ନୂଆଦିଲ୍ଲୀ: ଆଜିଠାରୁ ଅକ୍ଟୋବର ମାସ ଆରମ୍ଭ ହୋଇଥିବାବେଳେ ପାର୍ବଣ ଋତୁ ପୂର୍ବରୁ ବ୍ୟବସାୟୀ ଏବଂ ଗ୍ରାହକଙ୍କ ପାଇଁ ଏକ ବଡ଼ଝଟକା ସାମ୍ନାକୁ ଆସିଛି। ଦେଶର ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ ୬୨.୫୦ ଟଙ୍କା ବୃଦ୍ଧି କରିଛନ୍ତି।
ତେବେ ସାଧାରଣ ଘରୋଇ ବ୍ୟବହାରକାରୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି ଯେ, ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ପୂର୍ବଭଳି ଅପରିବର୍ତ୍ତିତ ରହିଛି।
ନୂତନ ସଂଶୋଧିତ ଦର ଆଜିଠାରୁ ସମଗ୍ର ଦେଶରେ ଲାଗୁ ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇ ୨,୮୧୦ ଟଙ୍କାରେ ପହଞ୍ଚିଛି (ପୂର୍ବରୁ ଏହା ୨,୭୪୭.୫୦ ଟଙ୍କା ଥିଲା)। ମୁମ୍ବାଇରେ ସିଲିଣ୍ଡର ପିଛା ମୂଲ୍ୟ ବୃଦ୍ଧି ପାଇ ୨,୭୬୪ ଟଙ୍କା ହୋଇଛି।
ବଜାର ଉପରେ ପ୍ରଭାବ:ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେ ତ୍ରରେ ବ୍ୟବହୃତ ହେଉଥିବା ଏହି ବାଣିଜ୍ୟିକ ସିଲିଣ୍ଡର ଦର ବୃଦ୍ଧି ପାଇଥିବାରୁ ଏହା ସିଧାସଳଖ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକର ଖର୍ଚ୍ଚ ବଢ଼ାଇବ ବୋଲି ଆଶା କରାଯାଉଛି। ଗତ ସେପ୍ଟେମ୍ବର ମାସରେ ମଧ୍ୟ ଏଥିରେ ସାମାନ୍ୟ ବୃଦ୍ଧି ହୋଇଥିବାବେଳେ ଅଗଷ୍ଟ ମାସରେ ଦର କିଛି ମାତ୍ରାରେ ହ୍ରାସ ପାଇଥିଲା।