ଶନିବାର, 24 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:22 AM କେମ୍ବ୍ରିଜ୍‌ରେ କେମିତି ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରଥମ ଭେଟ୍? ଆତ୍ମଜୀବନୀ ଆସିବା ପୂର୍ବରୁ ବଡ଼ ଖୁଲାସା | 09:15 AM ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପଦକ୍ଷେପ: ପାଞ୍ଚଟି ରାଜ୍ୟ ପାଇଁ ‘ୱାର୍ ରୁମ୍’ ଅଧ୍ୟକ୍ଷ କଲେ ନିଯୁକ୍ତି | 09:10 AM ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ: ୨୦୫ଟି ଟିମ୍ ମୁତୟନ, ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ପ୍ରଶାସନ | 08:59 AM ଆସୁଛନ୍ତି ମୋଦି: ୫୦ ପ୍ଲାଟୁନ୍ ପୁଲିସ ମୁତୟନ ଓ ଟ୍ରାଫିକ୍ କଟକଣା ଜାରି | 09:22 AM କେମ୍ବ୍ରିଜ୍‌ରେ କେମିତି ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରଥମ ଭେଟ୍? ଆତ୍ମଜୀବନୀ ଆସିବା ପୂର୍ବରୁ ବଡ଼ ଖୁଲାସା | 09:15 AM ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପଦକ୍ଷେପ: ପାଞ୍ଚଟି ରାଜ୍ୟ ପାଇଁ ‘ୱାର୍ ରୁମ୍’ ଅଧ୍ୟକ୍ଷ କଲେ ନିଯୁକ୍ତି | 09:10 AM ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ: ୨୦୫ଟି ଟିମ୍ ମୁତୟନ, ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ପ୍ରଶାସନ | 08:59 AM ଆସୁଛନ୍ତି ମୋଦି: ୫୦ ପ୍ଲାଟୁନ୍ ପୁଲିସ ମୁତୟନ ଓ ଟ୍ରାଫିକ୍ କଟକଣା ଜାରି | 09:22 AM କେମ୍ବ୍ରିଜ୍‌ରେ କେମିତି ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରଥମ ଭେଟ୍? ଆତ୍ମଜୀବନୀ ଆସିବା ପୂର୍ବରୁ ବଡ଼ ଖୁଲାସା | 09:15 AM ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପଦକ୍ଷେପ: ପାଞ୍ଚଟି ରାଜ୍ୟ ପାଇଁ ‘ୱାର୍ ରୁମ୍’ ଅଧ୍ୟକ୍ଷ କଲେ ନିଯୁକ୍ତି | 09:10 AM ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବାହିନୀ: ୨୦୫ଟି ଟିମ୍ ମୁତୟନ, ଜରୁରୀକାଳୀନ ପରିସ୍ଥିତି ପାଇଁ ସଜାଗ ପ୍ରଶାସନ | 08:59 AM ଆସୁଛନ୍ତି ମୋଦି: ୫୦ ପ୍ଲାଟୁନ୍ ପୁଲିସ ମୁତୟନ ଓ ଟ୍ରାଫିକ୍ କଟକଣା ଜାରି
ମନୋରଞ୍ଜନ

ରିଲିଜ୍ ପୂର୍ବରୁ ଧମାଲ୍ କରୁଛି ନୀତେଶ ତିୱାରୀଙ୍କ ‘ରାମାୟଣ’: ଆଡଭାନ୍ସ ବୁକିଂରେ କୋଟି କୋଟି କମିଶନ

ନୂଆଦିଲ୍ଲୀ: ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ବହୁପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର ‘ରାମାୟଣ: ରାଇଜ୍ ଅଫ୍ ଏ ଲେଜେଣ୍ଡ’ ସିନେମାଘରକୁ ଆସିବା ପୂର୍ବରୁ ହିଁ ବକ୍ସ ଅଫିସରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଫିଲ୍ମରେ ରଣବୀର କପୁର, ସାଇ ପଲ୍ଲବୀ, ୟଶ ଏବଂ ସନୀ ଦେଓଲଙ୍କ ଭଳି ପ୍ରମୁଖ ତାରକାମାନେ ଅଭିନୟ କରୁଥିବାବେଳେ ଏହାର ଆଡଭାନ୍ସ ବୁକିଂରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି।

ଟ୍ରେଡ୍ ଟ୍ରାକର୍ ସାକନିଲ୍କ ର ରିପୋର୍ଟ ଅନୁଯାୟୀ, ଫିଲ୍ମଟି ବ୍ଲକ୍ ସିଟ୍‌ଗୁଡ଼ିକୁ ମିଶାଇ ୮.୨୭ କୋଟି ଟଙ୍କାର ଗ୍ରସ୍ କଲେକ୍ସନ କରିସାରିଛି। ସେହିପରି ବ୍ଲକ୍ ସିଟ୍ ବାଦ୍ ଦେଲେ ମଧ୍ୟ ଏହା ୬.୨୫ କୋଟି ଟଙ୍କାର ମଜବୁତ କମିଶନ ହାସଲ କରିଛି। ବର୍ତ୍ତମାନସୁଦ୍ଧା ୩,୯୬୪ଟି ଶୋ’ରେ ୧.୪୭ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି। PVR INOX ଏବଂ Cinepolis ଭଳି ମଲ୍ଟିପ୍ଲେକ୍ସରେ IMAX ଏବଂ 4DX ପ୍ରିମିୟମ୍ ସ୍କ୍ରିନଗୁଡ଼ିକ ପାଇଁ ଦର୍ଶକଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖିବାକୁ ମିଳୁଛି।

ଆଗାମୀ ନଭେମ୍ବର ୫ ତାରିଖରେ ମୁକ୍ତିଲାଭ କରିବାକୁଥିବା ଏହି ଫିଲ୍ମରେ ରଣବୀର କପୁର (ଭଗବାନ ଶ୍ରୀରାମ), ସାଇ ପଲ୍ଲବୀ (ମାତା ସୀତା), ୟଶ (ଲଙ୍କାପତି ରାବଣ), ସନୀ ଦେଓଲ (ଭଗବାନ ହନୁମାନ) ଏବଂ ରବି ଦୁବେ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ।

ଫିଲ୍ମର ପ୍ରଥମ ଦିନର ଓପନିଂକୁ ନେଇ ବଜାରରେ ୬୦ ରୁ ୭୦ କୋଟି ଟଙ୍କାର ଆକଳନ କରାଯାଉଛି। ରିଲିଜ୍ ପୂର୍ବରୁ ଶେଷ ସପ୍ତାହରେ ଆଡଭାନ୍ସ ବୁକିଂ ଆହୁରି ଜୋର୍‌ଦାର୍ ହେବ ବୋଲି ଆଶା କରାଯାଉଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)