ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ଓଡ଼ିଶା

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବାଣୀବିହାରରେ ଉତ୍ତେଜନା: ABVP ଏବଂ BCJD କର୍ମୀଙ୍କ ମଧ୍ୟରେ ସଂଘର୍ଷ, ଭଙ୍ଗାରୁଜା

ଭୁବନେଶ୍ୱର: ଆସନ୍ତାକାଲି ହେବାକୁଥିବା ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି। ନିର୍ବାଚନ ପୂର୍ବରୁ ଆୟୋଜିତ ହେବାକୁ ଥିବା ‘ହ୍ୱାଇ ଆଇ ମେକ୍ ଷ୍ଟାଣ୍ଡ୍’ ବୈଠକ ପୂର୍ବରୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଭୀଷଣ ସଂଘର୍ଷ ଘଟିଛି। ଏହି ଦୁଇ ଗୋଷ୍ଠୀ ଯଥାକ୍ରମେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଏବଂ ବିଜୁ ଛାତ୍ର ଜନତା ଦଳ (BCJD) ସମର୍ଥିତ ବୋଲି ଜଣାପଡ଼ିଛି।

ସଂଘର୍ଷର କାରଣ ଓ କ୍ୟାମ୍ପସରେ ଉତ୍ତେଜନା: ପ୍ରାପ୍ତ ସୂଚନା ଅନୁଯାୟୀ, କାର୍ଯ୍ୟକ୍ରମରେ କେତେକ ବାହ୍ୟ ବ୍ୟକ୍ତି ବା ଅଣ-ଛାତ୍ରଙ୍କ ଉପସ୍ଥିତିକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି କଥାକୁ କେନ୍ଦ୍ର କରି ଉଭୟ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀର ଜଣେ ପ୍ରାର୍ଥୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସଂଘର୍ଷ ସମୟେ କ୍ୟାମ୍ପସରେ ବହୁ ଚେୟାର ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି। ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଯୋଗୁଁ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ବୈଠକ ହୋଇପାରି ନଥିଲା। ଖବର ପାଇ ଭୁବନେଶ୍ୱର ଡିସିପି (DCP) ଘଟଣାସ୍ଥଳରେ ପହଞ୍ଚି ଉତ୍ତକ୍ଷିତ ଛାତ୍ରମାନଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)