ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ସ୍ୱାସ୍ଥ୍ୟ

କ୍ୟାନସର କାହିଁକି ହୁଏ ଏବଂ ଏଥିରୁ କିପରି ରକ୍ଷା ପାଇବେ? WHOର ବଡ଼ ଖୁଲାସା

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ପ୍ରତିବର୍ଷ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ବହୁସଂଖ୍ୟକ ଲୋକ ଜୀବନ ହରାଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ବିଶେଷ କରି ଫୁସଫୁସ କ୍ୟାନସର, ସ୍ତନ କ୍ୟାନସର, ଆନ୍ତ୍‌ କ୍ୟାନସର ଏବଂ ପ୍ରୋଷ୍ଟେଟ୍ କ୍ୟାନସର ମାମଲା ସର୍ବାଧିକ ଦେଖିବାକୁ ମିଳୁଛି। ତେବେ କ୍ୟାନସର କାହିଁକି ହୁଏ, କାହାକୁ ଅଧିକ ବିପ୍ତ ଥାଏ ଏବଂ ଏହାର ପ୍ରତିକାର କ’ଣ, ସେନେଇ ଡବ୍ଲୁଏଚ୍‌ଓ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି।

ଶରୀରର ସାଧାରଣ କୋଷଗୁଡ଼ିକ ପରିବର୍ତ୍ତିତ ହୋଇ ଟୁମର କୋଷରେ ପରିଣତ ହେବା ଦ୍ୱାରା କ୍ୟାନସର ସୃଷ୍ଟି ହୋଇଥାଏ। ଏହା ଏକ ମଲ୍ଟି-ଷ୍ଟେଜ୍ ପ୍ରକ୍ରିୟା, ଯାହା ସାଧାରଣତଃ ପ୍ରି-କ୍ୟାନସରସ୍ ଲିଜନ୍ ରୁ ଆରମ୍ଭ ହୋଇ ଘାତକ ଟୁମରରେ ପରିଣତ ହୋଇଥାଏ।

କାର୍ସିନୋଜେନ୍ ଏବଂ ମୁଖ୍ୟ କାରଣ:

ଭୌତିକ କାର୍ସିନୋଜେନ୍: ଅଲଟ୍ରାଭାୟୋଲେଟ୍ (UV) ଏବଂ ଆୟୋନାଇଜିଂ ରେଡିଏସନ୍।

ରାସାୟନିକ କାର୍ସିନୋଜେନ୍: ଆବେଷ୍ଟସ୍, ତମ୍ବାଖୂ ଧୂଆଁ, ମଦ୍ୟପାନ ଏବଂ ଆର୍ସେନିକ୍।

ଜୈବିକ କାର୍ସିନୋଜେନ୍: ବିଭିନ୍ନ ଭୂତାଣୁ, ବ୍ୟାକ୍ଟେରିଆ କିମ୍ବା ପାରାସାଇଟ୍ ସଂକ୍ରମଣ।

ଏହାଛଡ଼ା ଖରାପ ଖାଦ୍ୟାଭାସ, ଶାରୀରିକ କାର୍ଯ୍ୟକଳାପର ଅଭାବ, ବାୟୁ ପ୍ରଦୂଷଣ, ଏବଂ ଏଚ୍‌ପିଭି ତଥା ହେପାଟାଇଟିସ୍ ବି ଓ ସି ଭୂତାଣୁଜନିତ କ୍ରୋନିକ୍ ସଂକ୍ରମଣ କ୍ୟାନସର ଆଶଙ୍କାକୁ ବହୁଗୁଣିତ କରିଥାଏ।

କ୍ୟାନସରରୁ ବର୍ତ୍ତିବାର ଉପାୟ:

ତମ୍ବାଖୂ ଏବଂ ମଦ୍ୟପାନରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ।

ନିଜର ଓଜନ ନିୟନ୍ତ୍ରଣରେ ରଖିବା ଏବଂ ନିୟମିତ ଶାରୀରିକ ପରିଶ୍ରମ ବା ବ୍ୟାୟାମ କରନ୍ତୁ।

HPV ଏବଂ ହେପାଟାଇଟିସ୍ ବି ଟିକା ନିଅନ୍ତୁ।

ସୂର୍ଯ୍ୟଙ୍କ କ୍ଷତିକାରକ କିରଣ ଏବଂ ପ୍ରଦୂଷଣରୁ ସୁରକ୍ଷିତ ରୁହନ୍ତୁ।

ନିୟମିତ ବ୍ୟବଧାନରେ କ୍ୟାନସର ସ୍କ୍ରିନିଂ କରାନ୍ତୁ ଏବଂ କୌଣସି ଅସ୍ୱାଭାବିକ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)