାପତ୍ତା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକୀୟ ପ୍ରସ୍ତୁତି ଶେଷ କରାଯାଇଥିଲା।

ପ୍ରାୟ ୨୮୨ ବର୍ଗ କିଲୋମିଟର ପରିମିତ ସାନ୍ଦ୍ର ସାଲ, ଶିଶୁ ଏବଂ ଶିମୁଳି ଜଙ୍ଗଲରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟ ନିଜର ପ୍ରାକୃତିକ ପରିବେଶ ଓ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ଏଠାରେ ପର୍ଯ୍ୟଟକମାନେ ହାତୀପାଳ, ଚିତଲ ହରିଣ, ମାଲାବାର ଗାଏଣ୍ଟ ସ୍କ୍ୱିରେଲ୍ ଏବଂ ଅନେକ ଦୁର୍ଲଭ ପକ୍ଷୀଙ୍କୁ ନିଜ ପ୍ରାକୃତିକ ଆବାସସ୍ଥଳୀରେ ଦେଖିବାର ସୁଯୋଗ ପାଇପାରିବେ।

ନୂଆ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଏଥର ବହୁ ସଂଖ୍ୟାରେ ଫଟୋଗ୍ରାଫର, ପ୍ରକୃତିପ୍ରେମୀ ଏବଂ ଇକୋ-ଟୁରିଷ୍ଟଙ୍କ ଆଗମନ ହେବ ବୋଲି ବନ ବିଭାଗ ଆଶା ରଖିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)