ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଦୁର୍ଘଟଣା

ନାଇଜେରିଆରେ ଭୟଙ୍କର ବିମାନ ଦୁର୍ଘଟଣା !!!

ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜେରିଆରେ ଘଟିଛି ଏକ ଭୟଙ୍କର ବିମାନ ଦୁର୍ଘଟଣା। ବାୟୁସେନାର ଏକ ଯାତ୍ରୀବାହୀ ବିମାନ କ୍ରାସ୍ ହେବା ଫଳରେ ବାୟୁସେନା ମୁଖ୍ୟଙ୍କ ସମେତ ବିମାନରେ ଥିବା ସମସ୍ତ ୩୨ ଜଣଙ୍କର କରୁଣ ମୃତ୍ୟୁ ଘଟିଛି। ଏହି ମର୍ମନ୍ତୁଦ ଘଟଣା ପରେ ରାଷ୍ଟ୍ରପତି ବୋଲା ଟିନୁବୁ ସମଗ୍ର ଦେଶରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ,ବାୟୁସେନାର ATR-୪୨ ମଡେଲର ଏହି ବିମାନଟି ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ-ସଦସ୍ୟଙ୍କୁ ନେଇ ବେନିନ୍ ସିଟିରୁ ଲାଗୋସ୍ ଅଭିମୁଖେ ବାହାରିଥିଲା। ତେବେ ସୋମବାର ସକାଳ ପ୍ରାୟ ୯ଟା ବେଳେ ଓଣ୍ଡୋ ରାଜ୍ୟର ଇଗବୋକୋଡାସ୍ଥିତ ଏକ ନୌସେନା ଘାଟି ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ହଠାତ୍ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ବିମାନଟି ନିୟନ୍ତ୍ରଣ ହରାଇ ଆକାଶରୁ ଦ୍ରୁତ ଗତିରେ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ୍ କେଲଭିନ୍ ଆନେକେ ମଧ୍ୟ ସାମିଲ ଅଛନ୍ତି।
ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଡଙ୍ଗା ସାହାଯ୍ୟରେ ନଦୀରୁ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଅପୂରଣୀୟ କ୍ଷତି ପାଇଁ ରାଷ୍ଟ୍ରପତି ଗଭୀର ସମବେଦନା ଜଣାଇବା ସହ ଦିବଂଗତ ଯବାନ ଓ ଅଧିକାରୀଙ୍କ ସମ୍ମାନାର୍ଥେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଭବିଷ୍ୟତରେ ଏଭଳି ଅଘଟଣ ରୋକିବା ପାଇଁ ଦୁର୍ଘଟଣାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବାୟୁସେନାକୁ ନିର୍ଦ୍ଦେଶ ଦିଆଯାଇଛି। ସାମ୍ପ୍ରତିକ ବର୍ଷଗୁଡ଼ିକ ମଧ୍ୟରେ ଏହା ନାଇଜେରିଆର ସବୁଠାରୁ ବଡ଼ ଓ ଭୟଙ୍କର ବିମାନ ବିପର୍ଯ୍ୟୟ ବୋଲି କୁହାଯାଉଛି।

Saurav Ray
ଲେଖକ
Saurav Ray

Managing operations and organizational strategy at Nirnay TV, overseeing team coordination, workflow management, and the smooth execution of day-to-day newsroom activities. Focused on building an efficient, accountable, and collaborative work environment while supporting the channel’s growth and commitment to impactful journalism.

269 ଟି ଖବର ଦେଖନ୍ତୁ →

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)