ପୁଣେ: ମୋଶି ଅଞ୍ଚଳରେ ଏକ ବିଶାଳ ଅଳିଆ ଗଦା ଧସିପଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଘଟଣା ପରେ ଅଗ୍ନିଶମ ବାହିନୀ, ପୋଲିସ୍ ଓ ବିପର୍ଯ୍ୟୟ ପ୍ରତିକ୍ରିୟା ଦଳ ଭାରୀ ଯନ୍ତ୍ରପାତି ସହ ଖୋଜାଖୋଜି ଆରମ୍ଭ କରିଥିଲେ।
ଦୀର୍ଘ ସମୟର ଉଦ୍ଧାର ଅଭିଯାନ ପରେ ତଳେ ଚାପି ହୋଇଥିବା ଲୋକଙ୍କୁ ବାହାର କରାଯାଇଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଓ ଅଳିଆ ପରିଚାଳନା ସ୍ଥଳର ସୁରକ୍ଷା ବ୍ୟବସ୍ଥା ନେଇ ତଦନ୍ତ ଆରମ୍ଭ ହୋଇଛି।