ବୁଧବାର, 4 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା | 08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା | 08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା
ଅପରାଧ

ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାଠ ପଢ଼ିବାକୁ ଆସୁଥିବା ବାହାର ଜିଲ୍ଲା ଓ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଭଡ଼ା ଘର ଯୋଗାଇଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଛି। ଅନ୍‌ଲାଇନ୍ କ୍ଲାସିଫାଇଡ୍ ପ୍ଲାଟଫର୍ମରେ ମିଥ୍ୟା ବିଜ୍ଞାପନ ଦେଇ ୭୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ବୁଧବାର ଜଣେ ମା’ ଓ ତାଙ୍କ ପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ପାଇକନଗର ଅଞ୍ଚଳର ଡି. ସୂର୍ଯ୍ୟକୁମାରୀ (୫୬) ଏବଂ ତାଙ୍କ ପୁଅ ସିଦ୍ଧାର୍ଥ ସାମଲ (୩୩)। ଏହି ମା’-ପୁଅ ଯୋଡ଼ି ଭୁବନେଶ୍ୱରର ପାଇକନଗର ଅଞ୍ଚଳରେ ରହି ଏହି ଚଞ୍ଚକତା ଚଳାଉଥିଲେ। ସେମାନେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କଠାରୁ ୧୦,୦୦୦ ଟଙ୍କାରୁ ନେଇ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ ଆଗ୍ରିମ ଜମା ନେଉଥିଲେ। ମାତ୍ର ଆଗ୍ରିମ ଟଙ୍କା ନେବା ପରେ ନା ଘର ହସ୍ତାନ୍ତର କରୁଥିଲେ, ନା ଟଙ୍କା ଫେରାଉଥିଲେ।

ଜଗତସିଂହପୁର ଜିଲ୍ଲା ପାରାଦୀପର ଜଣେ ଏମ୍‌ସିଏ ଛାତ୍ର ସେପ୍ଟେମ୍ବର ୨୯ ରେ ଏହି ବିଜ୍ଞାପନ ଦେଖି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ। ଅକ୍ଟୋବର ୧ ରେ ଘର ଦେଖିବା ପରେ ସେ ୮,୦୦୦ ଟଙ୍କା ଆଗ୍ରିମ ଦେଇଥିଲେ। ପରେ ଅକ୍ଟୋବର ୬ ରେ ଘର ଚାବି ଦିଆଯିବ ବୋଲି କହି ପୁଅ ଜଣକ ସମ୍ପୂର୍ଣ୍ଣ ଟଙ୍କା ମାଗିବାରୁ ସେ ମୋଟ ୧୮,୦୦୦ ଟଙ୍କା ପରିଶୋଧ କରିଥିଲେ।

ମାତ୍ର ଅକ୍ଟୋବର ୧୧ ପରଠାରୁ ବାରମ୍ବାର କାଲି-ପରଶୁ କହି ଦିନ ଗଡ଼ାଇ ଚାଲିଥିଲେ ଏବଂ ଶେଷରେ ଘର କି ଟଙ୍କା କିଛି ହେଲେ ଫେରାଇନଥିଲେ। ଅନ୍ୟ ଜଣେ ପୀଡ଼ିତ ଛାତ୍ର ୧୬,୦୦୦ ଟଙ୍କା ଆଡ଼ଭାନ୍ସ ଦେଇଥିଲେ। ଘର ନମିଳିବାରୁ ସେ ଦିନ ଦିନ ଧରି ହୋଟେଲରେ ରହି ବହୁ ଟଙ୍କା ଖର୍ଚ୍ଚ କରିଥିବା ପ୍ରକାଶ କରିଛନ୍ତି।

ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ସେ ୟୁପିଆଇ ମାଧ୍ୟମରେ ୧୭,୦୦୦ ଟଙ୍କା ପଠାଇଥିଲେ। ଏହାପରେ ମହିଳାଜଣକ ତାଙ୍କ ପୁଅ ଦେହ ଅସୁସ୍ଥ ଅଛି କହି ଭାବପ୍ରବଣ ହୋଇ ଟଙ୍କା ମାଗିବାରୁ ଛାତ୍ରୀଙ୍କ ବାପା ଆଉ ୯,୦୦୦ ଟଙ୍କା ଦେଇଥିଲେ। ମାତ୍ର ମୋଟ ୨୬,୦୦୦ ଟଙ୍କା ନେବା ପରେ ମଧ୍ୟ ସେମାନଙ୍କୁ ଘର ମିଳିନଥିଲା।

ଏକାଧିକ ପୀଡ଼ିତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବୁଧବାର ଚଢ଼ାଉ କରାଯାଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ କୋର୍ଟଚାଲାଣ କରାଯାଇଛି। ରାଜଧାନୀରେ ପାଠ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍ ଭଡ଼ା ଘର ସନ୍ଧାନ ସମୟରେ ସତର୍କ ରହିବାକୁ ପୋଲିସ ପରାମର୍ଶ ଦେଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)