ମଙ୍ଗଳବାର, 27 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:03 AM ଏକତା ନଗରରେ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’: ୩୧ ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ | 08:55 AM ରାଜ୍ୟରେ ୮ IAS ଅଧିକାରୀଙ୍କ ନୂଆ ନିଯୁକ୍ତି: ବିଜୟ ଅମୃତା କୁଲାଙ୍ଗେ ହେଲେ ବ୍ରହ୍ମପୁର RDC, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ | 07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 09:03 AM ଏକତା ନଗରରେ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’: ୩୧ ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ | 08:55 AM ରାଜ୍ୟରେ ୮ IAS ଅଧିକାରୀଙ୍କ ନୂଆ ନିଯୁକ୍ତି: ବିଜୟ ଅମୃତା କୁଲାଙ୍ଗେ ହେଲେ ବ୍ରହ୍ମପୁର RDC, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ | 07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 09:03 AM ଏକତା ନଗରରେ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’: ୩୧ ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ | 08:55 AM ରାଜ୍ୟରେ ୮ IAS ଅଧିକାରୀଙ୍କ ନୂଆ ନିଯୁକ୍ତି: ବିଜୟ ଅମୃତା କୁଲାଙ୍ଗେ ହେଲେ ବ୍ରହ୍ମପୁର RDC, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ | 07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର
ଓଡ଼ିଶା

ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ପଦବୀରେ କାର୍ଯ୍ୟରତ ବରିଷ୍ଠ ଆଇଏଏସ୍ ଅଧିକାରୀ ସଞ୍ଜୟ କୁମାର ସିଂହ ନିଜ ଗୃହ କ୍ୟାଡ଼ର୍ ବିହାରକୁ ଅନ୍ତଃ-କ୍ୟାଡ଼ର୍ ଡେପୁଟେସନ୍ ରେ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅକ୍ଟୋବର ୨୨ ତାରିଖରେ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ତାଙ୍କର ସାଧୁତା ରିପୋର୍ଟ ମଗାଯାଇଛି।

୧୯୯୭ ବ୍ୟାଚ୍‌ର ଏହି ଆଇଏଏସ୍ ଅଧିକାରୀ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଏବଂ ସାଧାରଣ ବଣ୍ଟନ ଓ ଗ୍ରାହକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି।

ମୂଳତଃ ବିହାରର ବାସିନ୍ଦା ସଞ୍ଜୟ ସିଂହ ପୂର୍ବରୁ ଫେବୃଆରୀ ୨୦୦୮ ରୁ ଫେବୃଆରୀ ୨୦୧୫ ପର୍ଯ୍ୟନ୍ତ ପ୍ରାୟ ୭ ବର୍ଷ ବିହାରରେ ଡେପୁଟେସନ୍‌ରେ କାର୍ଯ୍ୟ କରିସାରିଛନ୍ତି। ଏହି ସମୟରେ ସେ ପାଟଣା ଓ ଗୟାର ଜିଲ୍ଲାପାଳ, ଗୃହ ବିଭାଗର ଅତିରିକ୍ତ ସଚିବ ଏବଂ ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିଶେଷ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ।

ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ହାସଲ କରିଥିବା ସଞ୍ଜୟ ସିଂହ ଓଡ଼ିଶାରେ ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ, ଭୁବନେଶ୍ୱର ମହାନଗର ନିଗମର କମିଶନର, BDA ର ଉପାଧ୍ୟକ୍ଷ ଏବଂ ଇଡ୍‌କୋର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି।

କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାର ସାଧୁତା ରିପୋର୍ଟ ପ୍ରଦାନ କରିବା ପରେ ତାଙ୍କ ବିହାର ବଦଳି ନେଇ ଚୂଡ଼ାନ୍ତ ଆନୁଷ୍ଠାନିକ ଘୋଷଣା କରାଯିବ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)