ଶୁକ୍ରବାର, 23 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା? | 04:13 AM ଦୁର୍ଘଟଣାରେ ମୁଣ୍ଡରେ ଗୁରୁତର ଆଘାତ: ଡାକ୍ତରଙ୍କ ଅଦ୍ଭୁତ କୌଶଳରେ ବଞ୍ଚିଗଲା ଯୁବକଙ୍କ ପ୍ରାଣ | 03:36 AM ଖବର କାଗଜରେ ରୁଟି ରଖୁଛନ୍ତି କି, ସାବଧାନ! କ୍ୟାନସର୍ ଭଳି ମାରାତ୍ମକ ରୋଗକୁ ଦେଉଛନ୍ତି ଆମନ୍ତ୍ରଣ | 03:20 AM ତିବ୍ଦତରେ ପ୍ରଳୟଙ୍କରୀ ଭୂକମ୍ପ: ୭.୦ ପ୍ରାବଳ୍ଯର ଝଟ୍‌କାରେ ଥରିଲା ଦେଶ, ସବୁ ଛାରଖାର୍ | 03:07 AM କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା?
ଓଡ଼ିଶା

କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦ୍ୱନ୍ଦ୍ୱ: ୨୫ ନା ୨୬ ତାରିଖ – କେଉଁଦିନ ହେବ ଆଞ୍ଜୁଳି ଟେକା ଓ ଚନ୍ଦ୍ରପୂଜା?

ଭୁବନେଶ୍ୱର: ରାଜ୍ୟରେ ଦଶହରା ପାଳନ ପରେ ଏବେ ପବିତ୍ର କୁମାର ପୂର୍ଣ୍ଣିମା ତିଥି ଧାର୍ଯ୍ୟକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଶ୍ରୀମନ୍ଦିର ଓ ମୁକ୍ତିମଣ୍ଡପ ଅନୁମୋଦିତ ପାଞ୍ଜିଗୁଡ଼ିକରେ ଅକ୍ଟୋବର ୨୫ ତାରିଖରେ କୁମାର ଉତ୍ସବ, ଚନ୍ଦ୍ରପୂଜା ଓ ଗଜଲକ୍ଷ୍ମୀ ପୂଜା ଉଲ୍ଲେଖ କରାଯାଇଥିବାବେଳେ, ପରଦିନ ଅର୍ଥାତ୍‌ ୨୬ ତାରିଖରେ କୁମାର ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଦର୍ଶାଯାଇଛି। ଦୁଇଦିନ ଧରି ପୂର୍ଣ୍ଣମୀ ପାଳନକୁ ନେଇ କୁମାରୀମାନେ ଏବଂ ବ୍ରତାଚାରୀମାନେ କେଉଁଦିନ ଆଞ୍ଜୁଳି ଟେକିବେ, ସେନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ଜ୍ୟୋତିର୍ବିଦଙ୍କର ଅନୁସାରେ, ଅକ୍ଟୋବର ୨୫ ତାରିଖ ଦିନ ପୂର୍ବାହ୍ନ ୧୧ଟା ୫୬ ମିନିଟ୍ ପରଠାରୁ ପୂର୍ଣ୍ଣିମା ତିଥି ପ୍ରବେଶ କରୁଛି। ପ୍ରଦୋଷ ଓ ମଧ୍ୟରାତ୍ରି ଯୋଗରେ କୁମାର ପୂର୍ଣ୍ଣମୀ ବା କୋଜାଗର ବ୍ରତ ପାଳନ ହେଉଥିବାରୁ ୨୫ ତାରିଖରେ ହିଁ କୁମାରୀମାନେ ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ଉଦୟ ହେବା ପରେ ଚନ୍ଦ୍ରପୂଜା ଓ ଆଞ୍ଜୁଳି ଟେକା କାର୍ଯ୍ୟ କରିବା ବିଧେୟ। ସେହିପରି ଗଜଲକ୍ଷ୍ମୀ ପୂଜା ମଧ୍ୟ ୨୫ ତାରିଖରେ ହିଁ ପାଳିତ ହେବ।

ଅନ୍ୟପକ୍ଷରେ, ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁସାରେ ୨୬ ତାରିଖରେ ପୂର୍ଣ୍ଣିମା ପାଳିତ ହେବ, ଯେହେତୁ ସେଦିନ ସକାଳ ୯ଟା ୪୧ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣିମା ତିଥି ରହିଛି। ତେଣୁ ୨୫ କିମ୍ବା ୨୬ ତାରିଖ ମଧ୍ୟରୁ ଯେକୌଣସି ଦିନ ପୂର୍ଣ୍ଣିମା ତିଥି ରହୁଥିବା ସମୟ ଭିତରେ କାର୍ତ୍ତିକ ବ୍ରତାଚାରୀମାନେ ସଂକଳ୍ପ ନେଇ ବ୍ରତ ଆରମ୍ଭ କରିପାରିବେ ବୋଲି ସେ ମତ ଦେଇଛନ୍ତି। ପୂର୍ବରୁ ଦଶହରା ପାଳନକୁ ନେଇ ମଧ୍ୟ ପାଞ୍ଜିରେ ଏଭଳି ଦ୍ୱନ୍ଦ୍ୱ ଦେଖାଯାଇଥିଲା, ଯାହା ବର୍ତ୍ତମାନ ପୂର୍ଣ୍ଣିମା କ୍ଷେତ୍ରରେ ମଧ୍ୟ ପୁନରାବୃତ୍ତି ହୋଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)