ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ବିଦେଶ

ଭିକମାଗି ଚଳୁଥିବା ବ୍ୟକ୍ତି କରିଛନ୍ତି ୨୧ଟି ବିବାହ, ନିଜ ପତ୍ନୀମାନଙ୍କ ନାଁ ମଧ୍ୟ ମନେ ରଖିପାରୁନାହାନ୍ତି

ନୂଆଦିଲ୍ଲୀ: ସାଧାରଣତଃ ଲୋକେ ଗୋଟିଏ ବିବାହ କରିବା ପୂର୍ବରୁ ହଜାର ଥର ଚିନ୍ତା କରିଥାନ୍ତି, କିନ୍ତୁ ବାଂଲାଦେଶର ଜଣେ ବ୍ୟକ୍ତିଙ୍କ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର ୩୫ ବର୍ଷ ବୟସ୍କ ଏବଂ ଭିକ୍ଷାବୃତ୍ତି କରି ନିଜର ଗୁଜୁରାଣ ମେଣ୍ଟାଉଥିବା ମୋରୁ ମିଆଁ ନାମକ ଜଣେ ବ୍ୟକ୍ତି ଏକାଥରକେ ୨୧ଟି ବିବାହ କରିଥିବା ଦାବି କରି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛନ୍ତି।

ଏତେଗୁଡ଼ିଏ ବିବାହ ସମ୍ପର୍କରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା, ସେ ଏକ ରୋଚକପୂର୍ଣ୍ଣ କଥା କହିଛନ୍ତି। ମୋରୁଙ୍କ କହିବାନୁଯାୟୀ, ସେ କେବେହେଲେ କୌଣସି ମହିଳାଙ୍କୁ ନିଜେ ବିବାହ ପ୍ରସ୍ତାବ ଦେଇ ନାହାନ୍ତି। ବରଂ ମହିଳାମାନେ ନିଜେ ତାଙ୍କ ପାଖକୁ ଆସି ବିବାହ ପ୍ରସ୍ତାବ ଦେଇଥିଲେ। ସେମାନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାକୁ ତାଙ୍କର ଇଚ୍ଛା ନହେବାରୁ ସେ ସମସ୍ତଙ୍କୁ ବିବାହ କରିଥିଲେ ବୋଲି ଦାବି କରିଛନ୍ତି।

ବିଚିତ୍ର କଥା ହେଉଛି, ୨୧ ଜଣ ପତ୍ନୀ ଥିଲେ ମଧ୍ୟ ମୋରୁ ମିଆଁ ସମସ୍ତଙ୍କ ନାଁ ମନେ ରଖିପାରି ନାହାନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପତ୍ନୀମାନଙ୍କ ନାଁ ପଚାରିବାରୁ ସେ କେବଳ ୮ ଜଣଙ୍କ ନାଁ ଯଥା, ଶିଲା, ନରଗିସ୍, ସେଲିନା, ଆଲିଆ, ତାରା, ଜ୍ୟୋତ୍ସ୍ନା, ରାବିଆ ଏବଂ ପାରୁଲ୍ଙ୍କ ନାଁ କହିପାରିଥିଲେ।

ଏତେଗୁଡ଼ିଏ ପତ୍ନୀ ଥିଲେ ମଧ୍ୟ ସେ ଏକ ଛୋଟ ଚାଳଘରରେ ରୁହନ୍ତି ଏବଂ ପ୍ରତିଦିନ ଜଣେ ଜଣେ ପତ୍ନୀଙ୍କୁ ସାଙ୍ଗରେ ଧରି ଭିକ୍ଷାବୃତ୍ତି କରିବାକୁ ଯାଇଥାନ୍ତି। ତେବେ ତାଙ୍କର ଏହି ଦାବି କେତେଦୂର ସତ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଇଣ୍ଟରନେଟ୍‌ରେ ଏହି ଖବରଟି ଚର୍ଚ୍ଚାର ବିଷୟ ପାଲଟିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)