ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଜୀବନଶୈଳୀ

ଖାଦ୍ୟ ଖାଇବା ପରେ କ’ଣ ଆପଣଙ୍କର ବି ତଣ୍ଟି ଜଳାପୋଡ଼ା ହେଉଛି କି ? ଜାଣନ୍ତୁ ଏହାର କାରଣ ଓ ପ୍ରତିକାର

ଭୁବନେଶ୍ଵର: ଅନେକ ସମୟରେ ଲୋକଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ଯେ, ଖାଦ୍ୟ ଖାଇବାର କିଛି ସମୟ ପରେ ଅତ୍ୟଧିକ ଖଟା ଡକାର, ସିନେରେ ଜଳାପୋଡ଼ା ଏବଂ ଗଳାରେ ଖଟା ପାଣି ଆସିବା ଭଳି ସମସ୍ୟା ଦେଖାଦିଏ। ଏହା କାରଣରୁ ବ୍ୟକ୍ତିର ଚେନ ଓ ଶାନ୍ତି ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ ଏବଂ ପାଣି ପିଇଲେ ମଧ୍ୟ ବିଶେଷ ଆରାମ ମିଳେ ନାହିଁ। ତେବେ ଏହି ସମସ୍ୟା କାହିଁକି ହୁଏ ଏବଂ ଏହାର ପ୍ରତିକାର କ’ଣ, ଆସନ୍ତୁ ଜାଣିବା।

GERD ସମସ୍ୟା କ’ଣ: ହାର୍ଭାର୍ଡ ହେଲ୍ଥ ପବ୍ଲିସିଂ ଅନୁଯାୟୀ, ମେଡିକାଲ୍ ଭାଷାରେ ଏହି ସମସ୍ୟାକୁ GERD କୁହାଯାଏ, ଯାହାକି ଏକ ପାଚନ ସମ୍ବନ୍ଧୀୟ ସମସ୍ୟା। ଏଥିରେ ପେଟର ଏସିଡ୍ ଏବଂ ପାଚନ ରସ ଓଲଟା ଭାବେ ଖାଦ୍ୟ ନଳୀକୁ ଚାଲିଆସିଥାଏ। ଫଳରେ ଖାଦ୍ୟ ନଳୀର ଆଭ୍ୟନ୍ତରୀଣ ସ୍ତରରେ ଜଳାପୋଡ଼ା ଏବଂ ପ୍ରଦାହ ସୃଷ୍ଟି ହୁଏ। ସାଧାରଣତଃ ‘ଇସୋଫେଜିଆଲ୍ ସ୍ଫିଙ୍କ୍ଟର’ ନାମକ ଏକ ମାଂସପେଶୀର ରିଙ୍ଗ୍ ଖାଦ୍ୟକୁ ପେଟ ଭିତରକୁ ଯିବାକୁ ଦେଇଥାଏ ଏବଂ ପରେ ବନ୍ଦ ହୋଇ ଏସିଡ୍‌କୁ ଓଲଟା ଆସିବାରୁ ରୋକିଥାଏ। କିନ୍ତୁ GERD ସମସ୍ୟାରେ ଏହି ରିଙ୍ଗ୍ ଠିକ୍ ଭାବେ ବନ୍ଦ ହୋଇନଥାଏ, ଯାହାଫଳରେ ଏସିଡ୍ ବାରମ୍ବାର ଉପରକୁ ଆସି କଷ୍ଟ ଦେଇଥାଏ।

GERD ର ପ୍ରମୁଖ କାରଣଗୁଡ଼ିକ:

ଅନିୟମିତ ଖାଦ୍ୟପେୟ ଓ ମନ୍ଦ ଖାଦ୍ୟ ଅଭ୍ୟାସ

ଧୂମପାନ ଓ ମଦ୍ୟପାନ

ଗର୍ଭାବସ୍ଥା କିମ୍ବା ମୋଟାପଣ ଯୋଗୁଁ ପେଟ ଉପରେ ଚାପ ପଡ଼ିବା

କିଛି ନିର୍ଦ୍ଦିଷ୍ଟ ଔଷଧର ସେବନ

ପେଟରେ ହାଇଟାଲ୍ ହର୍ନିଆ ସମସ୍ୟା

କେବଳ ଜଳାପୋଡ଼ା ନୁହେଁ, ଏହିସବୁ ଲକ୍ଷଣ ମଧ୍ୟ ଦେଖାଯାଇପାରେ:

ଛାତିର ହାଡ଼ ପଛରେ ପ୍ରବଳ ଜଳାପୋଡ଼ା ବା ଯନ୍ତ୍ରଣା

ଖାଦ୍ୟ ଖାଇବା, ନଇଁବା କିମ୍ବା ଶୋଇବା ସମୟରେ ହାର୍ଟବର୍ଣ୍ଣ ବଢ଼ିଯିବା

ପେଟର ଏସିଡ୍ ମୁହଁକୁ ପୁଣି ଫେରିଆସିବା

ମୁହଁରେ ବାରମ୍ବାର ଖଟା ବା ପିତା ସ୍ୱାଦ ଲାଗିବା

କିଛି ବି ନିଗିଳିବାରେ ଅସୁବିଧା ଏବଂ ଗଳାରେ ଖରସ୍ ସୃଷ୍ଟି ହେବା

କିପରି ପାଇବେ ଆରାମ: ହାର୍ଭାର୍ଡ ହେଲ୍ଥ ପବ୍ଲିସିଂ ଅନୁଯାୟୀ, ଏହି ଲକ୍ଷଣଗୁଡ଼ିକୁ ଏଡ଼ାଇବା ପାଇଁ ଜୀବନଶୈଳୀରେ କିଛି ପରିବର୍ତ୍ତନ ଆବଶ୍ୟକ:

ଶୋଇବା ସମୟରେ ନିଜ ବିଛାଣାର ଶିରୋଭାଗକୁ ଅତିକମରେ ଛଅ ଇଞ୍ଚ ଉପରକୁ ଉଠାନ୍ତୁ।

ବାମ ପାଖକୁ ହୋଇ ଶୋଇବା ଦ୍ୱାରା ଏସିଡ୍ ରିଫ୍ଲକ୍ସ କମ ହୋଇଥାଏ।

କଫି, ଚକୋଲେଟ୍, ଅଧିକ ଚର୍ବିଯୁକ୍ତ ଖାଦ୍ୟ ଏବଂ କ୍ଷୀର ଜାତୀୟ ଦ୍ରବ୍ୟ ଯାହା ସ୍ଫିଙ୍କ୍ଟରକୁ ଶିଥୁଳ କରିଥାଏ, ତାହା ଠାରୁ ଦୂରେଇ ରୁହନ୍ତୁ।

ଏକାଥରକେ ଅଧିକ ଖାଦ୍ୟ ନ ଖାଇ, ଅଳ୍ପ ଅଳ୍ପ ପରିମାଣରେ ବାରମ୍ବାର ଖାଆନ୍ତୁ।

ଖାଇବାକ୍ଷଣି ନ ଶୋଇ, ରାତିରେ ଶୋଇବାର ଅତିକମରେ ୩ ରୁ ୪ ଘଣ୍ଟା ପୂର୍ବରୁ ଖାଦ୍ୟ ଗ୍ରହଣ କରନ୍ତୁ।

ଓଜନ ନିୟନ୍ତ୍ରଣ କରନ୍ତୁ ଏବଂ ଅତ୍ୟଧିକ ଟାଇଟ୍ କପଡ଼ା ପିନ୍ଧନ୍ତୁ ନାହିଁ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)