ରବିବାର, 25 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:57 AM କଳାହାଣ୍ଡିରେ ଲେଉଟିଲା ପର୍ଯ୍ୟଟନ ଋତୁ: ପାହାଡ଼ ଓ ଜଙ୍ଗଲ ଘେରା ଜଳପ୍ରପାତର ଶୋଭା, ସରକାରୀ ବିକାଶ ବ୍ଲୁ-ପ୍ରିଣ୍ଟକୁ ଆଶା | 08:45 AM କୁମାର ପୂର୍ଣ୍ଣିମା ୨୦୨୬: ସୁନ୍ଦର ବର ପାଇଁ କାହିଁକି କରାଯାଏ ଚାନ୍ଦ ପୂଜା? ଜାଣନ୍ତୁ ପୂର୍ଣ୍ଣିମାର ମହତ୍ତ୍ୱ଼ | 08:38 AM ଆଜି ଶରତ ପୂର୍ଣ୍ଣିମା: ୧୬ କଳାରେ ପୂର୍ଣ୍ଣ ଥାଆନ୍ତି ଚନ୍ଦ୍ରମା, ଏହି ରାତିରେ ବର୍ଷିଥାଏ ଅମୃତ! ଜାଣନ୍ତୁ ଏହି ପୂର୍ଣ୍ଣିମାର ମହତ୍ତ୍ୱ | 08:30 AM ବାତ୍ୟା ‘ଅର୍ଣ୍ଣବ’ ଆଲର୍ଟ: ଓଡ଼ିଶାର ୫ ଜିଲ୍ଲାରେ ସ୍କୁଲ୍ ବନ୍ଦ, ୨୮ରୁ ପ୍ରଳୟଙ୍କରୀ ବର୍ଷା-ପବନ ଆଶଙ୍କା | 08:57 AM କଳାହାଣ୍ଡିରେ ଲେଉଟିଲା ପର୍ଯ୍ୟଟନ ଋତୁ: ପାହାଡ଼ ଓ ଜଙ୍ଗଲ ଘେରା ଜଳପ୍ରପାତର ଶୋଭା, ସରକାରୀ ବିକାଶ ବ୍ଲୁ-ପ୍ରିଣ୍ଟକୁ ଆଶା | 08:45 AM କୁମାର ପୂର୍ଣ୍ଣିମା ୨୦୨୬: ସୁନ୍ଦର ବର ପାଇଁ କାହିଁକି କରାଯାଏ ଚାନ୍ଦ ପୂଜା? ଜାଣନ୍ତୁ ପୂର୍ଣ୍ଣିମାର ମହତ୍ତ୍ୱ଼ | 08:38 AM ଆଜି ଶରତ ପୂର୍ଣ୍ଣିମା: ୧୬ କଳାରେ ପୂର୍ଣ୍ଣ ଥାଆନ୍ତି ଚନ୍ଦ୍ରମା, ଏହି ରାତିରେ ବର୍ଷିଥାଏ ଅମୃତ! ଜାଣନ୍ତୁ ଏହି ପୂର୍ଣ୍ଣିମାର ମହତ୍ତ୍ୱ | 08:30 AM ବାତ୍ୟା ‘ଅର୍ଣ୍ଣବ’ ଆଲର୍ଟ: ଓଡ଼ିଶାର ୫ ଜିଲ୍ଲାରେ ସ୍କୁଲ୍ ବନ୍ଦ, ୨୮ରୁ ପ୍ରଳୟଙ୍କରୀ ବର୍ଷା-ପବନ ଆଶଙ୍କା | 08:57 AM କଳାହାଣ୍ଡିରେ ଲେଉଟିଲା ପର୍ଯ୍ୟଟନ ଋତୁ: ପାହାଡ଼ ଓ ଜଙ୍ଗଲ ଘେରା ଜଳପ୍ରପାତର ଶୋଭା, ସରକାରୀ ବିକାଶ ବ୍ଲୁ-ପ୍ରିଣ୍ଟକୁ ଆଶା | 08:45 AM କୁମାର ପୂର୍ଣ୍ଣିମା ୨୦୨୬: ସୁନ୍ଦର ବର ପାଇଁ କାହିଁକି କରାଯାଏ ଚାନ୍ଦ ପୂଜା? ଜାଣନ୍ତୁ ପୂର୍ଣ୍ଣିମାର ମହତ୍ତ୍ୱ଼ | 08:38 AM ଆଜି ଶରତ ପୂର୍ଣ୍ଣିମା: ୧୬ କଳାରେ ପୂର୍ଣ୍ଣ ଥାଆନ୍ତି ଚନ୍ଦ୍ରମା, ଏହି ରାତିରେ ବର୍ଷିଥାଏ ଅମୃତ! ଜାଣନ୍ତୁ ଏହି ପୂର୍ଣ୍ଣିମାର ମହତ୍ତ୍ୱ | 08:30 AM ବାତ୍ୟା ‘ଅର୍ଣ୍ଣବ’ ଆଲର୍ଟ: ଓଡ଼ିଶାର ୫ ଜିଲ୍ଲାରେ ସ୍କୁଲ୍ ବନ୍ଦ, ୨୮ରୁ ପ୍ରଳୟଙ୍କରୀ ବର୍ଷା-ପବନ ଆଶଙ୍କା
ଓଡ଼ିଶା

