ଭୁବନେଶ୍ୱର: ରାଜ୍ୟର ଯୁବକଯୁବତୀମାନଙ୍କ ପାଇଁ ଏକ ବଡ଼ ଖୁସିଖବର। ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ବହୁ ପ୍ରତୀକ୍ଷିତ କମ୍ବିନାଇଡ୍ ୟୁନିଫର୍ମଡ୍ ସର୍ଭିସେସ୍ ଏଗ୍ଜାମିନେସନ୍ ୨୦୨୬ର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଅଧୀନରେ ମୋଟ ୭,୨୬୮ଟି ଶୂନ୍ୟପଦ ପାଇଁ ଆବେଦନ ଗ୍ରହଣ କରାଯାଉଛି।
ଆଜଠାରୁ (ଅକ୍ଟୋବର ୨୩, ୨୦୨୬) ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ଆସନ୍ତା ନଭେମ୍ବର ୧୨, ୨୦୨୬ (ରାତି ୧୦ଟା) ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ osssc.odisha.gov.in ମାଧ୍ୟମରେ ଆବେଦନ କରିପାରିବେ।
ପଦବୀ ଅନୁଯାୟୀ ଖାଲିପଦର ତାଲିକା: ଏହି ନିଯୁକ୍ତି ମାଧ୍ୟମରେ ମୋଟ ୭ଟି ପ୍ରମୁଖ ପଦବୀରେ ନିଯୁକ୍ତି ଦିଆଯିବ:
କନଷ୍ଟେବଳ (ସିଭିଲ୍): ୪,୨୧୯ ଟି
କନଷ୍ଟେବଳ (କମ୍ୟୁନିକେସନ୍): ୩୦୦ ଟି
କନଷ୍ଟେବଳ OISF: ୨,୨୧୨ ଟି
ଫାୟାରଫାଇଟର୍: ୩୧୭ ଟି
ଫାୟାରଫାଇଟିଂ ଡ୍ରାଇଭର: ୬୨ ଟି
ଡ୍ରାଇଭର PMT: ୧୫୪ ଟି
ଟ୍ରାଫିକ୍ କନଷ୍ଟେବଳ: ୪ ଟି
ମୋଟ ଶୂନ୍ୟପଦ: ୭,୨୬୮ ଟି
ବୟସସୀମା: ଜାନୁଆରୀ ୧, ୨୦୨୬ ଅନୁଯାୟୀ ଅଧିକାଂଶ ପଦବୀ ପାଇଁ ବୟସ ସୀମା ୧୮ ରୁ ୨୩/୨୬ ବର୍ଷ ମଧ୍ୟରେ ରହିଥିବାବେଳେ ଟ୍ରାଫିକ୍ କନଷ୍ଟେବଳ ପଦବୀ ପାଇଁ ୨୧ ରୁ ୩୨ ବର୍ଷ ରହିଛି। ନିୟମ ଅନୁସାରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ବୟସ କୋହଳ କରାଯିବ।
ଶିକ୍ଷାଗତ ଯୋଗ୍ୟତା: ପଦବୀ ଅନୁଯାୟୀ ପ୍ରାର୍ଥୀମାନେ ଦଶମ କିମ୍ବା ଯୁକ୍ତ ଦୁଇବା ବିଜ୍ଞାନରେ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଡ୍ରାଇଭର ପଦବୀ ପାଇଁ ବୈଧ ଡ୍ରାଇଭିଂ ଲାଇସେନ୍ସ ରହିବା ବାଧ୍ୟତାମୂଳକ।
ଚୟନ ପ୍ରକ୍ରିୟା: ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା, ଶାରୀରିକ ମାପ ଏବଂ ଦକ୍ଷତା ପରୀକ୍ଷା, ଡ୍ରାଇଭିଂ ଟେଷ୍ଟ (ଯଦି ପ୍ରଯୋଜ୍ୟ), ଡାକ୍ତରୀ ପରୀକ୍ଷା ଏବଂ କାଗଜପତ୍ର ଯାଞ୍ଚ ମାଧ୍ୟମରେ ଚୟନ କରାଯିବ। ଆଗ୍ରହୀ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟସୀମା ଭିତରେ ଅଫିସିଆଲ୍ ପୋର୍ଟାଲ୍ରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି।