ବୁଧବାର, 4 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା | 08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା | 08:32 AM ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ | 08:01 AM ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍ | 07:46 AM ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ | 07:37 AM NEET-PG ନାମଲେଖା ନିୟମରେ ବଡ଼ ପରିବର୍ତ୍ତନ! ପରସେଣ୍ଟାଇଲ୍ ବଦଳରେ ରାଙ୍କ୍ ଆଧାରରେ ମିଳିବ ସିଟ୍, ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ବଡ଼ ଖୁଲାସା
ଓଡ଼ିଶା

ଜଣ୍ଡିସ୍ ଆତଙ୍କ ମଧ୍ୟରେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ, ଘଟଣାସ୍ଥଳରେ ପହଞ୍ଚିଲା BMC ଟିମ୍

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣ୍ଡିସ୍ ଏବଂ ଝାଡ଼ାବାନ୍ତିକୁ ନେଇ ଆତଙ୍କ ଚାଲିଥିବା ବେଳେ ଏକ ଅତ୍ୟନ୍ତ ଇମକେଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି।

୭ ନମ୍ବର ଲେଡିଜ୍ ହଷ୍ଟେଲ୍‌ରେ ଛାତ୍ରୀମାନଙ୍କୁ ଦିଆଯାଇଥିବା ରାତ୍ରି ଭୋଜନରୁ ଏକ ମୃତ ବେଙ୍ଗ ବାହାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ମେସ୍ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ତ୍ରାସ ଓ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମଙ୍ଗଳବାର ରାତିରେ ହଷ୍ଟେଲ ଛାତ୍ରୀମାନଙ୍କୁ ରାତ୍ରି ଭୋଜନରେ ପରିବେଷଣ କରାଯାଇଥିବା ‘ଚିଲି ସୋୟାବିନ୍’ ତରକାରୀରୁ ଏହି ମୃତ ବେଙ୍ଗଟି ମିଳିଥିଲା। ଇତିମଧ୍ୟରେ ହଷ୍ଟେଲର ଏକାଧିକ ଛାତ୍ରୀ ଅସୁସ୍ଥ ହୋଇ ପରୀକ୍ଷା ସ୍ଥଗିତ ହୋଇଥିବା ବେଳେ, ମେସ୍‌ର ଏଭଳି ଦାୟିତ୍ୱହୀନତା ଏବଂ ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୭ ନମ୍ବର ହଷ୍ଟେଲର ଦୁଇ ଜଣ ଛାତ୍ରୀଙ୍କଠାରେ ଜଣ୍ଡିସ୍ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି।୧୦ରୁ ଅଧିକ ସନ୍ଦିଗ୍ଧ ଛାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏହାସହ ହଷ୍ଟେଲର ରନ୍ଧା ଖାଦ୍ୟ ଏବଂ ପାନୀୟ ଜଳର ନମୁନା ସଂଗ୍ରହ କରାଯାଇ ଲ୍ୟାବୋରେଟୋରୀ ପରୀକ୍ଷା ପାଇଁ ଯାଇଛି।

ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟର ପଦକ୍ଷେପ:

୧. BMC ସ୍ୱତନ୍ତ୍ର ଦଳର ଚଢ଼ାଉ: ଭୁବନେଶ୍ୱର ମହାନଗର ନିଗମର ଏକ ସ୍ୱତନ୍ତ୍ର ଦଳ ବିଶ୍ୱବିଦ୍ୟାଳୟ ଗସ୍ତ କରି ହଷ୍ଟେଲ ମେସ୍‌ରୁ ଖାଦ୍ୟ ନମୁନା ସଂଗ୍ରହ କରିଛନ୍ତି।

୨. ସମସ୍ତ ଫୁଡ୍ ଆଉଟ୍‌ଲେଟ୍ ବନ୍ଦ: ସଂକ୍ରମଣ ଓ ସ୍ୱାସ୍ଥ୍ୟଗତ ବିପଦକୁ ଏଡ଼ାଇବା ପାଇଁ କ୍ୟାମ୍ପସ ମଧ୍ୟରେ ଚାଲୁଥିବା ସମସ୍ତ ଖାଦ୍ୟ ଦୋକାନ ଓ କ୍ୟାଣ୍ଟିନ୍‌କୁ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

୩. ବିଶୁଦ୍ଧ ପାନୀୟ ଜଳ: ହଷ୍ଟେଲଗୁଡ଼ିକୁ ୧,୫୦୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ଏବଂ ବିଭିନ୍ନ ସ୍ଥାନରେ ଗରମ ପାଣି ବଏଲର୍ ସ୍ଥାପନ କରାଯାଇଛି।

୪. ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍: ଛାତ୍ରୀମାନଙ୍କ ଜରୁରୀ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ସକ୍ରିୟ କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର: ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ରାଜଧାନୀରେ ଘର ଭଡ଼ା ନାଁରେ ମହା ଠକେଇ: ୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ୫ ଲକ୍ଷ ଲୁଟିଲେ ମା’-ପୁଅ

ବାଲିଯାତ୍ରା ୨୦୨୬କୁ ମିଳିବ ଇକୋ-ଫ୍ରେଣ୍ଡଲି ରୂପ: ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଚାଲିବ ଐତିହାସିକ ଉତ୍ସବ

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)