ବାତ୍ୟା ‘ଅର୍ଣ୍ଣବ’ ଆଲର୍ଟ: ଓଡ଼ିଶାର ୫ ଜିଲ୍ଲାରେ ସ୍କୁଲ୍ ବନ୍ଦ, ୨୮ରୁ ପ୍ରଳୟଙ୍କରୀ ବର୍ଷା-ପବନ ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ଗତିଶୀଳ ଅବପାତ ଅଧିକ ଘନୀଭୂତ ହୋଇ ଆସନ୍ତା ଅକ୍ଟୋବର ୨୬ ସକାଳ ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ରେ ପରିଣତ ହେବାକୁ ଯାଉଛି। ବାଂଲାଦେଶ ଦ୍ୱାରା ନାମିତ ଏହି ବାତ୍ୟା ଆସନ୍ତା ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ବାପଟ୍ଟଲା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୪୦ କିମି ପର୍ଯ୍ୟନ୍ତ ରହିପାରେ।

ଯଦିଓ ବାତ୍ୟାଟି ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବ, ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ୨୦ ସେମିରୁ ଅଧିକ ଅତି ପ୍ରବଳ ବର୍ଷା ଓ ୬୦-୮୦ କିମି ବେଗରେ ପବନ ହେବାର ଆଶଙ୍କା ରହିଛି।

ଏହି ୫ଟି ଜିଲ୍ଲାରେ ଅକ୍ଟୋବର ୨୮ ଏବଂ ୨୯ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ ୧୮ଟି ଜିଲ୍ଲାକୁ ‘ଅରେଞ୍ଜ ଆଲର୍ଟ’ରେ ରଖାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରି ‘ଶୂନ୍ୟ କାଜୁଆଲ୍‌ଟି’ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ୬୦ଟି ODRAF, ୧୭ଟି NDRF ଏବଂ ୨୨୫ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ କରାଯାଇଛି। ଗର୍ଭବତୀ ମହିଳା ଓ ସଂବେଦନଶୀଳ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି।

ସେହିପରି କୃଷି ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୃଷି ବିଭାଗର ଜରୁରୀ ସମୀକ୍ଷା ବୈଠକ ଡାକିଥିଲେ । ଅମଳ ସମୟ ହୋଇଥିବାରୁ ଚାଷୀଙ୍କ ସହାୟତା ପାଇଁ ସ୍ୱତନ୍ତ୍ର ଟୋଲ୍-ଫ୍ରି ନମ୍ବର 155333 ଜାରି କରାଯାଇଛି, ଯାହା ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ।

ଅକ୍ଟୋବର ୨୫ ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସମସ୍ତ କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହି ଚାଷୀଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)