ମଙ୍ଗଳବାର, 27 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 07:13 AM କୋଟିଆ ବିବାଦରେ ନବୀନଙ୍କୁ ସିଏମ୍ ମୋହନ ମାଝୀଙ୍କ ଚିଠି: “ରାଜନୀତି ଛାଡ଼ି ଗଠନମୂଳକ ପରାମର୍ଶ ଦିଅନ୍ତୁ” | 06:03 AM କୋଟିଆ ସୀମା ବିବାଦ: ଆନ୍ଧ୍ରପ୍ରଦେଶ ବିରୋଧରେ ସୁପ୍ରିମ୍ କୋର୍ଟ ଗଲେ ଓଡ଼ିଶା ସରକାର, ଆଜି ବସିବ ୧୬ ଜଣିଆ କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ | 05:58 AM ଟାଇଗର ଶ୍ରୋଫ୍ ଗୁଳିକାଣ୍ଡରେ ନୂଆ ମୋଡ଼: ଆମିର ଖାନ୍ ଓ ଇମ୍ରାନ ହାସମୀ ବି ଥିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟ୍‌ରେ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 07:13 AM କୋଟିଆ ବିବାଦରେ ନବୀନଙ୍କୁ ସିଏମ୍ ମୋହନ ମାଝୀଙ୍କ ଚିଠି: “ରାଜନୀତି ଛାଡ଼ି ଗଠନମୂଳକ ପରାମର୍ଶ ଦିଅନ୍ତୁ” | 06:03 AM କୋଟିଆ ସୀମା ବିବାଦ: ଆନ୍ଧ୍ରପ୍ରଦେଶ ବିରୋଧରେ ସୁପ୍ରିମ୍ କୋର୍ଟ ଗଲେ ଓଡ଼ିଶା ସରକାର, ଆଜି ବସିବ ୧୬ ଜଣିଆ କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ | 05:58 AM ଟାଇଗର ଶ୍ରୋଫ୍ ଗୁଳିକାଣ୍ଡରେ ନୂଆ ମୋଡ଼: ଆମିର ଖାନ୍ ଓ ଇମ୍ରାନ ହାସମୀ ବି ଥିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟ୍‌ରେ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 07:13 AM କୋଟିଆ ବିବାଦରେ ନବୀନଙ୍କୁ ସିଏମ୍ ମୋହନ ମାଝୀଙ୍କ ଚିଠି: “ରାଜନୀତି ଛାଡ଼ି ଗଠନମୂଳକ ପରାମର୍ଶ ଦିଅନ୍ତୁ” | 06:03 AM କୋଟିଆ ସୀମା ବିବାଦ: ଆନ୍ଧ୍ରପ୍ରଦେଶ ବିରୋଧରେ ସୁପ୍ରିମ୍ କୋର୍ଟ ଗଲେ ଓଡ଼ିଶା ସରକାର, ଆଜି ବସିବ ୧୬ ଜଣିଆ କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ | 05:58 AM ଟାଇଗର ଶ୍ରୋଫ୍ ଗୁଳିକାଣ୍ଡରେ ନୂଆ ମୋଡ଼: ଆମିର ଖାନ୍ ଓ ଇମ୍ରାନ ହାସମୀ ବି ଥିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟ୍‌ରେ
ଭାରତ

ଖାର୍ଗେଙ୍କୁ ସମର୍ଥନ କଲେ ମହୁଆ ମୋଇତ୍ରା: “ମୋଦୀଙ୍କ ବାପା ବି ଯିବେ, ଅଦାନୀ ବି ଯିବେ”, ବିଜେପିକୁ କଟାକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କିତ ବିବାଦୀୟ ବକ୍ତବ୍ୟକୁ ନେଇ ଦେଶର ରାଜନୀତି ସରଗରମ୍ ଥିବା ବେଳେ ତାଙ୍କୁ ସମର୍ଥନ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା । ବିଜେପିର ଦୋହରା ଆଭିମୁଖ୍ୟ ଓ ଗଣମାଧ୍ୟମର ଆଚରଣକୁ ନେଇ ସେ କଠୋର ସମାଲୋଚନା କରିଛନ୍ତି।

ରବିବାର ପାଟଣାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଖାର୍ଗେ ବକ୍ତବ୍ୟ ଦେଉଥିବା ବେଳେ ଜଣେ ବ୍ୟକ୍ତି କହିଥିଲେ ଯେ ‘ମୋଦୀ ଯିବେ ନାହିଁ’। ଏହାର ଜବାବରେ ଖାର୍ଗେ କହିଥିଲେ ଯେ “ମୋଦୀଙ୍କ ବାପା ବି ଯିବେ”। ଏହି ମନ୍ତବ୍ୟକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କଂଗ୍ରେସ ଅଧ୍ୟକ୍ଷଙ୍କୁ ଘେରିଥିଲା।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମହୁଆ ମୋଇତ୍ରା ଖାର୍ଗେଙ୍କୁ ସମର୍ଥନ ଜଣାଇ କ୍ରମାଗତ କେତେକ ପୋଷ୍ଟ କରିଛନ୍ତି:

ସେ ଲେଖିଛନ୍ତି, “କେବଳ ବାପା କାହିଁକି? ବାପାଙ୍କ ବାପା ବି ଯିବେ। ଖାର୍ଗେ ଜୀ ଖୁବ୍ ଭଲ କହିଛନ୍ତି। ଆମେ ଶେଷ ପର୍ଯ୍ୟନ୍ତ ଏହି ଲଢ଼େଇ ଲଢ଼ିବୁ।”

ବିଜେପିର ନିର୍ବାଚନୀ ନାରାକୁ କଟାକ୍ଷ କରି ସେ ଲେଖିଛନ୍ତି- “BJP: ମୋଦୀ କ୍ଷମତାକୁ ଆସିବେ। INDIA: ମୋଦୀ ଏବଂ ତାଙ୍କ ବାପା ଯିବେ।”

ମହୁଆ ମୋଇତ୍ରା ଗୃହମନ୍ତ୍ରୀ ଅମିତ ଶାହଙ୍କର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଶାହ କହୁଥିବା ଶୁଣାଯାଉଛି ଯେ ‘ରାହୁଲ ଗାନ୍ଧୀଙ୍କ ଠାକୁମା (ଇନ୍ଦିରା ଗାନ୍ଧୀ) ମଧ୍ୟ CAA କୁ ରୋକିପାରିବେ ନାହିଁ’। ଏହାକୁ ନେଇ ମହୁଆ କହିଛନ୍ତି ଯେ, ଜବାବୀ ଆକ୍ରମଣ ବେଳେ ବିଜେପି ଓ ପ୍ରୋ-ସରକାରୀ ଗଣମାଧ୍ୟମ ଚୁପ୍ ରହୁଛନ୍ତି, କିନ୍ତୁ ବିରୋଧୀ ଦଳ କିଛି କହିଲେ ହଙ୍ଗାମା ସୃଷ୍ଟି କରୁଛନ୍ତି। ଏହାସହ ସେ ଲେଖିଛନ୍ତି ଯେ, “ମୋଦୀଙ୍କ ବାପା ବି ଯିବେ ଏବଂ ହଁ, ଅଦାନୀ ବି ଯିବେ।”

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)