ବୁଧବାର, 4 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା | 08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା | 08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା
ଓଡ଼ିଶା

ବାଲିଯାତ୍ରା ୨୦୨୬କୁ ମିଳିବ ଇକୋ-ଫ୍ରେଣ୍ଡଲି ରୂପ: ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଚାଲିବ ଐତିହାସିକ ଉତ୍ସବ

କଟକ: ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟର ପ୍ରତୀକ ତଥା ଏସିଆର ବୃହତ୍ତମ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଏଥର ଆହୁରି ଆକର୍ଷଣୀୟ, ସାଂସ୍କୃତିକ ଭାବେ ସମୃଦ୍ଧ ଏବଂ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ରୂପରେ ଆୟୋଜିତ ହେବାକୁ ଯାଉଛି। ଚଳିତ ବର୍ଷ ଆସନ୍ତା ନଭେମ୍ବର ୨୪ ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ୮ ଦିନ ଧରି ଏହି ଐତିହାସିକ ମହୋତ୍ସବ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାର ୧୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତାବ ରଖିଛନ୍ତି।ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ବାଲିଯାତ୍ରା ଏବଂ ରାଜ୍ୟ ପୁସ୍ତକ ମହୋତ୍ସବର ପ୍ରସ୍ତୁତି ଉପରେ ଅନୁଧ୍ୟାନ କରାଯାଇଛି। ମେଳାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ କମାଇ ଏହାକୁ ଇକୋ-ଫ୍ରେଣ୍ଡଲି କରିବା ସହ ଭିଜିଟରମାନଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ:

୧. ଓରମାସ୍‌ର ୫୦୦ ସ୍ପେଶାଲ୍ ଷ୍ଟଲ୍: ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସଂସ୍ଥା ପକ୍ଷରୁ ପ୍ରାୟ ୫୦୦ଟି ସ୍ୱତନ୍ତ୍ର ଷ୍ଟଲ୍ ପକାଯିବ, ଯେଉଁଥିରେ ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନୀ ଓ ବିକ୍ରି କରାଯିବ।

୨. ‘କଟକ-ଇନ୍-କଟକ’ ପାଭିଲିୟନ୍: ସବୁଠାରୁ ବଡ଼ ଆକର୍ଷଣ ପାଲଟିବ ‘କଟକ-ଇନ୍-କଟକ’ ପାଭିଲିୟନ୍। ଏହି ମଣ୍ଡପ ମାଧ୍ୟମରେ ପ୍ରାଚୀନ କଳିଙ୍ଗ ଏବଂ ଇଣ୍ଡୋନେସିଆର ବାଲି ଦ୍ୱୀପ ମଧ୍ୟରେ ଥିବା ଶତାବ୍ଦୀ ଶତାବ୍ଦୀର ଆର୍ଥସାମାଜିକ ଓ ସାଂସ୍କୃତିକ ସମ୍ପର୍କ, ଭାଷା, ଖାଦ୍ୟପେୟ, ପୋଷାକ ଓ ତାଳପତ୍ର ପୋଥି ସାଦୃଶ୍ୟକୁ ଜୀବନ୍ତ ଭାବେ ପ୍ରଦର୍ଶିତ କରାଯିବ।

୩. ଡିଜିଟାଲ୍ ଇନଫରମେସନ୍ ୱାଲ୍: ଦର୍ଶକଙ୍କ ସୁବିଧା ଓ ପ୍ରାଚୀନ ଐତିହ୍ୟକୁ ସହଜରେ ବୁଝିବା ପାଇଁ ପାଭିଲିୟନ୍‌ରେ ଡିଜିଟାଲ୍ ଇନ୍‌ଫରମେସନ୍ ୱାଲ୍‌ ରଖାଯିବ।

୪. ବାଲି ଦ୍ୱୀପରୁ ଆସିବେ ସାଂସ୍କୃତିକ ପ୍ରତିନିଧି: ଏହି ଉତ୍ସବରେ ଯୋଗଦେବା ପାଇଁ ଇଣ୍ଡୋନେସିଆର ବାଲିରୁ ଏକ ସାଂସ୍କୃତିକ ପ୍ରତିନିଧି ଦଳ ଆସିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଓ ରାଜ୍ୟ ବାହାରର କଳାକାରଙ୍କ ସାଂସ୍କୃତିକ ପରିବେଷଣ ପାଇଁ ଦୁଇଟି ମୁଖ୍ୟ ମଞ୍ଚ ନିର୍ମାଣ କରାଯିବ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)