ମଙ୍ଗଳବାର, 27 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:03 AM ଏକତା ନଗରରେ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’: ୩୧ ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ | 08:55 AM ରାଜ୍ୟରେ ୮ IAS ଅଧିକାରୀଙ୍କ ନୂଆ ନିଯୁକ୍ତି: ବିଜୟ ଅମୃତା କୁଲାଙ୍ଗେ ହେଲେ ବ୍ରହ୍ମପୁର RDC, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ | 07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 09:03 AM ଏକତା ନଗରରେ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’: ୩୧ ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ | 08:55 AM ରାଜ୍ୟରେ ୮ IAS ଅଧିକାରୀଙ୍କ ନୂଆ ନିଯୁକ୍ତି: ବିଜୟ ଅମୃତା କୁଲାଙ୍ଗେ ହେଲେ ବ୍ରହ୍ମପୁର RDC, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ | 07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 09:03 AM ଏକତା ନଗରରେ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’: ୩୧ ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ | 08:55 AM ରାଜ୍ୟରେ ୮ IAS ଅଧିକାରୀଙ୍କ ନୂଆ ନିଯୁକ୍ତି: ବିଜୟ ଅମୃତା କୁଲାଙ୍ଗେ ହେଲେ ବ୍ରହ୍ମପୁର RDC, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ | 07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର
ଓଡ଼ିଶା

ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ର ଆଗମନ ଓ ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ଲିଖିତ ପରୀକ୍ଷା-୨୦୨୫ ର ସୂଚୀରେ ପରିବର୍ତ୍ତନ କରାଯାଇଛି। ପରୀକ୍ଷାର୍ଥୀଙ୍କ ସୁରକ୍ଷା ଏବଂ ଯାତାୟାତ ସୁବିଧାକୁ ଆଖିଆଗରେ ରଖି ପ୍ରାରମ୍ଭିକ ପେପର୍‌ଗୁଡ଼ିକର ତାରିଖ ଘୁଞ୍ଚାଯାଇଛି।

ପୂର୍ବରୁ ଅକ୍ଟୋବର ୨୯ ରେ ହେବାକୁ ଥିବା ଓଡ଼ିଆ ଏବଂ ଇଂରାଜୀ ଭାଷା ପେପର୍ ଏବେ ଅକ୍ଟୋବର ୩୧ ରେ ଅନୁଷ୍ଠିତ ହେବ। ଅକ୍ଟୋବର ୩୦ ପରିବର୍ତ୍ତେ ଏସେ ପେପର୍‌ଟି ନଭେମ୍ବର ୫ ତାରିଖକୁ ଘୁଞ୍ଚାଯାଇଛି।

ବାକି ପରୀକ୍ଷାଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ। ଜେନେରାଲ୍ ଷ୍ଟଡିଜ୍ ପେପର୍-I ଓ II ନଭେମ୍ବର ୨, ପେପର୍-III ଓ IV ନଭେମ୍ବର ୪ ଏବଂ ଅପସନାଲ୍ ପେପର୍‌ଗୁଡ଼ିକ ନଭେମ୍ବର ୭ ରେ ଅନୁଷ୍ଠିତ ହେବ।

ତେବେ ନଭେମ୍ବର ୪ ଏବଂ ୫ ତାରିଖରେ ଲଗାତାର ଦୁଇଦିନ ପରୀକ୍ଷା ପଡ଼ୁଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ କିଛିଟା ଚିନ୍ତା ପ୍ରକାଶ ପାଇଛି। ଚଳିତ ଜୁନ୍ ୭ ରେ ଅନୁଷ୍ଠିତ ପ୍ରାରମ୍ଭିକ ପରୀକ୍ଷାରୁ ମୋଟ ୫,୬୯୦ ଜଣ (୧,୯୦୫ ଜଣ ମହିଳା) ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। OPSC ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ନିୟମିତ ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)