ବୁଧବାର, 28 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍ | 08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍ | 08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍
ଭାରତ

ନିର୍ବାଚନ କମିଶନଙ୍କୁ କଂଗ୍ରେସର କଟାକ୍ଷ: ସୁପ୍ରିମ୍ କୋର୍ଟ ଆଫିଡେଭିଟ୍‌କୁ କହିଲା ‘ଛଳନାପୂର୍ଣ୍ଣ’, ଜୟରାମ ରମେଶଙ୍କ ୬ ଆପତ୍ତି

ନୂଆଦିଲ୍ଲୀ: ମତଦାତା ତାଲିକାର SIRକୁ ନେଇ ସୁପ୍ରିମ୍ କୋର୍ଟରେ ଭାରତୀୟ ନିର୍ବାଚନ କମିଶନ ଦାଖଲ କରିଥିବା ଆଫିଡେଭିଟ୍‌କୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ଏହି ଆଫିଡେଭିଟ୍‌କୁ “ଛଳନାପୂର୍ଣ୍ଣ, ପ୍ରବଞ୍ଚନାମୂଳକ ଏବଂ କମିଶନ ନିଜ ପାଇଁ ନିଜେ କ୍ଷତିକାରକ” ବୋଲି ବର୍ଣ୍ଣନା କରିବା ସହ ୬ଟି ପ୍ରମୁଖ ଆପତ୍ତି ଉଠାଇଛି।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ବିବୃତ୍ତି ଜାରି କରି ନିର୍ବାଚନ କମିଶନଙ୍କ ଆଭିମୁଖ୍ୟକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, Form 6 ସହ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାପତ୍ରକୁ ନେଇ ନିର୍ବାଚନ କମିଶନ ବାରମ୍ବାର ନିଜର ଆଭିମୁଖ୍ୟ ବଦଳାଉଛନ୍ତି।

ପ୍ରଥମେ କମିଶନ ଦାବି କରିଥିଲେ ଯେ ସୁପ୍ରିମ୍ କୋର୍ଟ ଏହି ନୂତନ ଘୋଷଣାପତ୍ରକୁ କାୟମ ରଖିଛନ୍ତି, କିନ୍ତୁ ଏବେ କହୁଛନ୍ତି ଯେ ଏହା Form 6 ରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଏବଂ ମୂଳ ଫର୍ମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

କଂଗ୍ରେସ କହିଛି ଯେ ଏହି ବାଧ୍ୟତାମୂଳକ ଘୋଷଣାପତ୍ର ପୂରଣ ନକଲେ ଅନଲାଇନ୍ ଆବେଦନ ଗ୍ରହଣ ହେଉନଥିବାରୁ ଏହା ଏକ ପ୍ରକାର ପ୍ରତାରଣା। ୧୯୬୦ ରଜିଷ୍ଟ୍ରେସନ୍ ଅଫ୍ ଇଲେକ୍ଟର୍ସ ରୁଲ୍ସର ସ୍ପଷ୍ଟ ଉଲ୍ଲଂଘନକୁ ଲୁଚାଇବା ପାଇଁ କମିଶନ ଏଭଳି କରୁଛନ୍ତି ବୋଲି ସେ ଦାବି କରିଛନ୍ତି।

ଏହାସହ SIR ସମ୍ବନ୍ଧୀୟ ନିଷ୍ପତ୍ତି ତିନିଜଣ ନିର୍ବାଚନ କମିଶନରଙ୍କ ସର୍ବସମ୍ମତ ସମ୍ମତିରେ ନିଆଯାଇଛି ବୋଲି ECI କରିଥିବା ଦାବିକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ଗୁରୁତର ନିୟମ ଉଲ୍ଲଂଘନ ହୋଇଥିବା ନେଇ ଅନ୍ୟ ଦୁଇଜଣ ନିର୍ବାଚନ କମିଶନର ଅନ୍-ରେକର୍ଡ଼ ଆପତ୍ତି ଜଣାଇଥିଲେ ବି ତାହାକୁ ଏଡ଼ାଇ ଦିଆଯାଇଥିଲା।

ଏପରିକି ସେମାନଙ୍କୁ ପୂର୍ବରୁ ସୂଚନା ନଦେଇ ଖବରକାଗଜରୁ ନିଷ୍ପତ୍ତି ବିଷୟରେ ଜଣାପଡ଼ିଥିଲା, ଯାହା ସର୍ବସମ୍ମତ ନୁହେଁ ବରଂ ଏକଚାଟିଆ ନିଷ୍ପତ୍ତିକୁ ଦର୍ଶାଉଛି। କମିଶନଙ୍କ ଡିଜିଟାଲ ପ୍ଲାଟଫର୍ମ ECINET କୁ ନେଇ ମଧ୍ୟ ଗୁରୁତର ଅଭିଯୋଗ ଆସିଛି। ଆଇନଗତ ଭାବେ ଅଧିକୃତ ‘ଇଲେକ୍ଟୋରାଲ୍ ରଜିଷ୍ଟ୍ରେସନ୍ ଅଫିସର’ ଙ୍କ ହାତରୁ ମତଦାତା ତାଲିକା ପରିଚାଳନା କ୍ଷମତା ଛଡ଼ାଇ ନେବା ପାଇଁ ECINET ବ୍ୟବହାର କରାଯାଉଛି।

ଗୋଆ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ERO ଙ୍କ ନିଷ୍ପତ୍ତିକୁ ବାତିଲ କରାଯିବାର ପ୍ରମାଣ ରହିଛି। ଏପରିକି କମିଶନଙ୍କ IT ବିଭାଗ ଅପାରଦର୍ଶୀ ଭାବେ କାର୍ଯ୍ୟ କରୁଥିବା ନେଇ ଦୁଇ କମିଶନର କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ବିଭିନ୍ନ ରାଜ୍ୟରେ Form 7 ର ଅପବ୍ୟବହାର କରି ବେଆଇନ ଭାବେ ନାମ କଟାଯାଉଥିବା ନେଇ ଗଣମାଧ୍ୟମରେ ଆସିଥିବା ରିପୋର୍ଟକୁ ECI ନିଜ ଆଫିଡେଭିଟ୍‌ରେ ଖଣ୍ଡନ କରିନାହିଁ, ଯାହା ମୁଖ୍ୟ ନିର୍ବାଚନ କମିଶନରଙ୍କ ବେଆଇନ କାର୍ଯ୍ୟକଳାପକୁ ପ୍ରମାଣିତ କରୁଛି ବୋଲି ଜୟରାମ ରମେଶ କହିଛନ୍ତି।

ଅନ୍ୟପଟେ ନିର୍ବାଚନ କମିଶନ ନିଜ ଆଫିଡେଭିଟ୍‌ରେ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ନିଷ୍ପତ୍ତି ନିୟମାନୁଯାୟୀ ସର୍ବସମ୍ମତିରେ ନିଆଯାଇଛି, Form 6 ରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ERO ଙ୍କ ଆଦେଶ ବିନା ମତଦାତା ତାଲିକାରେ କୌଣସି ନାମ ଯୋଡ଼ା, କଟା କିମ୍ବା ସଂଶୋଧନ କରାଯାଇପାରିବ ନାହିଁ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)