ମଙ୍ଗଳବାର, 27 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:03 AM ଏକତା ନଗରରେ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’: ୩୧ ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ | 08:55 AM ରାଜ୍ୟରେ ୮ IAS ଅଧିକାରୀଙ୍କ ନୂଆ ନିଯୁକ୍ତି: ବିଜୟ ଅମୃତା କୁଲାଙ୍ଗେ ହେଲେ ବ୍ରହ୍ମପୁର RDC, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ | 07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 09:03 AM ଏକତା ନଗରରେ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’: ୩୧ ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ | 08:55 AM ରାଜ୍ୟରେ ୮ IAS ଅଧିକାରୀଙ୍କ ନୂଆ ନିଯୁକ୍ତି: ବିଜୟ ଅମୃତା କୁଲାଙ୍ଗେ ହେଲେ ବ୍ରହ୍ମପୁର RDC, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ | 07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 09:03 AM ଏକତା ନଗରରେ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’: ୩୧ ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ | 08:55 AM ରାଜ୍ୟରେ ୮ IAS ଅଧିକାରୀଙ୍କ ନୂଆ ନିଯୁକ୍ତି: ବିଜୟ ଅମୃତା କୁଲାଙ୍ଗେ ହେଲେ ବ୍ରହ୍ମପୁର RDC, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ | 07:40 AM ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ପରୀକ୍ଷା: ଦେଖନ୍ତୁ OPSC ର ନୂଆ ସୂଚୀ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର
ଭାରତ

ଏକତା ନଗରରେ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’: ୩୧ ରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଗୁଜରାଟ: ଗୁଜରାଟର ଏକତା ନଗରସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପରିସରରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ପର୍ଯ୍ୟଟନ ଆକର୍ଷଣ। ଭାରତର ସାଂସ୍କୃତିକ ବିବିଧତା, ବନ୍ୟଜନ୍ତୁ, ଐତିହ୍ୟ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ପ୍ରଦର୍ଶିତ କରୁଥିବା ୨.୬୨ କିଲୋମିଟର ବିଶିଷ୍ଟ ‘ଟ୍ରେଲ୍ ଅଫ୍ ୟୁନାଇଟେଡ୍ ଇଣ୍ଡିଆ’ ଜଙ୍ଗଲ ଇକୋ-ଟ୍ରେଲ୍‌ର ଉଦ୍‌ଘାଟନ ହେବାକୁ ଯାଉଛି। ରାଷ୍ଟ୍ରୀୟ ଏକତା ଦିବସ (ଅକ୍ଟୋବର ୩୧) ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିବେ।

ଲିମ୍ବଡ଼ି ଗ୍ରାମ ନିକଟରେ ସ୍ଲାଚ୍ୟୁ ଅଫ୍ ୟୁନିଟି ଏରିଆ ଡେଭଲପମେଣ୍ଟ ଆଣ୍ଡ ଟୁରିଜିମ୍ ଗଭର୍ଣ୍ଣାନ୍ସ ଅଥରିଟି ଦ୍ୱାରା ପ୍ରସ୍ତୁତ ଏହି ଇକୋ-ଟ୍ରେଲ୍‌ରେ ୫ଟି ସ୍ୱତନ୍ତ୍ର ଭାଗ ରହିଛି:

ବନ୍ୟପ୍ରାଣୀ ଓ ପ୍ରକୃତି

ଯୁବବର୍ଗ

ମହିଳା ସଶକ୍ତୀକରଣ

ଐତିହ୍ୟ

ଆଧ୍ୟାତ୍ମିକତା

ସବୁଜିମାରେ ଘେରା ଏହି ପ୍ରାକୃତିକ ପରିବେଶରେ ବୁଲିବା ସହ ଶିକ୍ଷଣୀୟ ଅନୁଭୂତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରବେଶ ପଥ, ପାର୍କିଂ, ଟିକେଟ୍ କାଉଣ୍ଟର, ୱାଚ୍‌ଟାୱାର୍, ଗାଜେବୋ, ପାନୀୟ ଜଳ ଏବଂ ବିଶ୍ରାମ ସ୍ଥଳ ନିର୍ମାଣ କରାଯାଇଛି। ୱାକିଂ ଟୁଅର୍ ଏବଂ ଟ୍ରେକିଂ ଜରିଆରେ ପର୍ଯ୍ୟଟକମାନେ ଜୈବବିବିଧତା ସମ୍ପର୍କରେ ଜାଣିପାରିବେ।

ସରଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଉଦ୍‌ଘାଟିତ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାର ବୃଦ୍ଧି ପାଇବା ସହ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଅଧିକ ସମୟ ଏକତା ନଗରରେ ବିତାଇପାରିବେ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)