ବୁଧବାର, 28 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍ | 08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍ | 08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍
ଭାରତ

କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ୧୯ ମାସର ଏକ ଚିତା ଶାବକ ବନ୍ଧୁକ ଗୁଳିରେ ଆହତ ହୋଇ ମୃତ୍ୟୁବରଣ କରିବା ଘଟଣାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅତ୍ୟନ୍ତ ଗୁରୁତର ସହ ନେଇଛି। ‘ପ୍ରୋଜେକ୍ଟ ଚିତା’ ର ସୁରକ୍ଷା ଓ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଘଟଣାର ଅନ୍-ଗ୍ରାଉଣ୍ଡ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ଗଠନ କରାଯାଇଛି।

ସୂଚନା ଅନୁଯାୟୀ, ‘ନିର୍ଭା’ ଚିତାର ସନ୍ତାନ ‘KNG22’ ନାମକ ଏହି ୧୯ ମାସର ଚିତାଟି କୁନୋ ଜାତୀୟ ଉଦ୍ୟାନର ସଂରକ୍ଷିତ ଅଞ୍ଚଳ ବାହାରେ ଥିବା ମୋରେନା ଜଙ୍ଗଲରେ ଅକ୍ଟୋବର ୨୫ ତାରିଖରେ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗ ଶ୍ୟୋପୁର ଟେରିଟୋରିଆଲ୍ ଫରେଷ୍ଟ ଡିଭିଜନ୍‌ରୁ ଏହାକୁ ଉଦ୍ଧାର କରି ଜବଲପୁରସ୍ଥିତ ପଶୁଚିକିତ୍ସାଳୟକୁ ପଠାଇଥିଲା।

ଜବଲପୁରରେ ଅସ୍ତ୍ରୋପଚାର ସମୟରେ ଚିତାଟିର ଶରୀରରୁ ୫ଟି ଗୁଳି ଜବତ କରାଯାଇଥିଲା। ଏହି ଗୁଳିଗୁଡ଼ିକ ଯୋଗୁଁ ଚିତାର ଶରୀର ଭିତର ଅଙ୍ଗପ୍ରତ୍ୟଙ୍ଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଡାକ୍ତରୀ ଦଳର ବହୁ ଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୨୭ ତାରିଖରେ ଚିତା ‘KNG22’ ପ୍ରାଣ ହରାଇଥିଲା।

କେନ୍ଦ୍ରୀୟ ତଦନ୍ତ ଦଳରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ଇନ୍ସପେକ୍ଟର ଜେନେରାଲ୍ ଅଫ୍ ଫରେଷ୍ଟସ୍, ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକ ଏବଂ WCCB ର ଆଞ୍ଚଳିକ ଉପ-ନିର୍ଦ୍ଦେଶକ ସାମିଲ ଅଛନ୍ତି। ଏହି ଟିମ୍ ମଧ୍ୟପ୍ରଦେଶ ଜଙ୍ଗଲ ବିଭାଗ ସହ ମିଶି ସମସ୍ତ ପ୍ରମାଣ ଯାଞ୍ଚ କରିବ ଏବଂ ଘଟଣା ପଛର ଅସଲ କାରଣ ସାମ୍ନାକୁ ଆଣିବ।

ଏହାସହ ମଧ୍ୟପ୍ରଦେଶ ସରକାର ଗଠନ କରିଥିବା ସ୍ୱତନ୍ତ୍ର ଟାସ୍କ ଫୋର୍ସ ସହ ମିଶି କେନ୍ଦ୍ରୀୟ ଟିମ୍ କାର୍ଯ୍ୟ କରିବ। ଚିତାମାନଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ରହିଥିବା ପ୍ରୋଟୋକଲ୍‌ର କଡ଼ାକଡ଼ି ପାଳନ ଏବଂ ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘଟେ ସେଥିପାଇଁ ଏହି ଟିମ୍ ନିଜ ରିପୋର୍ଟ ଓ ସୁପାରିଶ ମନ୍ତ୍ରଣାଳୟକୁ ପ୍ରଦାନ କରିବ।

KNG22 ର ମୃତ୍ୟୁ ପରେ ଭାରତରେ ‘ପ୍ରୋଜେକ୍ଟ ଚିତା’ ଅଧୀନରେ ମୋଟ ଚିତା ସଂଖ୍ୟା ୫୮ କୁ ହ୍ରାସ ପାଇଛି। ଏଥିମଧ୍ୟରୁ ୫୨ଟି କୁନୋ ଜାତୀୟ ଉଦ୍ୟାନରେ, ୪ଟି ଗାନ୍ଧୀ ସାଗର ବନ୍ୟପ୍ରାଣୀ ଅଭୟାରଣ୍ୟରେ ଏବଂ ୨ଟି ବୀରାଙ୍ଗନା ଦୁର୍ଗାବତୀ ଟାଇଗର ରିଜର୍ଭରେ ରହିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)